୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍‌ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ଦିଆଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି।
ପୂର୍ବାହ୍ନ ୮ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ମନୋଜ କୁମାର ମହାନ୍ତି ପଲସ ପୋଲିଓ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଏଡିପିଏଚ୍‌ଓ (ଏଫ୍‌ଡବ୍ଲ୍ୟୁ) ଡାକ୍ତର ଲାଉଚନ୍ଦ୍ର ତନ୍ତୀ, ଏନ୍‌ଏଚ୍‌ଏମ୍‌ର ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଜିଲାରେ ଥିବା ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୫ ହଜାର ୧୮୯ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ସେହିପରି ଦୁଇଟି ପ୍ରସବତ୍ତର କେନ୍ଦ୍ର (ପିପିସି)ରେ ୭ ହଜାର ୪୬୧ ଜଣଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ ହଜାର ୧୭୭ ଜଣଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିବା ବେଳେ ବଅଁରପାଳରେ ୧୫ ହଜାର ୩୪୧ ଶିଶୁ, କୋଶଳାରେ ୧୨ ହଜାର ୮୧, କଣିହଁାରେ ୧୩ ହଜାର ୭୫୫, ଗୋଡ଼ିବନ୍ଧରେ ୧୦ ହଜାର ୪୩୭, ଖମାରରେ ୧୨ ହଜାର ୭୯, ମାଧପୁରରେ ୧୦ ହଜାର ୩୬୮, ଆର୍‌.କେ. ନଗରରେ ୭ ହଜାର ୯୫୧ ଜଣଙ୍କୁ ପୋଲିଓ ପ୍ରତିଷେଧକ ପ୍ରଦାନ କରାଯାଇଥିଲା। ସେହିପରି ଅନୁଗୋଳ ପିପିସିରେ ୩ ହଜାର ୭୪୨ ଓ ତାଳଚେର ପିପିସିରେ ୩ ହଜାର ୭୧୯ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୨୧, ଅନୁଗୋଳରୁ ୨୨୫,...

ଶ୍ରୀଜୀଉଙ୍କ ଅପେକ୍ଷାରେ ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡା ଅଫିସ, ୪ା୭: ଆଜି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ଅବସରରେ ମାଉସୀମା ମନ୍ଦିର ଅଭିମୁଖେ ରଥରେ ଯାତ୍ରା...

କଟକଣା ହେଲା କୋହଳ

କେନ୍ଦୁଝର, ୨୧।୫( ସ୍ବ.ପ୍ର.)-ଜିଲା ପ୍ରଶାସନ ଜାରି କଲା ନୂଆ ଗାଇଡ଼ ଲାଇନ। କଣ୍ଟେନମେଣ୍ଟ ଯୋନ ବାହାରେ କୋଭିଡ୧୯ ପାଇଁ ଥିବା କଟକଣା କୋହଳ କଲା। ଗ୍ରସୋରି,...

୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ...

କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ...

ଆଉନାହାନ୍ତି ଆଲ୍‌ବମ୍‌ କୁଇନ୍‌ ଦୀପା ସାହୁ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କ ସୋମବାର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦୀପାଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ...

୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।...

ସରୁନି ସ୍ଲୁଇସ୍‌ ଗେଟ୍‌ କାମ, ମୁକୁଳା ନଦୀବନ୍ଧ

ଆରଡ଼ି, ୨୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକର କୁଳସାହି ନିକଟ ବୈତରଣୀ ନଦୀବନ୍ଧରେ ୮ ମାସ ତଳେ ଆରମ୍ଭ ହୋଇଥିବା ସ୍ଲୁଇସ୍‌ ଗେଟ୍‌...

Coronavirus Update

Archives

Model This Week

Why Dharitri