Posted inଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ, ପ୍ରିୟମଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଡର୍ବାନ, ୪ା୧ (ପି.ଟି.)-ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତର ୧୯ବର୍ଷରୁ କମ୍‌ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ପ୍ରିୟମ ଗର୍ଗଙ୍କ ଶତକ(୧୦୩ ବଲ୍‌ରୁ ୧୧୦ରନ) ସହାୟତାରେ ୬୬ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୨୬୪ ରନ କରିଥିଲା। ଗର୍ଗଙ୍କ ଶତକୀୟ ଇନିଂସ ବ୍ୟତୀତ ଧ୍ରୁବ ଜୁରେଲ ୬୫ ଏବଂ ତିଳକ ବର୍ମା ୪୨ ରନ କରିଥିଲେ। ୨୬୫ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୯ଉଇକେଟ ବିନିମୟରେ ୧୯୮ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଅଧିନାୟକ ବ୍ରାଇସ୍‌ ପାର୍ସନ୍ସ ୫୦ ବଲ୍‌ରୁ ୫୭ ରନ କରିଥିଲେ। ଆଣ୍ଡ୍ର୍ୟୁ ଲୋ ଧୈର୍ଯ୍ୟର ସହ ବ୍ୟାଟିଂ କରି ୮୫ବଲ୍‌ରୁ ୪୫ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବାମହାତୀ ଫାଷ୍ଟ ବୋଲର ସୁଶାନ୍ତ ମିଶ୍ର ୪୮ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ରବି ବିଶ୍ନୋଇ ୨ଟି ଉଇକେଟ ନେଇଥିବାବେଳେ କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋଲେକର ଏବଂ ତିଳକ ବର୍ମା ଗୋଟିଏ ଲୋଖାଏଁ ଉଇକେଟ ସଫଳତା ପାଇଥିଲେ। ଭାରତ ରବିବାର ଏହାର ପରବର୍ତ୍ତୀ ମ୍ୟାଚ ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ନ୍ୟୁଜିଲାଣ୍ଡ ୪ର୍ଥ ଦଳ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଛି।
ସଂକ୍ଷିପ୍ତ ସ୍କୋର
୧୯ ବର୍ଷରୁ କମ୍‌ ଭାରତୀୟ ଦଳ: ୫୦ ଓଭରରେ ୨୬୪/୫ (ପ୍ରିୟମ ଗର୍ଗ-୧୧୦; ମଣ୍ଡଲି ଖୁମାଲୋ-୪/୫୩)।
୧୯ ବର୍ଷରୁ କମ୍‌ ଦକ୍ଷିଣ ଆଫ୍ରିକା: ୫୦ ଓଭରରେ ୧୯୮/୯ (ବ୍ରାଇସ୍‌ ପାର୍ସନ୍ସ-୫୭; ସୁଶାନ୍ତ ମିଶ୍ର-୪/୪୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ...

ଜୋକୋଭିଚ୍‌ ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍‌ ଜୋକୋଭିଚ୍‌ ଇଟାଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍‌ରେ...

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ସପକ୍ଷରେ ଦାଦା

ନୂଆଦିଲ୍ଲୀ,୧୬।୭: ୟୁକେରେ ଥିବା ଟିମ୍‌ ଇଣ୍ଡିଆର ଖେଳାଳିମାନେ ଛୁଟିରେ ଥିବାବେଳେ କୋଭିଡ୍‌ ଲାଗି ଉଦ୍ଧିଷ୍ଟ ନିୟମର ପାଳନ କରି ନ ଥିଲେ। ଫଳରେ ରିଷଭ ପନ୍ତଙ୍କ...

ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି।...

ପୋଲିସ୍‌ ଶିଲ୍ଡ: ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ,୧୫।୨(ପି.ଟି.): ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌...

ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାନ୍ତି ଗାଙ୍ଗୁଲି

ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଥମୁନି। କ୍ରିକେଟରେ ନୂଆ ନୂଆ ସଂସ୍କାର ଆଣିବା ପାଇଁ ଲାଗିପଡିଛନ୍ତି ଦାଦା। ଏସବୁ ଭିତରେ...

ୟୁଇଏଫ୍‌ଏ ନେସନ୍ସ ଲିଗ୍‌: ସ୍ପେନ୍‌କୁ ପ୍ରଥମଥର ପାଇଁ ହରାଇଲା ୟୁକ୍ରେନ

କିଏଭ,୧୫। ୧୦(ଏପି): ଗତ ୧୭ ବର୍ଷ ମଧ୍ୟରେ ସ୍ପେନ୍‌ ଭଳି ଫୁଟ୍‌ବଲ ପାଓ୍ବାର ହାଉସ୍‌କୁ ୟୁକ୍ରେନ ପ୍ରଥମଥର ପାଇଁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।...

Advertisement
Archives

Model This Week