Posted inଖେଳ

୧୯ ବର୍ଷରୁ କମ୍‌ ଏସିଆ କପ: ଆଜାଦ୍‌, ତିଲକଙ୍କ ଶତକ: ପାକିସ୍ତାନକୁ ହରାଇଲା ଭାରତ

କଲମ୍ବୋ, ୮।୯- ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତ ୬୦ ରନରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍‌ ଦେଇଛି। ଅର୍ଜୁନ ଆଜାଦ୍‌ ଓ ତିଳକ ବର୍ମାଶଥକ ହାସଲ କରି ଭାରତୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟୁର୍ନାମେଣ୍ଟରେ ଭାରତର ଏହା ୨ୟ ବିଜୟ। ଏଥିପୂର୍ବରୁ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ କୁଏତ୍‌କୁ ପରାସ୍ତ କରିଥିଲା। ଭାରତ ବର୍ତ୍ତମାନ ସୁଦ୍ଧା ୨ ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ରନ୍‌ରେଟ୍‌ ଭିତ୍ତିରେ ଆଫଗାନିସ୍ତାନ (୪ ପଏଣ୍ଟ) ପଛକୁ ଗ୍ରୁପ୍‌-ଏ’ରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର ଆଫଗାନିସ୍ତାନକୁ ଭେଟିବ।
ସ୍ଥାନୀୟ ତ୍ରୋନେ ଫର୍ନାଣ୍ଡୋ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଧ୍ରୁବ ଜୁରେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଓପନର୍‌ ଅର୍ଜୁନ ଆଜାଦ୍‌ ଓ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ତିଲକଙ୍କ ଦମ୍‌ଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୩୦୫ ରନ୍‌ କରିଥିଲା। ଆଜାଦ୍‌ ୧୧୧ ବଲରୁ ୧୨୧ ଓ ତିଲକ ୧୧୯ ବଲରୁ ୧୧୦ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ନସିମ୍‌ ଶାହ ଓ ଆବାସ ଆଫ୍ରିଦୀ ୩ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପାକିସ୍ତାନ ଅଧିନାୟକ ରୋହେଲ ନାଜିର (୧୧୭ ରନ)ଙ୍କ ଶଥକ ସତ୍ତ୍ୱେ ୪୬.୪ ଓଭରରେ ୨୪୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟୀ ଭାରତ ପକ୍ଷରୁ ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକର ୩ ଏବଂ ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଆଜାଦ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା...

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ...

ବିଜୟରୁ ଦିଲ୍ଲୀର ଆରମ୍ଭ

ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍‌)ର ଗତ ସଂସ୍କରଣ ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍‌ ୧୪ତମ ସଂସ୍କରଣର ଦ୍ୱିତୀୟ...

‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’

ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି।...

କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍‌ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ...

ପାକିସ୍ତାନର ମହାବିଜୟ

କଲମ୍ବୋ,୨୦।୭: ବୁଧବାର ଗଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ପାକିସ୍ତାନ ଏକ ଐତିହାସିକ ବିଜୟ ହାସଲ କରିଛି। ମ୍ୟାଚ୍‌ର ଶେଷ ଦିନରେ ଶ୍ରୀଲଙ୍କା ଦେଇଥିବା...

୩ଟି ମ୍ୟାଚ୍‌ରୁ ସାଣ୍ଟୋସ୍‌ଙ୍କୁ ବାସନ୍ଦ କଲା ୟୁଇଏଫ୍‌ଏ

ନିୟନ,୧୫।୪(ଏପି): ୟୁରୋପ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଇଏଫ୍‌ଏ (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ) କୋପନହାଗେନ ଫରଓ୍ବାର୍ଡ ମାଇକେଲ ସାଣ୍ଟୋସ୍‌ଙ୍କୁ ୩ଟି ମ୍ୟାଚ୍‌ରୁ ବାସନ୍ଦ...

କାନ୍ଧରେ ଅସ୍ତ୍ରୋପଚାର କରାଇବେ ମାରାଡୋନା

ବୁଏନ୍‌ସ ଏରିଜ,୨୧ା୫- ଆର୍ଜେଣ୍ଟିନା ଫୁଟ୍‌ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ବାମ କାନ୍ଧରେ ଅସ୍ତ୍ରୋପଚାର କରାଇବେ। ଏ ନେଇ ୫୮ ବର୍ଷୀୟ ପୂର୍ବତନ ଷ୍ଟାର ଆର୍ଜେଣ୍ଟିନା ରାଜଧାନୀ...

Advertisement
Archives

Model This Week