Posted inଖେଳ

୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ: ଓଡ଼ିଶାର ସୁମିତ୍ରା ଭାରତୀୟ ଦଳ ଅଧିନାୟିକା

ଭୁବନେଶ୍ୱର, ୨୧।୮(କ୍ରୀଡ଼ା ପ୍ରତିନିଧି)-ଲାଓସର ଭେଣ୍ଟିଏନଠାରେ ଚଳିତମାସ ୨୪ ଓ ୨୫ ତାରିଖରେ ହେବାକୁଥିବା ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଓଡ଼ିଶାର ସୁମିତ୍ରା ନାୟକ ଭାରତୀୟ ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ସୁମତ୍ରାଙ୍କୁ ମିଶାଇ ମୋଟ ୫ ଓଡ଼ିଆ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୋନୀ ମନ୍ଦାଙ୍ଗୀ, ଲିଜା ସର୍ଦ୍ଦାର, ରଜନୀ ସବର ଓ ପାର୍ବତୀ କିସ୍କୁ।
ଭାରତୀୟ ଦଳର ଟ୍ରେନିଂ କ୍ୟାମ୍ପ ବର୍ତ୍ତମାନ ଭୁବନେଶ୍ୱରରେ ଚାଲିଛି। ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ୩ ସପ୍ତାହ ବିଶିଷ୍ଟ ଏହି କ୍ୟାମ୍ପ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ସହଯୋଗରେ ଚାଲିଛି। ପ୍ରତିଯୋଗିତାରେ ଏସିଆର ୫ଟି ଦେଶ ଥାଇଲାଣ୍ଡ, ସିଙ୍ଗାପୁର, ହଂକଂ, ଭାରତ ଓ ଆୟୋଜକ ଲାଓସ ଅଂଶଗ୍ରହଣ କରୁଛନ୍ତି। ”ଆମ ଜାତୀୟ ୨୦ ବର୍ଷରୁ କମ୍‌ ମହିଳା ରଗ୍‌ବୀ ଟିମ୍‌କୁ ସମର୍ଥନ ଯୋଗାଇ ଦେଇଥିବାରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, କିଟ୍‌ କିସ୍‌ ଏବଂ ସୋସିଏଟ ଜେନେରାଲ ନିକଟରେ ଆମେ ଚିର କୃତଜ୍ଞ। ନିକଟ ଅତୀତରେ ଆମ ଖେଳାଳିମାନେ ଟୁର୍ନାମେଣ୍ଟ ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛନ୍ତି। ଗତ ଟୁର୍ନାମେଣ୍ଟ ଗୁଡ଼ିକର ଫଳାଫଳରୁ ଆମ ଦଳ ଦିନକୁ ଦିନ ଉନ୍ନତି କରୁଥିବା ସ୍ପଷ୍ଟ ହୋଇଛି। ଚଳିତ ସପ୍ତାହ ଶେଷରେ ହେବାକୁଥିବା ଟୁର୍ନାମେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଯୁବ ଖେଳାଳିମାନେ ରଗ୍‌ବୀକୁ କ୍ୟାରିୟର କରୁଥିବା ବାଳିକାମାନଙ୍କ ପାଇଁ ରୋଲମଡେଲ“ ବୋଲି ରଗ୍‌ବୀ ଇଣ୍ଡିଆର ମହାଶଚିବ ମହେଶ ମାଥାଇ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ: ସୁମିତ୍ରା ନାୟକ(ଅଧିନାୟିକା), ସୋନି ମନ୍ଦାଙ୍ଗି, ଲିଜା ସର୍ଦ୍ଦାର, ରଜନୀ ସବର, ପାର୍ବତୀ କିସ୍କୁ(ସମସ୍ତେ ଓଡ଼ିଶା), ସନ୍ଧ୍ୟା ରାଏ, ଲାଚମି ଓରାଅନ, ସୁମନ ଓରାଅନ(ସମସ୍ତେ ପଶ୍ଚିମବଙ୍ଗ), ସ୍ବିଟି କୁମାରୀ( ବିହାର), ପ୍ରିୟା, ସୁଲତାନା, ଶିଖା ଯାଦବ(ସମସ୍ତେ ଦିଲ୍ଲୀ)। କୋଚ୍‌: ରେହମୁଦ୍ଦିନ ଶେଖ, ମ୍ୟାନେଜର: ଇଶ୍ୱରାଜ କୋଟାରିକି, ଫିଜିଓ: ଭାବିଜ୍‌ ଭାରିଚା (ସମସ୍ତେ ମହାରାଷ୍ଟ୍ର)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri