୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ରହିଲା: ଛାତ୍ରୀଛାତ୍ରଙ୍କୁ ମିଳିଲାନି ମାଗଣା ୟୁନିଫର୍ମ, ଜୋତା

ରସୁଲପୁର, ୨୬।୧ (ଡି.ଏନ୍‌.ଏ.): ଯାଜପୁର ଜିଲାରେ ରସୁଲପୁର ବ୍ଲକ ଏକ ଅଗ୍ରଣୀ ବ୍ଲକ ଭାବରେ ଖ୍ୟାତି ରହିଛି। ହେଲେ ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ଓ ତା’ର ଅବସ୍ଥା ସେତେଟା ସନ୍ତୋଷଜନକ ମନେ ହେଉନାହିଁ। ତେବେ ଛାତ୍ରୀଛାତ୍ରଙ୍କୁ ମଗଣା ୟୁନିଫର୍ମ ଓ ଜୋତା ବଣ୍ଟନ କ୍ଷେତ୍ରରେ ବ୍ଲକର ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ୨୦୧୯-୨୦ ଶିକ୍ଷାବର୍ଷ ସରିବାକୁ ୨ମାସ ବାକି ରହିଲା । ହେଲେ ଏବେ ବି ଅନ୍ୟୁନ ୪୦ଶତକଡ଼ା ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପୋଷାକ, ଜୋତା ଓ ମୌଜା ମିଳିପାରି ନାହିଁ। ତେଣେ ସରକାର ଚଳିତ ଶିକ୍ଷା ବର୍ଷଠାରୁ ସମସ୍ତ ପିଲାଙ୍କୁ ମାଗଣା ପୋଷାକ ଦେବାକୁ ଘୋଷଣା କରିଥିବାରୁ ଏପିଏଲ୍‌ ବର୍ଗର ପୁଅ, ବ୍ଲକ ଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସମସ୍ତ ପିଲାଙ୍କୁ କେବେ ପୋଷାକ ମିଳିବ ତାହା ଏବେ ବି ଅନିଶ୍ଚିତା ଦେଇ ଗତି କରୁଛି।

ପ୍ରାଥମିକ ଶିକ୍ଷା ହେଉଛି ପିଲାମାନଙ୍କ ମୌଳିକ ଅଧିକାର। ୧ ରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବା ସହ ଏହି ବର୍ଗର ସବୁ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଦିଗରେ ନିଶ୍ଚିତ କରାଯିବ। ସରକାର ୧ରୁ ୮ଶ୍ରେଣୀରେ ପଢୁଥିବା ସବୁ ବର୍ଗର ପିଲାଙ୍କୁ ମାଗଣା ବହି ଯୋଗାଇ ଦେଉଛନ୍ତି। ଏଥିସହ ପୂର୍ବରୁ ଝିଅ ଓ ବିପିଏଲ ବର୍ଗର ପୁଅଙ୍କୁ ସରକାର ପୋଷାକ ଦେଉଥିଲେ। ଏହାଛଡ଼ା ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ବିଦ୍ୟାଳୟକୁ ଛାଡ଼ିଦେଲେ ଏହିବର୍ଗର ସବୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି। ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଘୋଷଣା କରିବା ପରେ ସବୁବର୍ଗର ପିଲାଙ୍କୁ ସମାନ ଅଧିକାର ପ୍ରଦାନ ଆଧାରରେ ମଧ୍ୟାହ୍ନ ଭୋଜନ, ମାଗଣା ବହି, ୟୁନିଫର୍ମ ଓ ଜୋତା ଦେବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ଉକ୍ତ ବ୍ଲକ ଅଧିନସ୍ଥ ୨୨୩ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଷଣ ହେଉଛି। ସେଥିମଧ୍ୟରୁ ୧୭୩ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି, ୮ଟି ଅନୁଦାନପ୍ରାପ୍ତ, ୧୬ଟି ବ୍ଲକ ଗ୍ରାଣ୍ଟ ମଧ୍ୟ ଇଂରାଜୀ ଓ ୨୯ଟି ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ରହିଛି । ଏ ସବୁ ବିଦ୍ୟାଳୟରେ ମୋଟ ୧୮,୭୦୨ଜଣ ପିଲା ଅଧ୍ୟୟନ କରୁଛନ୍ତି । ଚଳିତବର୍ଷଠାରୁ ପ୍ରତ୍ୟେକ ପିଲା ପିଛା ୨ହଳ ମାଗଣା ୟୁନିଫର୍ମ ବାବଦକୁ ୨୦୦ ଲେଖାଏ ୪୦୦ ଟଙ୍କା ଓ ହଳେ ଜୋତା ଆଉ ମୌଜା ପାଇଁ ୨୦୦ଟଙ୍କାକୁ ମିଶାଇ ମୋଟ ୬୦୦ଟଙ୍କା ପ୍ରଦାନ କରାଯାଉଛି। ପୋଷାକ ଓ ଜୋତା ବାବଦକୁ ଅର୍ଥ ଏବାବଦରେ ବ୍ୟାଙ୍କରେ ଖୋଲାଯାଇଥିବା ଜମାଖାତାକୁ ଆସିବ। ପରିଚାଳନା କମିଟି ସଭାପତି ଓ ପ୍ରଧାନ ଶିକ୍ଷକଙ୍କ ଯୁଗ୍ମ ଭାବରେ ଏହି ଖାତାକୁ ପରିଚାଳନା କରିବେ। ଅଦ୍ୟାବଧି ଏହି ବ୍ଲକ ଅଧିନସ୍ଥ କିଆବାଡିଆ ପ୍ରାଥମିକ ବିଦ୍ୟାଳୟ, ବନ୍ଧଡିହ, ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ଚାନ୍ଦପୁର, ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ସମେତ ୪ଟି ବିଦ୍ୟାଳୟରେ ଏବେ ବି ପରିଚାଳନା କମିଟି ଗଠନ ହୋଇପାରି ନାହିଁ । ଏହାଛଡା ବ୍ଲକଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଏପିଏଲ ଛାତ୍ରମାନଙ୍କୁ ପୋଷାକ ମିଳିବା ନେଇ ଅନିଶ୍ଚିତତା ଜାରି ରହିଛି। ଜିଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ଆକାଉଣ୍ଟରେ ଅର୍ଥ ପହଞ୍ଚତ୍ବାରେ ବିଳମ୍ବ ହୋଇଛି। ଫଳରେ ୟୁନିଫର୍ମ ଓ ଜୋତା ମିଳିପାରୁ ନାହିଁ ବୋଲି କୁହାଯାଉଛି ା ଅଧିକାଂଶ ଛାତ୍ରୀଛାତ୍ରଙ୍କ ଆଧାର କାର୍ଡ ଉଠିପାରି ନାହିଁ ା ଆଧାର ସଂଯୋଗ ହୋଇ ନ ଥିବା ପିଲାମାନଙ୍କ ପାଇଁ ଅର୍ଥ ଆସିପାରିବ କି ନାହିଁ ତା ଉପରେ ସଂଶୟ ଲାଗି ରହିଛି। ଏସବୁ କାରଣରୁ କେତେକ ବିଦ୍ୟାଳୟର ଉପସ୍ଥାନ ଠାରୁ କମ୍‌ ଅର୍ଥ ଆସିଛି ା ଯାହକୁ ନେଇ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି। କମ୍‌ ପରିମାଣର ଟଙ୍କା ଆସିଥିବା କାରଣରୁ କେତେକ ବିଦ୍ୟାଳୟରେ ପୋଷାକ ବଣ୍ଟନ ପ୍ରକ୍ରିୟାରେ ବାଧା ଉପୁଜୁଛି। ଏ ନେଇ ବ୍ଲକ ଶିକ୍ଷାଧିକାରୀ ସାନ୍ତନୁ କୁମାର କରଙ୍କୁ ପଚାରିବାରୁ ସେ ଏ ବାବଦରେ ଆଦୌ ଅବଗତ ନାହାନ୍ତି ା ଏ ଦିଗରେ ନାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜିଲା ପ୍ରକଳ୍ପ ସଂଯୋଜକ କେହି ତାଙ୍କୁ ସୂଚନା ଦେଉନାହାନ୍ତି ା ପଚାରିଲେ ସେମାନେ ଚିଠି ମେଲ୍‌ରେ ପଠାଇ ଦେଉଛନ୍ତି ବୋଲି କହୁଛନ୍ତି ା ତେବେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନେଟ୍‌ ଦୀର୍ଘଦିନ ୪ମାସରୁ ଊର୍ଦ୍ଧ୍ୱକାଳ ଖରାପ ରହିଥିବାରୁ ଏ ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri