୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ ଏହାକୁ ନେଇ ଚାଇନାକୁ ସାହାଯ୍ୟର ହାତ ବଢାଇଛନ୍ତି। ଚାଇନାରେ ସୋମବାର ସୁଦ୍ଧା କରୋନାଭାଇରସରେ ପ୍ରାୟ ୯୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଗଲାଣି। ରବିବାର ଏହି କରୋନାଭାଇରସ ସଂକ୍ରମଣରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୬୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଭାଇରାଲ ହେବାରେ ଲାଗିଛି କି ଚାଇନା ଚାହୁଁଛି ୨୦ ହଜାର କରୋନା ସଂକ୍ରମିତଙ୍କୁ ମାରିବା। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛି। ଏମିତି କଲେ କରୋନାଭାଇରସ ଉପରେ ନିୟନ୍ତ୍ରଣ ଆସିବ ବୋଲି କୁହାଯାଉଛି। ତେବେ ଏହା କେତେଦୂର ଠିକ୍‌ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପରେ ଚାଇନା ପ୍ରଶାସନ ଏହାକୁ ମିଛ ଖବର କହିବା ସହ କରୋନାଭାଇରସକୁ ରୋକିବାକୁ ଚାଇନା ଉଦ୍ୟମ ଜାରି ରଖିଥିବା କୁହିଛି। ଏହାସହ ଏଭଳି ଭୁଲ୍‌ ଖବର ପ୍ରଚାର ପ୍ରସାର ନ କରିବାକୁ ମଧ୍ୟ ଚାଇନା ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲେକ୍ସି ଲିଓନୋଭ୍‌ଙ୍କ ପରଲୋକ

ମସ୍କୋ,୧୨ା୧୦: ୧୯୬୫ରେ ସ୍ପେସ୍‌ଓ୍ବାକ୍‌ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ...

କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି ।...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର...

ଆଜି ଇମ୍ରାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ବିରୋଧୀଙ୍କୁ କରିବେ ସାମ୍ନା

ଇସଲାମାବାଦ,୨୫ା୩: ବିରୋଧୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ପାକିସ୍ତାନରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ...

ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ପାଇଁ କବାଟ ନ ଖୋଲିବାରୁ ପଦରୁ ହଟିଲେ ୨୦ ଅଧିକାରୀ

ଇସ୍‌ଲାମାବାଦ,୨୪।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ପାଇଁ କବାଟ ନ ଖୋଲିବା କିଛି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ...

‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’

ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ...

୮୬ ପ୍ରତିଶତ ବିନା ଲକ୍ଷଣ ବ୍ୟକ୍ତି ସାଜୁଛନ୍ତି କରୋନାର ‘ସାଇଲେଣ୍ଟ୍‌ ସ୍ପ୍ରେଡର’

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ...

ବୋକୋ ହାରାମ୍‌ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି; ୧୫ ଆତଙ୍କବାଦୀ ଗିରଫ

ଫାର୍‌ ନର୍ଥ ରିଜିଅନ୍‌,୧୨।୬: କ୍ୟାମେରୁନ୍‌ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬...

Advertisement
Archives

Model This Week