୨୦ ଦିନ ହେଲା ଶଙ୍କରା ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ପ୍ୟାକ୍ସରେ ତାଲା

ବିନିକା,୧୧ା୬(ଡି.ଏନ୍‌.ଏ.)-ବିନିକା ବ୍ଲକର ଶଙ୍କରା ଧାନମଣ୍ଡିଠାରେ ଗତ ୨୦ ଦିନ ହେଲା ୭ ହଜାର ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ଖୋଲା ଆକାଶ ତଳେ ପଡି ରହିଛି ା ଧାନ କିପରି ବିକ୍ରି ହେବ ସେ ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଗୁରୁବାର ଶଙ୍କରା ପ୍ୟାକ୍ସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ା ଅପରାହ୍ନ ପ୍ରାୟ ୪ଟା ସମୟରେ ଚାଷୀନେତା ସର୍ଜନ ପଣ୍ଡା , ସମବାୟ ଅଧିକାରୀ ଶରତ ମେହେର ଏବଂ ଶଙ୍କରା ପ୍ୟାକ୍ସ ସମ୍ପାଦକ ବିଶ୍ୱନାଥ ମିଶ୍ର ସ୍ଥାନୀୟ ଚାଷୀଙ୍କ ସହିତ ଆଲୋଚନା କରିଥିବା ବେଳେ ସମାଧାନର କୌଣସି ସୂତ୍ର ବାହାରି ନାହିଁ ା ଏପଟେ ଚାଷୀକୁଳ ଜିଦ୍‌ରେ ଅଟଳ ରହିଛନ୍ତି ା ମଣ୍ଡିରୁ ଧାନ ନ ଉଠିଲେ ଆଗକୁ ପ୍ରତିବାଦ ଜୋରଦାର ହେବ ବୋଲି ଚାଷୀ ବିକ୍ରମାଦିତ୍ୟ ଶତପଥୀ ,ଭୀଷ୍ମ ନାଏକ ,ବୃନ୍ଦାବନ ନାଏକ ,ଲକ୍ଷ୍ମଣ କର୍ଣ ,ଲଳିତ କର୍ଣ ,ରାମପ୍ରସାଦ ବାଘ ,ସୌମିତ୍ରୀ ଶତପଥୀ ,ଗୌରହରି ସାହୁ ,ସତ୍ୟ ପଧାନ ,ବିଭୀଷଣ ବାଗ୍‌ ପ୍ରମୁଖ ଚେତାବନୀ ଦେଇଛନ୍ତି ା
କରୋନା କଟକଣା ଯୋଗୁ ରୋଜଗାରର ବାଟ ବନ୍ଦ ହୋଇଥିବା ବେଳେ ଚାଷୀମାନେ ଧାନ ବିକି ପରିବାର ଚଳାଇବା ଚିନ୍ତାରେ ଅଛନ୍ତି ା ଏଭଳି ପରିସ୍ଥିତିରେ ଦିନ ଦିନ ଧରି ମଣ୍ଡିରେ ଧାନ ପଡି ରହିବା ଓ ବର୍ଷାରେ ଭିଜିବା ଚାଷୀଙ୍କ ନିଦ ହଜାଇ ଦେଇଛି ା ଅଧିକାଂଶ ଚାଷୀ ମଣ୍ଡିରେ ଧାନକୁ ଜଗି ରହିବା ଦେଖିବାକୁ ମିଳିଛି ା ଯେଉଁମାନେ ଧାର କରଜ କରି କିମ୍ବା ଋଣ ନେଇ ଚାଷ କରିଥିଲେ ସେମାନେ ଧାନ ବିକ୍ରିରେ ବିଳମ୍ବ ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଲଗାତାର ଭାବେ ଧାନଚାଷରେ ରୋଗପୋକ ଉପଦ୍ରବ ଓ କରାମାଡ ଯୋଗୁ ଫସଲ ନଷ୍ଟ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ା ଏଥିପ୍ରତି ଦୃଷ୍ଟି ନ ଦେଇ ଶଙ୍କରା ପ୍ୟାକ୍ସ ସମ୍ପାଦକ ମିଶ୍ର ଟାର୍ଗେଟ ଆସି ନ ଥିବା କହି ଧାନ କିଣା ଗଡାଇ ଚାଲିଥିବାରୁ ଚାଷୀମାନେ ଏ ନେଇ ବିନିକା ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡ଼ି ହାତୀ ଶାବକ ମୃତ

  ସୋନପୁର/ଉଲୁଣ୍ଡା, ୮।୧୨(ନି.ପ୍ର./ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମହାନଦୀର ବାଘପାଲି ଘାଟ ନିକଟ ପାଣିରେ ବୁଡ଼ି ଏକ ହାତୀ ଶାବକର ମୃତ୍ୟୁ ହୋଇଛି।...

ତଦନ୍ତ ପାଇଁ ପହଞ୍ଚିଲା ମେଡିକାଲ ଟିମ୍‌

ଅମରପାଲି,୩ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ସୁରଧାପାଲି (ହୋତାପାଲି )ଗ୍ରାମରେ ସପ୍ତାହକ ମଧ୍ୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣ...

ଜୀବିକା ସଙ୍କଟରେ ମତ୍ସ୍ୟଜୀବୀ

ସୋନପୁର,୧୦।୧୨(ନି.ପ୍ର.): ଜୀବନ ସଂଗ୍ରାମରେ ଅନେକ ସମ୍ପ୍ରଦାୟ ଏବେ ବି ନିଜର କୌଳିକ ବୃତ୍ତି ଛାଡି ନାହାନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ହେଉଥିବା ଆନୁସଙ୍ଗିକ...

ମରାମତି ଅଭାବ: ମୁଖିଆ ରାସ୍‌ତାରେ ଦଉଡୁଛେ କେନାଲ ପାଏନ୍‌

ବିନିକା,୧୮ା୩ (ଡି.ଏନ୍‌.ଏ.)- ଚାଷ୍‌ ଆର ଚାଷୀର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଜଲ୍‌ସେଚନର ବେବସ୍‌ତା କରୁଛନ୍‌। ଚାଷୀର ଖେତ୍‌କେ ପାଏନ୍‌ ପୁହୁଁଚାବାର...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର...

ଡାକ୍ତର ପରମାନନ୍ଦଙ୍କୁ ଅନ୍ତର୍ଜାତୀୟ ଫେମ୍‌ ଆଓ୍ବାର୍ଡ

ସୋନପୁର,୨୨ା୩(ନି.ପ୍ର.): ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଛି ଆନ୍ତର୍ଜାତୀୟ ଫେମ୍‌ ଆଓ୍ବାଡ୍‌। ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ...

କାଳବୈଶାଖୀ ଉଜାଡିଲା ଧାନ

ବିନିକା, ୭।୫(ଡି.ଏନ୍‌.ଏ.)-ସୁବଣ୍ଣର୍ର୍ପୁର ଜିଲାର ବିନିକା ଅଞ୍ଚଳ ଧାନଚାଷ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ବିନିକାରେ ରବି ଧାନଚାଷ ୧୭ହଜାର ୨ଶହ ହେକ୍ଟର ଜମିରେ ହୋଇଛି। ୬୦ଭାଗ...

କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ...

Advertisement
Archives

Model This Week