Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ସେମିଫାଇନାଲ

ବେନୋଇ,୧।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଫାଇନାଲ ଟିକେଟ ପାଇଁ ଆସନ୍ତା ୪ ତାରିଖରେ ଏହି ଦୁଇ ଦଳ ପୋଚେଫ୍ସଟ୍ରୁମ୍‌ରେ ମୁହଁାମୁହିଁ ହେବେ। ଗତଥରର ଚାମ୍ପିୟନ ଭାରତ ପୂର୍ବରୁ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ସେମିକୁ ଉଠିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ୬ ତାରିଖରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି।
ଶୁକ୍ରବାର ଏଠାରେ ଖେଳାଯାଇଥିବା ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ୫୩ଟି ବଲ ବାକିରଖି ୬ ଉଇକେଟରେ ଆଫଗାନିସ୍ତାନକୁ ହରାଇ ସେମିକୁ ଉଠିଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୮୯ ରନ କରି ଅଲ୍‌ଆଉଟ ହୋଇଥିଲା। ଦଳ ତରଫରୁ ଅଧିନାୟକ ଫରହାନ ଜଖିଲ ୪୦ ରନ ସଂଗ୍ରହ କରିଥିଲେ। ପାକିସ୍ତାନ ତରଫରୁ ମହମ୍ମଦ ଆମୀର ଖାଁ ସର୍ବାଧିକ ୩, ଫହାଦ ମୁନିର ୨ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ବ୍ୟାଟିଂ ଆରମ୍ଭ କରି ପାକିସ୍ତାନ ୪୧.୧ ଓଭରରେ ୪ ଉଇକେଟ ହରାଇ ୧୯୦ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ମହମ୍ମଦ ହୁରାଇରା ସର୍ବାଧିକ ୬୪ ରନ ସଂଗ୍ରହ କରିଥିବା ବେଳେ ଆଫଗାନିସ୍ତାନର ନୁର ଅହମ୍ମଦ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ସର୍ବାଧିକ ୪ଟି ଟାଇଟଲ ହାସଲ କରି ସଫଳତମ ଦଳ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପିଂ: ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଜ୍ୟାକ୍‌

ମେଲବୋର୍ନ,୨୮ା୭ (ଏଏଫ୍‌ପି)-ରିଲେ ବିଶ୍ୱରେକର୍ଡ ଅଧିକାରିଣୀ ଶାୟନା ଜ୍ୟାକ୍‌ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ଏହି ଆଥଲେଟ୍‌ ଏକ ନିଷିଦ୍ଧ ଦ୍ରବ୍ୟଯୁକ୍ତ...

ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ...

ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକାକୀ ଦମ୍‌ଦାର ପ୍ରଦର୍ଶନ କରି ଗତବର୍ଷ ଦଳକୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା...

୨୩ ବର୍ଷରେ ମିଳିଲା ଅଧିନାୟକ ଦାୟିତ୍ୱ: ନିଜର ସଫଳତାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପନ୍ତ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଏହି ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଛନ୍ତି ୨୩ ବର୍ଷୀୟ...

ଘୋଡା ନୁହେଁ ବରଂ ଗଧ ପିଠିରେ ବସିବାକୁ ଭଲ ପାଉଥିଲେ ଏହି ଭାରତୀୟ ସ୍ପିନର: ପିଲାଦିନୁ ଥିଲା କ୍ରିକେଟର ସଉକ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାହକୁ ନେଇ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଧନଶ୍ରୀଙ୍କ ସହ ତାଙ୍କର ଏକାଧିକ ଫଟୋ...

‘ୟେ ବନ୍ଧନ ତୋ ପ୍ୟାର୍‌ କା…’; ସିଏସ୍‌କେ-ଏମ୍‌ଆଇ ମ୍ୟାଚ୍‌କୁ ନେଇ…

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ର ୩୩ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଙ୍କ ତାଲିକାର ନିମ୍ନ...

କ୍ରିକେଟ ଜଗତକୁ ଝଟ୍‌କା, ୫୧ଟି ଶତକ ଲଗାଇଥିବା ମହାନ ବ୍ୟାଟ୍ସମ୍ୟାନଙ୍କ ପରଲୋକ

କ୍ରିକେଟ ଜଗତର ମହାନ ଖେଳାଳି ଓ୍ବେଷ୍ଟଇଣ୍ଡିଜର ସାର୍‌ ଏଭର୍ଟନ ଓ୍ବିକ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର ଗଡ୍‌ଫାଦର୍‌...

Advertisement
Archives

Model This Week