Posted inରାଜ୍ୟ

୨୦୩୦ ସୁଦ୍ଧା ଏଡ୍‌ସମୁକ୍ତ ଓଡ଼ିଶା ଲକ୍ଷ୍ୟ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଜିଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟ୍‌ର ସମୀକ୍ଷା ବୈଠକ ମଙ୍ଗଳବାର ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଅଧ୍ୟକ୍ଷତା କରି ୨୦୩୦ ସୁଦ୍ଧା ଏଡ୍‌ସ ବିଲୋପ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଏହି କାର୍ଯ୍ୟ ପାଇଁ ସମସ୍ତେ ମିଳିତ ଭାବେ ପ୍ରଚେଷ୍ଟା କରିବାକୁ ସଚିବ ପରାମର୍ଶ ଦେଇଛନ୍ତି। ବିଗତ ବର୍ଷଗୁଡ଼ିକ ତୁଳନାରେ ଓସାକ୍ସର କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ପୂର୍ବ ଅପେକ୍ଷା ରାଜ୍ୟରେ ବର୍ତ୍ତମାନ ଟି.ବି-ଏଚ୍‌ଆଇଭି ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇଛି। ଏଡ୍‌ସ ନିରାକରଣ ପାଇଁ ଅଧିକ ପ୍ରଚାର ଓ ପ୍ରସାର ଉପରେ ଅଧିକ ଦୃଷ୍ଟିଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ସଚିବ କହିଛନ୍ତି।
ବିଭାଗର ଯୁଗ୍ମ ସଚିବ ତଥା ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର କହିଥିଲେ ଯେ, ଏଆରଟିରୁ ବଞ୍ଚତ୍ତ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ପଞ୍ଜୀକୃତ କରାଇ ଉପଯୁକ୍ତ ଔଷଧ ସେବନ ପାଇଁ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି)ର ପରାମର୍ଶଦାତାମାନେ ପ୍ରତି ସପ୍ତାହର ଗୁରୁବାର ଦିନ କାର୍ଯ୍ୟ କରିବେ। ଟି.ବି ଓ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ପୋଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟର ୯୦ ପ୍ରତିଶତ ଲୋକ ନିଜର ଏଚଆଇଭି ସ୍ଥିତି ବିଷୟରେ ଜାଣିବା ନିମନ୍ତେ ଏହାର ପରୀକ୍ଷାକୁ ବ୍ୟାପକ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ରାଜ୍ୟରେ ଥିବା ସମସ୍ତ ଜେଲ, ସ୍ବାଧାର ଗୃହ ଓ ଗ୍ରାମାଞ୍ଚଳରେ ଭିଏଚ୍‌ଏନ୍‌ଡିରେ ଏଚ୍‌ଆଇଭି ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲା ଟି.ବି. ଅଧିକାରୀ ଏବଂ ଡିପିଏମ୍‌ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ବତନ୍ତ୍ର ସଚିବ ଡା. ବି.କେ. ବ୍ରହ୍ମା ଏବଂ ଡା. ହରପ୍ରସାଦ ପଟ୍ଟନାୟକଙ୍କ ସମେତ ଓସାକ୍ସର ଅନ୍ୟ ଅଧିକାରୀମାନେ ଉପସ୍ଥିତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri