୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା ତାଙ୍କ ଅଭିନୀତ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ଆଉ ଏହାର ଟାଇଟଲ ଜାଣିବା ପରେ ତାଙ୍କ ପ୍ରଶଂସକ ଇଦ୍‌ ଓ ଦୀପାବଳି ଏକାସାଙ୍ଗେ ପାଳନ କରିବେ ବୋଲି ସେ କହିଛନ୍ତି। କାହିଁକିନା ଫିଲ୍ମର ଟାଇଟଲ ରହିଛି ‘କଭି ଇଦ୍‌ କଭି ଦିଓ୍ବାଲି’। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଫରହାଦ ସାମଜୀ ଓ ପ୍ରଯୋଜକ ଅଛନ୍ତି ସାଜିଦ ନାଡିୟାଡଓ୍ବାଲା। ଫରହାଦ ୨୦୧୯ରେ ପରଦାକୁ ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସଫୁଲ୍‌-୪’ର ନିର୍ଦ୍ଦେଶନା ଦେଇଥିଲେ। ଯାହା ୨ଶହ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲା। ତେବେ ସଲମାନଙ୍କ ଅଭିନୀତ ଫିଲ୍ମରେ ଫରହାଦ ପ୍ରଥମଥର ନିର୍ଦ୍ଦେଶକ ଭାବେ କାମ କରିବେ ବୋଲି ଜଣାପଡିଛି। ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ସମ୍ପର୍କରେ କିଛି ତଥ୍ୟ ଜଣାପଡି ନ ଥିବା ବେଳେ ସଲମାନ ତାଙ୍କ ଟୁଇଟରରେ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି। ଫିଲ୍ମର କାହାଣୀ ମଧ୍ୟ ସାଜିଦ ନାଡିୟାଡଓ୍ବାଲାଙ୍କର ବୋଲି ଜଣାପଡିଛି। ଏହାପୂର୍ବରୁ ସଲମାନ ‘କିକ୍‌’ରେ ସାଜିଦଙ୍କ ସହ କାମ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

ମୋଦି-କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଲେ ଟିଭି ଅଭିନେତ୍ରୀ ଦୀପିକା ସିଂ

ମୁମ୍ବାଇ, ୧୩।୬: ଟିଭି ଅଭିନେତ୍ରୀ ଦୀପିକା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କର ନମୁନା...

କର୍ମୀଙ୍କ ପାଇଁ ଫିଲ୍ମ ହଲ୍‌ ବୁକ୍‌ କରାଇଲେ ଅଖିଲେଶ

ଲକ୍ଷ୍ନୌ,୧୦।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍‌’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍‌ ହୋଇଛି। ଜେଏନ୍‌ୟୁ ଛାତ୍ରଙ୍କୁ ଦୀପିକା...

ସାରାଙ୍କ ଟେନସନ

ସୈଫ ତନୟା ସାରା ଅଲ୍ଲୀ ଖଁ। କ’ଣ କରିବେ ଜାଣିପାରୁନାହାନ୍ତି। କାରଣ ପ୍ରେମ ତାଙ୍କ ପାଇଁ ଟେନସନ ସାଜିଛି। ଯୁଆଡ଼େ ଗଲେ ସେହି ଗୋଟିଏ ପ୍ରଶ୍ନ।...

୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର...

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର...

ଘରକୁ ଫେରିଲେ ଆହତ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ସଲମାନଙ୍କ ଅପ୍‌ କମିଂ ଫିଲ୍ମ ‘ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟଟେଡ୍‌...

Coronavirus Update


Archives

Model This Week

Why Dharitri