୨୦୨୦ କମିଶନରେଟ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯, ଆଉ ଆସିବ ୨୦୨୦। ତେବେ ୨୦୧୯ରେ କମିଶନରେଟ ପୋଲିସକୁ ଅନେକ ମାମଲାରେ ସଫଳତା ମିଳିଥିବାବେଳେ କେତେକ କ୍ଷେତ୍ରରେ ବିଫଳତାର ସ୍ବାଦ ଚାଖିବାକୁ ପଡିଛି। ଏହି ସଫଳତା ଓ ବିଫଳତାକୁ ନେଇ ଆସନ୍ତାବର୍ଷ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନୂଆ ଆଭିମୁଖ୍ୟ ନେଇ ସୂଚନା ଦେବା ସହ ଆଗାମୀ ବର୍ଷ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।
ପୋଲିସ କମିଶନର କହିଛନ୍ତି, ୨୦୨୦ରେ ୫-ଟିକୁ ଅଧିକ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ। ପ୍ରଥମଟି ହେଲା ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାକୁ ସଫଳ କରିବା। ଲୋକେ ଥାନାକୁ ଗଲେ ପୋଲିସଠାରୁ ଯେପରି ଉତ୍ତମ ବ୍ୟବହାର ପାଇବେ ସେନେଇ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟରେ ରାଜଧାନୀରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆଉ ଏକ ଚ୍ୟାଲେଞ୍ଜ ରହିବ। ଏବେ ବି ରାଜଧାନୀର ଆଉ କିଛି ଛକରେ ଟ୍ରାଫିକ ସମସ୍ୟା ରହିଛି। ଜୟଦେବ ବିହାରରୁ ନନ୍ଦନ କାନନ,ଏଜି ଛକରୁ ରାଜମହଲ, ରବି ଟକିଜ, ଖଣ୍ଡଗିରି ଓ ପଳାଶୁଣି ଆଦି ସ୍ଥାନରେ ଟ୍ରାଫିକ ପରିଚାଳନା ପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ତୃତୀୟରେ ରାଜଧାନୀରେ ଡ୍ରଗ୍ସ କାରବାର ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ କରାଯାଇଛି। ଏହି ସ୍କ୍ବାଡ୍‌ ଚଢାଉ କରି ନିଶା ମାଫିଆମାନଙ୍କୁ ଗିରଫ କରୁଛି। ଚଳିତବର୍ଷ ଅଧିକାଂଶ ସ୍ଥାନରେ ନିଶା ବେପାର କମିଛି। ଆଗକୁ ନିଶା ମାଫିଆଙ୍କୁ ପୂରା ଟାର୍ଗେଟ କରାଯିବ। ଚତୁର୍ଥରେ ଛିନ୍‌ତାଇ ଓ ସଂଗଠିତ ଅପରାଧ ରୋକିବା। ଏବେ ରାଜଧାନୀରେ ପ୍ରତିଦିନ ବିଭିନ୍ନ ଛକରେ ଚିନ୍‌ତାଇ ହେଉଛି। ତେଣୁ ଏହାକୁ ରୋକିବା ପାଇଁ ହାଇଦ୍ରାବାଦ ପରି ସମଗ୍ର ସହରକୁ ସିସିଟିଭି ନଜରରେ ରଖାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ସ୍ମାର୍ଟସିଟି ଲିମିଟେଡ୍‌ ସହ ମିଶି କାର୍ଯ୍ୟ କରାଯିବ। ଏହାସହ ସଂଗଠିତ ଅପରାଧ ରୋକିବାକୁ ପଦେକ୍ଷପ ନିଆଯିବ। ବିଶେଷକରି ଅପରାଧରେ ପରିଚିତ ଓ ସମ୍ପର୍କୀୟଙ୍କର ସମ୍ପୃକ୍ତି ରହୁଥିବାରୁ ଯଦି କୌଣସି ଅଫିସର କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରନ୍ତି ସେମାନଙ୍କୁ ଅନ୍ୟତ୍ର ବିଦା କରାଯିବ। ପଞ୍ଚମରେ ଜରୁରୀ ସେବାରେ ଉନ୍ନତି ଆଣିବା। ମହିଳା, ବୟସ୍କ ବ୍ୟକ୍ତି ସମସ୍ୟାରେ ପଡିଲେ ୧୦୦କୁ ଫୋନ୍‌ କରୁଛନ୍ତି। ତେଣୁ ଫୋନ୍‌ ପାଇବା ମାତ୍ରେ କିଭଳି ଶୀଘ୍ର ସେମାନଙ୍କ ନିକଟରେ ପୋଲିସ ପହଞ୍ଚତ୍ବ ସେଥିପାଇଁ ପିସିଆର ଭ୍ୟାନ୍‌ ସଂଖ୍ୟା ବଢାଯିବ। ଏହାସହ କଣ୍ଟ୍ରୋଲ ରୁମ୍‌ର କ୍ରିୟାଶୀଳତାକୁ ବଢ଼ାଇବା ସହ ଅଧିକ ସୁଧାର ଅଣାଯିବ। ଏହାସହ ଥାନାରେ ଥିବା ସହାୟକେନ୍ଦ୍ରକୁ ସ୍ବଚ୍ଛ ରଖିବା, ଥାନା ଆଗରେ ଥିବା ଅଳିଆ ହଟାଇବାର ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri