Posted inଖେଳ

୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି: ଜୟସ୍ବାଲଙ୍କ ଶତକ: ଭାରତ ଏ’ ବିଜୟୀ

ହାଇଦ୍ରାବାଦ,୧୬।୧୧(ପି.ଟି.)- ଓପନର ଯଶସ୍ବୀ ଜୟସୁଆଲଙ୍କ ଦମ୍‌ଦାର ଶତକ ସହାୟତାରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ଭାରତ ଏ’ ୭ ଉଇକେଟରେ ଭାରତ ସି’କୁ ହରାଇଛି। ଶୁକ୍ରବାର ସ୍ଥାନୀୟ ଆରଜିଆଇସି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ସି’ ୫୦ ଓଭରରେ ୭ ଉଇକେଟ ହରାଇ ୨୫୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଦିବ୍ୟାଂଶ ସାକସେନା ୮୯, କେ. କୁମାର ୪୦, ଡି. ସୌରଭ ଅପରାଜିତ ୫୧, ପି. ପ୍ରତ୍ୟୁଷ ୨୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ଏ ତରଫରୁ ଆକାଶ ଚାନ୍ଦ ୪ ଓ ଡି. ସାଗର ୨ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ୨୫୧ ରନ ଟାର୍ଗେଟର ପିଛା କରି ଭାରତ ଏ’ ଜୟସ୍ବାଲଙ୍କ ଉପଯୋଗୀ ବ୍ୟାଟିଂ ବଳରେ ସହଜରେ ବିଜୟୀ ହୋଇଥିଲା। ଦଳ ତରଫରୁ ଜୟସ୍ବାଲ ୧୦୦ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୨ ଛକା ସହ ୧୦୮ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ସାଇ ଭରଦ୍ୱାଜ ଏସ୍‌ ୬୦ ରନ, ଜୟ ଗୋହିଲ ୪୩ ଓ ସମୀର ରିଜଭି ଅପରାଜିତ ୩୮ ରନ ସଂଗ୍ରହ କରି ଦଳକୁ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ଲକ୍‌ଡାଉନ୍‌ ଏକ୍ସଟେନଶନ: ସବୁ ଜାତୀୟ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୧୪।୪(ପି.ଟି.)- କୋଭିଡ୍‌-୧୯ ମୁକାବିଲା ପାଇଁ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ଅବଧି ମେ ୩ ତାରିଖରୁ ବୃଦ୍ଧି ପାଇଥିବା ବେଳେ ହକି ଇଣ୍ଡିଆ ମଧ୍ୟ ଏ ସଂକ୍ରାନ୍ତରେ...

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ...

ସିଡ଼ିଏ ଡିଏଭି ଚାମ୍ପିୟନ

କଟକ ଅଫିସ,୧୭ା୧୨- କିସ୍‌କୁ ୬ ଉଇକେଟରେ ପରାସ୍ତ କରି ସିଡିଏ ଡିଏଭି ସ୍କୁଲ ୧୪ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଜିତିଛି।...

ଏହି ଖେଳାଳି ପ୍ରସ୍ତୁତ କରିପାରିବେ କରୋନା ଟିକା, କାହିଁକି ଏମିତି କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ...

ପନ୍ତଙ୍କ ସହ ଧୋକା:୧.୫ କୋଟି ଟଙ୍କା ଠକି ନେଲେ ସାଥୀ କ୍ରିକେଟର୍‌

ମୁମ୍ବାଇ,୨୪।୫: ଜଣେ ହରିୟାଣା କ୍ରିକେଟର ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କଠାରୁ ୧.୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ସେହି କ୍ରିକେଟରଙ୍କ ନାମ ହେଉଛି...

ବ୍ରାୟନ ବ୍ରଦର୍ସଙ୍କୁ ଭେଟିବେ ଶରନ-ଏର୍ଲିଚ

ଆଟଲାଣ୍ଟା,୨୬।୭- ଜୋନାଥନ ଏର୍ଲିଚଙ୍କୁ ସାଥୀ କରି ଖେଳୁଥିବା ଡିଭିଜ ଶରନ ଏଠାରେ ଚାଲିଥିବା ଏଟିପି ଆଟଲାଣ୍ଟା ଓପନର ପୁରୁଷ ଡବଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ...

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି।...

Advertisement
Archives

Model This Week