Posted inଜାତୀୟ

୨୦୨୧ରେ ହେବ ଡିଜିଟାଲ ଜନଗଣନା: ଶାହ

ନୂଆଦିଲ୍ଲୀ,୨୩।୯: ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଆଧାର, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ବ୍ୟାଙ୍କ ଅକାଉଣ୍ଟ୍‌ ଆଦି ସମସ୍ତ ତଥ୍ୟ ରହିପାରିବ। ଦେଶର ୧୪୦ ବର୍ଷ ଇତିହାସରେ ପ୍ରଥମ କରି ମୋବାଇଲ୍‌ ଆପ୍‌ ମାଧ୍ୟମରେ ଡିଜିଟାଲ ଜଣଗଣନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଘର ଘରବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀ ନିଜ ଫୋନ୍‌ ଦ୍ୱାରା ଏଣିକି ଏସବୁ କରିପାରିବେ। ସୂଚନାଯୋଗ୍ୟ, ୨୦୧୧ ଜନଗଣନା ଅନୁସାରେ ଭାରତରେ ଜନସଂଖ୍ୟା ୧୨୧ କୋଟି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ଟାରେ ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ।...

ବାବ୍ରି ଭଙ୍ଗା ମାମଲା: ଷଡ଼ଯନ୍ତ୍ର ନା କରସେବକଙ୍କ କ୍ରୋଧ କିଏ ଦାୟୀ, ବୁଧବାର ଫଇସଲା

ନୂଆଦିଲ୍ଲୀ, ୨୯।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ଆସିବ। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି...

ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ...

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ...

ସଞ୍ଜୟ କୋଠାରି ନୂଆ ସିଭିସି

ନୂଆଦିଲ୍ଲୀ,୨୬।୪ପି.ଟି.): ରାଷ୍ଟ୍ରପତିଙ୍କ ସଚିବ ଥିବା ସଞ୍ଜୟ କୋଠାରିଙ୍କୁ ଶନିବାର କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତ (ସିଭିସି) ନିଯୁକ୍ତ କରାଯାଇଛି। କେ.ସି. ଚୌଧ୍‌ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ...

ପଶ୍ଚିମବଙ୍ଗରେ ଭାଜପା କର୍ମୀଙ୍କୁ ଘରେ ପଶି ଆକ୍ରମଣ

କୋଲକତା,୨୮।୨: ପଶ୍ଚିମବଙ୍ଗ ନିର୍ବାଚନରେ ରକ୍ତପାତ ହେବାର ସମ୍ଭାବନା ସତ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର ୨୪ ପରଗଣା ଜିଲାରେ ଜଣେ ଭାଜପା ନେତାଙ୍କୁ ଘରେ...

ଏୟାର ଫୋର୍ସ ଡେ ରେ ୮୦ ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ…

ନୂଆଦିଲ୍ଲୀ,୫।୧୦ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ...

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

ନୂଆଦିଲ୍ଲୀ,୯।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲି ମାଧ୍ୟମରେ ଦଳୀୟକର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର...

Advertisement
Archives

Model This Week