୨୦ରୁ ହେବ ଧାନ କିଣା

ପଦ୍ମପୁର, ୧୧।୧୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ରାଜଘରପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ବାଲିମେଦ ସେବା ସମବାୟ ସମିତିର ୬୨ତମ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଏଆର୍‌ସିଏସ୍‌ ସ୍ବାତୀବାଳା ମହାପାତ୍ର, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ବାସୁଦେବପୁର ଶାଖା ପରିଚାଳକ ନରେନ୍ଦ୍ରନାଥ ବିହାରୀ, ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ବିରସ ସରପଞ୍ଚ ଦୟାନିଧି ଦାସ, ଆନ୍ଦୋଳା ସରପଞ୍ଚଙ୍କ ପ୍ରତିନିଧି ଜଗବନ୍ଧୁ ଖିଲାର, ସେବା ସମବାୟର ସଭାପତି ଉତ୍ତମ କୁମାର ପାତ୍ର ଓ ଉପସଭାପତି ଜାନକୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ଶ୍ରୀଧର ପ୍ରସାଦ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସେବା ସମବାୟ ସମିତି ରାଜଘରପୋଖରୀ, ବାଲିମେଦ, ଆନ୍ଦୋଳା, ଜଗନ୍ନାଥପ୍ରସାଦ ଓ ବିରସ ପଞ୍ଚାୟତର ଚାଷୀଙ୍କ ଧାନକ୍ରୟ କରୁଥିବାବେଳେ ଚଳିତବର୍ଷ ୧୨୦୮ଜଣ ଚାଷୀ ଅନ୍‌ଲାଇନରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଧାନ ସଂଗ୍ରହ କରି ମହଜୁଦ ରଖିବାକୁ ସୋସାଇଟିର ଗୋଦାମ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଚଳିତବର୍ଷ ଆସନ୍ତା ୨୦ ତାରିଖଠାରୁ ଧାନ କିଣାଯିବା ପାଇଁ ସ୍ଥିର କରାଯାଇଛି। ୨୦୦ ଚାଷୀଙ୍କର ନାମ ସିଦ୍ଧାନ୍ତ କରି ପ୍ରଥମ ଦଫାରେ ଧାନ କ୍ରୟ ଲାଗି ସମ୍ପାଦକଙ୍କୁ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଇରାରେ ସୁଦୃଢ଼ ହେଉଛି କଂଗ୍ରେସ

ଖଇରା,୧।୩(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକରେ କଂଗ୍ରେସର ୬ମାସ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଛୋଟ ବଡ ମିଶ୍ରଣ ପର୍ବ ମାଧ୍ୟମରେ କଂଗ୍ରେସ ଧୀରେ ଧୀରେ ସୁଦୃଢ...

ଏମ୍‌ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା

ବାଲେଶ୍ୱର,୨୯।୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କର ବଦଳି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଜେନେରାଲ ଆଡ୍‌ମିନିଷ୍ଟ୍ରେସନ ଆଣ୍ଡ ପବ୍ଲିକ ଗ୍ରିଭେନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବୁଧବାର...

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ...

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ...

ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖଇରା ରାଜନୀତି ସରଗରମ

ଖଇରା,୨୮।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଏନଏସି ଘୋଷଣାରୁ ବାଦ୍‌ ପଡିବା ପରେ ଏବେ ରାଜନୀତି ସରଗରମ ହୋଇପଡିଛି। ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ...

ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ

ବାହାନଗା,୨୬ା୨(ଅରୂପ୍‌ କୁମାର ଦାସ): ବରଯାତ୍ରୀ ହୋଇ କନ୍ୟାଘରକୁ ଆସିଥିଲେ। ମାତ୍ର ଫେରିବା ବେଳକୁ ବାଟରେ ଦେହ ଅସୁସ୍ଥ ହେବାରୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଗଲା।...

ମାଟ୍ରିକ୍‌ ପରୀକ୍ଷାରେ କପି ଯୋଗାଉଥିଲେ ଖେଳ ଶିକ୍ଷକ: ପହଞ୍ଚିଗଲେ ବିଇଓ, ପରେ…

ଭୋଗରାଇ,୨୬।୬(ପ୍ରଦୀପ ଦାସ): ଚଳିତ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା  ଯୋଗୁ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ଘଟଣା...

ଏଥର ଖାତା ଖୋଲିବା ଲକ୍ଷ୍ୟରେ ଭାଜପା

ଖଇରା,୨୫।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲାର ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ଖଇରା ବ୍ଲକର ୩୭ ଓ ସିମୁଳିଆ ବ୍ଲକର ୨୨ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri