୨୦ ପରେ କ’ଣ କରିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃଷକ ଓ ଦିନ ମଜୁରିଆମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରେ କେଉଁସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଓ କ’ଣ କରିବାକୁ ବାରଣ କରାଯାଇଛି, ତା’ର ଏକ ତାଲିକା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। କୋଭିଡ୍‌-୧୯ ହଟ୍‌ସ୍ପଟ ହୋଇ ନ ଥିବା କିମ୍ବା ସେଭଳି ହେବାର ସମ୍ଭାବନା ନ ଥିବା ଅଞ୍ଚଳରେ ଏପ୍ରିଲ ୨୦ରୁ ସମସ୍ତ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ, ସର୍ବାଧିକ ସାମର୍ଥ୍ୟ ସହ ଗ୍ରାମୀଣ ଅର୍ଥନୈତିକ କାର୍ଯ୍ୟକୁ ଅନୁମତି ମିିଳିବ। ଦିନ ମଜୁରିଆ ଓ ଅନ୍ୟ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି, ନିର୍ଦ୍ଦିଷ୍ଟ ଶିଳ୍ପଭିତ୍ତିକ କାର୍ଯ୍ୟ କରାଯାଇପାରିବ। ୨୦ରେ ଅନୁମତି ମିଳିବାକୁ ଥିବା କାର୍ଯ୍ୟ ମଧ୍ୟରେ ରହିଛି:
ମାଲ୍‌ ପରିବହନ: ମାଲ୍‌ବାହୀ ଗାଡ଼ି, ପରିବହନକାରୀ ଟ୍ରେନ, ପାର୍ସଲ ଟ୍ରେନ୍‌, କାର୍ଗୋ ବିମାନ, ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିବ। ପରିବହନ ପାଇଁ ବନ୍ଦର ଓ ଅନ୍ତର୍ଦେଶୀୟ କଣ୍ଟେନର ଡିପୋ ଖୋଲା ରହିବ। ସେହିପରି ପେଟ୍ରୋଲିୟମ ଉତ୍ପାଦ, ଖାଦ୍ୟ ସାମଗ୍ରୀ, ମେଡିକାଲ ଯୋଗାଣ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ସୀମାପାର୍‌ ପରିବହନ ପାଇଁ ଲ୍ୟାଣ୍ଡ ପୋର୍ଟଗୁଡ଼ିକ କାର୍ଯ୍ୟ କରିବ। ସମସ୍ତ ଟ୍ରକ୍‌ ଓ ଅନ୍ୟ ମାଲ୍‌ ପରିବହନ ଯାନ ଚଳାଚଳ ସହିତ ଏଥିରେ ୨ ଜଣ ଡ୍ରାଇଭର ଓ ଜଣେ ହେଲ୍‌ପରଙ୍କୁ ବୈଧ ଲାଇସେନ୍ସ ସହ ଯିବା ପାଇଁ ଅନୁମତି ମିଳିବ। ସେହିପରି ରାଜପଥ ପାର୍ଶ୍ୱ ଢ଼ାବା ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ। ରେଲଓ୍ବେ, ବିମାନ ବନ୍ଦର, ବନ୍ଦର, ଜାହାଜ ଇତ୍ୟାଦିରେ କାର୍ଯ୍ୟ କରିବା ଲାଗି କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଯାତାୟାତକୁ ଅନୁମତି ମିଳିବ।
କୃଷି କାର୍ଯ୍ୟ: କୃଷକ ଓ କୃଷି ଶ୍ରମିକଙ୍କୁ ଜମିରେ କାର୍ଯ୍ୟ କରିବା ଲାଗି ଅନୁମତି ମିଳିଛି। କୃଷି ଉତ୍ପାଦନ ସଂଗ୍ରହ କରୁଥିବା ସଂସ୍ଥା, ମଣ୍ଡି ଆଦି ଖୋଲା ରହିବ। କୃଷକମାନଙ୍କଠାରୁ ସିଧାସଳଖ ଦ୍ରବ୍ୟ କିଣୁଥିବା ସରକାରୀ ସଂସ୍ଥା କିମ୍ବା ଶିଳ୍ପ, ଏଫ୍‌ପିଓର ସମବାୟ ସଂସ୍ଥା ଖୋଲିବ। କୃଷି ସରଞ୍ଜାମ ଓ ଏହାର ଯନ୍ତ୍ରାଂଶ ବିକୁଥିବା ଓ ମରାମତି କରୁଥିବା ଦୋକାନ, କୃଷି ଉପକରଣ ଭଡ଼ାରେ ଯୋଗାଉଥିବା କେନ୍ଦ୍ର, ସାର, କୀଟନାଶକ, ବିହନ ଉତ୍ପାଦନ, ବିପଣନ ଓ ଖୁଚୁରା ବିକ୍ରି କରୁଥିବା ସଂସ୍ଥା ଖୋଲାରହିବ।
ମତ୍ସ୍ୟଚାଷ: ସମୁଦ୍ର, ନଦୀ ଇତ୍ୟାଦିରୁ ମାଛ ଧରିବା ଓ ବିକ୍ରି କରିବାକୁ ଅନୁମତି ମିଳିଛି। ଏଥିସହିତ ସମ୍ପୃକ୍ତ ବ୍ୟବସାୟ ଯଥା ମାଛଚାଷ ପାଇଁ ଖାଦ୍ୟ ପ୍ରସ୍ତୁତି, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଶୀତଳଭଣ୍ଡାର ଆଦି ଖୋଲିବ। ବନୀକରଣ: ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚା, କଫି ଓ ରବର ଚାରାରୋପଣକୁ ଅନୁମତି ମିଳିଛି। ଏଥିସହିତ ଚା, କଫି, ରବର, କାଜୁ, ପ୍ରୋସେସିଂ, ପ୍ୟାକେଜିଂ, ବିକ୍ରି କରାଯାଇପାରିବ।
ପଶୁପାଳନ: ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ସଂଗ୍ରହ, ପ୍ରକ୍ରିୟାକରଣ, ଆବଣ୍ଟନ, ବିକ୍ରି, ପରିବହନ ଆଦିକୁ ଅନୁମତି। ଗୋଶାଳା ଓ କୁକୁଡା ପାଳନ ଫାର୍ମ ଓ ହାଚେରି ସହ ସମ୍ପୃକ୍ତ କାର୍ଯ୍ୟ, ପଶୁ ଖାଦ୍ୟ ଉତ୍ପାଦନ, କଞ୍ଚାମାଲ ଯୋଗାଣ ଆଦି ଚାଲିବ।
ବ୍ୟବସାୟିକ ଓ ଘରୋଇ ସଂସ୍ଥା: ଛାପା ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ, ଡିଟିଏଚ୍‌ ଓ କେବୁଲ ସେବା ଖୋଲା ରହିବ। ୫୦ ପ୍ରତିଶତ କର୍ମଚାରୀରେ ଆଇଟି ତଥା ଆଇଟି ଭିତ୍ତିକ ସେବା ସଂସ୍ଥା, ସରକାରୀ କାର୍ଯ୍ୟ କରୁଥିବା ଡାଟା ଓ କଲ୍‌ ସେଣ୍ଟର, ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ ସ୍ବୀକୃତିପ୍ରାପ୍ତ କମନ ସର୍ଭିସ ସେଣ୍ଟର, ଇ-କମର୍ସ କମ୍ପାନୀ ଆଦିକୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ। ସେହିପରି କୋରିୟର ସେବା, ଶୀତଳଭଣ୍ଡାର, ଓ୍ବେରହାଉସିଂ ସେବା, ଲଜିଷ୍ଟିକ୍‌ ଚେନ୍‌, ଘରୋଇ ସୁରକ୍ଷା ସେବା ଆଦି ଚାଲୁ ରହିବ। ଲକ୍‌ଡାଉନ ବେଳେ ପର୍ଯ୍ୟଟକ ଓ ଅନ୍ୟ ଲୋକ ଅଟକି ରହିଥିବା ହୋଟେଲ, ଆଶ୍ରୟଗୃହ, ଲଜ୍‌, ମୋଟେଲଗୁଡ଼ିକ ଖୋଲା ରହିବ।
ଗ୍ରାମାଞ୍ଚଳ ଅର୍ଥନୀତିକୁ ଗତିଶୀଳ କରିବା: ଗ୍ରାମାଞ୍ଚଳ ଅର୍ଥନୀତି, ଶିଳ୍ପ କାର୍ଯ୍ୟକୁ ଗତିଶୀଳ କରିବା ଲାଗି ଉକ୍ତ ଅଞ୍ଚଳରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଚାଲୁ ରଖିବା, ସଡ଼କ ନିର୍ମାଣ, ଜଳସେଚନ ପ୍ରକଳ୍ପ, ବିଲ୍ଡିଂ ଓ ଶିଳ୍ପ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ଅନୁମତି ମିଳିବ। ଏଥିରେ ଜଳସେଚନ ଓ ଜଳସଂରକ୍ଷଣ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ଲାଗି କମନ ସର୍ଭିସ୍‌ ସେଣ୍ଟର ସିଏସ୍‌ସି ଖୋଲା ରହିବ।
ଶିଳ୍ପ ଉତ୍ପାଦନ କାର୍ଯ୍ୟ: ଏସ୍‌ଇଜେଡ୍‌, ଇଓୟୁ, ନିୟନ୍ତ୍ରଣରେ ଥିବା କଳକାରଖାନାରେ ସାମାଜିକ ଦୂରତ୍ୱ ନିୟମ ସହ କାର୍ଯ୍ୟ କରିବାକୁ ଅନୁମତି ମିଳିବ। ଆଇଟି ହାର୍ଡଓ୍ବାର, ଜରୁରୀ ସାମଗ୍ରୀ ଓ ପ୍ୟାକେଜିଂ ଶିଳ୍ପକୁ ଅନୁମତି ଦିଆଯିବ। ସେହିପରି କୋଇଲା, ଖଣିଜ ଓ ତୈଳ ଉତ୍ପାଦନ ସହ ସମ୍ପୃକ୍ତ କାର୍ଯ୍ୟ ଚାଲୁ ରହିବ। ଏହି ସମୟରେ ଆର୍‌ବିଆଇ, ବ୍ୟାଙ୍କ, ଏଟିଏମ୍‌, ପୁଞ୍ଜି ଓ ଋଣ ବଜାର, ବୀମା କମ୍ପାନୀ ଆଦି ଖୋଲା ରହିବ।
ସ୍ବାସ୍ଥ୍ୟସେବା: ନୂଆ ଗାଇଡଲାଇନ ଅନୁଯାୟୀ ସମସ୍ତ ସ୍ବାସ୍ଥ୍ୟସେବା ଓ ସାମାଜିକ ସେକ୍ଟର ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?