୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ଗ୍ରାମାଞ୍ଚଳରେ ପ୍ରଚାର ସାରିବା ପରେ ଏବେ ପ୍ରାର୍ଥୀମାନେ ସହରାଭିମୁଖୀ ହୋଇଛନ୍ତି ା ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ (୫୫)ରେ ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ୩ ପୂର୍ବତନ ବିଧାୟକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି।  ଗତ ୩୦ ବର୍ଷର ରାଜନୀତିକୁ ଅନୁଧ୍ୟାନ କଲେ ଜଣାପଡ଼େ, ଏଠାରୁ କୌଣସି ପ୍ରାର୍ଥୀ ଦ୍ୱିତୀୟ ଥର ବିଜୟୀ ହୋଇନାହାନ୍ତି। ତେଣୁ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ୱିତୀୟ ଥର ବିଧାୟକ ଭାବେ ଜିତିବାକୁ ତୀବ୍ର ପ୍ରୟାସ ଜାରି ରଖିଛନ୍ତି।

ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ। ସେ ୨୦୦୪ରେ କଂଗ୍ରେସରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୨୦୦୦ରେ ଏହି ଆସନରୁ ଜିତି ବିଧାୟକ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ ୨୦୦୯ରେ ଏନ୍‌ସିପିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ ସେ ୨୦୦୦ରେ ପୁରୁଣା ଗଁଦିଆ ବିଧାନସଭା ଆସନରୁ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ହେଲେ ନିର୍ବାଚନ ସମୟରେ ନବୀନଙ୍କ ବାରମ୍ବାର ଦଳବଦଳ ଘଟଣା ସବୁବେଳେ ଚର୍ଚ୍ଚାରେ ରହି ଆସିଛି।

ଢେଙ୍କାନାଳ ସଦର ବ୍ଲକର ୨୧ ଏବଂ ଗଁଦିଆ ବ୍ଲକର ୩୦ ପଞ୍ଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ। ସବୁ ନିର୍ବାଚନରେ ଗଁଦିଆ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଛନ୍ତି। ତେଣୁ ଏହି ବ୍ଲକ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଁଦିଆ ଆସି ପ୍ରଚାର କରି ଯାଇଥିବାବେଳେ ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଉକ୍ତ ଅଞ୍ଚଳରେ ଶନିବାର ଦିନତମାମ ପ୍ରଚାର କରିଛନ୍ତି। ଉଭୟେ ଦଳୀୟ କର୍ମୀଙ୍କ ଗହଣରେ ରୋଡ୍‌ ଶୋ, ପଥପ୍ରାନ୍ତ ସଭା କରି ଭୋଟ ଭିକ୍ଷା କରିଛନ୍ତି। ସେହିପରି ନବୀନ ନନ୍ଦ ଗଁଦିଆ ଅଞ୍ଚଳର ହୋଇଥିବାରୁ  ମାଟିର ପୁଅ ନାରା ଦେଇ ସେ ଭୋଟ ନିବେଦନ କରୁଛନ୍ତି। ଶନିବାର ସେ ଦେଓଗଁାରୁ  ବାଇକ୍‌ ଶୋଭାଯାତ୍ରା କରି ଢେଙ୍କାନାଳ ମିନି ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ।

ଢେଙ୍କାନାଳ ବିଧାନସଭା ଆସନରୁ ୧୯୯୦ରେ ତଥାଗତ ସତପଥୀ (ଜନତା ଦଳ), ୧୯୯୫ରେ ନବୀନଚନ୍ଦ୍ର ନାରାୟଣ ଦାସ (କଂଗ୍ରେସ), ୨୦୦୦ରେ କୃଷ୍ଣଚନ୍ଦ୍ର ପାତ୍ର (ଭାଜପା), ୨୦୦୪ରେ ସୁଧୀର କୁମାର ସାମଲ (କଂଗ୍ରେସ), ୨୦୦୯ରେ ନବୀନ ନନ୍ଦ (ଏନ୍‌ସିପି), ୨୦୧୪ରେ ସରୋଜ କୁମାର ସାମଲ (ବିଜେଡି) ବିଜୟୀ ହୋଇଥିଲେ। ୨୦୧୯ରେ ଆସନ ବଞ୍ଚାଇ ରଖିବା ପାଇଁ ଶାସକ ଦଳ ପକ୍ଷରୁ ଜୋରସୋରରେ ପ୍ରୟାସ ଜାରିରହିଛି। ମୋଦିଙ୍କ ପରିବର୍ତ୍ତନ ଆହ୍ବାନକୁ ଆଧାର କରି ଆସନ ହାତେଇବାକୁ ଯଥାସାଧ୍ୟ ଉଦ୍ୟମ କରୁଛି ଭାଜପା। ସେହିପରି ବିଜେଡି ଓ ଭାଜପା ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ଭୋଟରଙ୍କ ପାଖକୁ ଯାଉଛି କଂଗ୍ରେସ। ୩ ପୂର୍ବତନ ବିଧାୟକ ବାଜି ମାରିବା ଲକ୍ଷ୍ୟରେ ଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଢେଙ୍କାନାଳ ବିଧାନସଭା ଆସନରୁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୁଧୀର କୁମାର ସାମଲ (ବିଜେଡି), କୃଷ୍ଣଚନ୍ଦ୍ର ପାତ୍ର (ଭାଜପା), ନବୀନ ନନ୍ଦ (କଂଗ୍ରେସ), ଗଣେଶ୍ୱର ପ୍ରଧାନ (ବହୁଜନ ସମାଜ ପାର୍ଟି), ଅକ୍ଷୟ ରାଉତ (ସମତାକ୍ରାନ୍ତି ଦଳ), ଆଶିଷ କୁମାର ମିଶ୍ର(ଆମ୍‌ ଆଦ୍‌ମୀ ପାର୍ଟି), ପତିତପାବନ ମିଶ୍ର (ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ), ବିକାଶ ନାଏକ(ହିନ୍ଦୁସ୍ଥାନ ନିର୍ମାଣ ଦଳ), ଭଜମନ ରାଉତ (ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆ), ଗୁଡିଆ ଶର୍ମା (ସ୍ବାଧୀନ), ମେଘନାଦ ନନ୍ଦ (ସ୍ବାଧୀନ) ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?