୨୦୨୧ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବା ଲକ୍ଷ୍ୟ: ଚାଇନିଜ୍‌, ରଷିଆନ୍‌ ଭାଷା ଶିଖିବେ ଟୁର୍‌ ଅପରେଟର୍‌; ଭୁବନେଶ୍ୱରରେ ବିମାନ ସଂଖ୍ୟା ବଢ଼ାଇବ ସ୍ପାଇସ୍‌ଜେଟ୍‌

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ୨୦୨୧ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଦେଶ, ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଲକ୍ଷ୍ୟ ରହିଛି। ୨୦୧୬-୧୭ରେ ଓଡ଼ିଶାକୁ ମୋଟ ୧,୩୧,୯୦,୨୨୪ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭-୧୮ରେ ୧,୪୩,୬୪,୫୪୧ ଏବଂ ୨୦୧୮-୧୯ରେ ମୋଟ ୧,୫୬,୨୩,୨୫୦ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ଏହି ସଂଖ୍ୟାକୁ ବୃଦ୍ଧି କରି ୨୦୨୧ ସୁଦ୍ଧା ୨କୋଟି ୫୦ଲକ୍ଷରେ ପହଞ୍ଚାଇବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୩ ଟୁରିଷ୍ଟ୍‌ ଡେଷ୍ଟିନେଶନରେ ପରିଣତ କରିବାକୁ ଟାର୍ଗେଟ ରଖାଯାଇଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।
କର୍ନାଟକ ମଡେଲ ଭଳି ଓଡ଼ିଶାରେ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଏକାଠି ହୋଇ ପରିବେଶ ପର୍ଯ୍ୟଟନ ବିକାଶ ଦିଗରେ କାର୍ଯ୍ୟ କରୁଥିବାବେଳେ କମ୍ୟୁନିଟି ଇନ୍‌ଭଲଭମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ୮ ଟୁରିଷ୍ଟ ପୋଲିସ ସେଲ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରାଭେଲ ଓ ଟୁର୍‌ ଗାଇଡ୍‌ମାନଙ୍କୁ ପୂର୍ବରୁ ଫ୍ରେଞ୍ଚ୍‌, ସ୍ପାନିସ୍‌ ଭଳି ଭାଷା ଶିଖାଯାଉଥିବାବେଳେ ଏବେ ଚାଇନିଜ୍‌ ଏବଂ ରଷିଆନ୍‌ ଭାଷାରେ ମଧ୍ୟ ଶିକ୍ଷା ଦେବାକୁ ସ୍ଥିର ହୋଇଥିବା ବିଭାଗୀୟ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଏହାଛଡ଼ା ଓଲା ଏବଂ ଉବର୍‌ ଡ୍ରାଇଭରମାନଙ୍କ ପାଇଁ ମଧ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପର୍ଯ୍ୟଟନ ବ୍ରାଣ୍ଡିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଦିଲ୍ଲୀ, ବମ୍ବେ ଓ କୋଲକାତା ବିମାନ ବନ୍ଦରରେ ବିଜ୍ଞାପନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। ଖୁବ୍‌ଶୀଘ୍ର ହାଇଦ୍ରାବାଦ, ଚେନ୍ନାଇ ଓ ବାଙ୍ଗାଲୁରୁ ବିମାନବନ୍ଦରରେ ଓଡ଼ିଶା ଟୁରିଜମ୍‌ର ବ୍ରାଣ୍ଡିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱର ବିମାନବନ୍ଦରରୁ ବିଭିନ୍ନ ଅଞ୍ଚଳକୁ ସିଧାସଳଖ ବିମାନ ସେବା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ସ୍ପାଇସ୍‌ଜେଟ୍‌ ଭୁବନେଶ୍ୱରରୁ ଅଧିକ ବିମାନ ଚଳାଚଳ କରିବ ବୋଲି ସଚିବ ସୂଚନା ଦେଇଛନ୍ତି। ଓଡ଼ିଶାକୁ ସ୍ପୋର୍ଟସ କ୍ୟାପିଟାଲରେ ପରିଣତ କରିବା ପରେ ଏବେ ଟୁରିଜମ୍‌ କ୍ୟାପିଟାଲରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଉଭୟ ମନ୍ତ୍ରୀ ଓ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଫନୀ ପ୍ରଭାବ: କାକଟପୁର ଶିକ୍ଷା ବିଭାଗର ୧ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ, ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ କରାଯିବାକୁ ଦାବି

କାକଟପୁର,୨୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ କାକଟପୁର ବ୍ଲକ ଶିକ୍ଷା ବିଭାଗର ପ୍ରାୟ ୧ କୋଟି ଟଙ୍କାର କ୍ଷତି ଘଟିଥିବା ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର...

ହାତ ଗଢା ମାଟି ପାତ୍ରରେ ଜାପାନୀ ଛିଟା

ଭୁବନେଶ୍ୱର, ୧୧।୪ (ବ୍ୟୁରୋ)ରାକୁ ଚା’ ପାତ୍ରକୁ ଜଣେ ସୁପ୍ରସିଦ୍ଧ ଜାପାନୀ କଳାକାର ‘ତନକା ଚୋଜିରୋ’ ଷୋଡଶ ଶତାବ୍ଦୀରେ ଆରମ୍ଭ କରିଥିଲେ। ଚୋଜିରୋ ସେ ସମୟର ରାଜା...

ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର...

କଟକଣାରେ ଦୀପ ଜାଳିଲେ

ବାରିପଦା ଅଫିସ/ବାଙ୍ଗିରିପୋଷି/ କୁଆମରା/ ରାଇରଙ୍ଗପୁର, ୨।୩(ଡି.ଏନ.ଏ.) ମୟୂରଭଞ୍ଜ ଜିଲାର ବିଭିନ୍ନ ଶୈବ ପୀଠରେ କୋଭିଡ୍‌ କଟକଣାରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଶିବ...

ଖୋଲିପାରୁନି ୟୁନିଟ୍‌-୨ ଫଳ ବଜାର

ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ...

ଜିଲାଓ୍ବାରୀ ନୁହେଁ, ପଞ୍ଚାୟତସ୍ତରରେ ହେବ ଜୋନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସମ୍ପ୍ରତି ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା।...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି।...

Advertisement
Archives

Model This Week