୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା ନିଜେ ହିତାଧିକାରୀମାନକୁ ଘରଡ଼ିହ ପଟ୍ଟା ବଁାଟିଥିଲେ। ତହସିଲ ଅଧୀନ ସିଂଘିଯୁବା, ସିନ୍ଦୁରପୁର ରାଜସ୍ବ ସର୍କଲର ୧୯ ଝନ୍‌ ଭୂମିହୀନ ହିତାଧିକାରୀକଁୁ ପଟ୍ଟା ଦିଆଯାଇଛେ। ସିନ୍ଦୁରପୁର ସର୍କଲରୁ କୁମୁଦିନୀ ଷାଣ୍ଢ, ଟିକିଲି ସାହୁ, ପୁଷ୍ପାଳୀ ବାରିକ, ଲିପିକା ନାଏକ, ଗୁଲା ବାରିକ, ତପସ୍ବିନୀ ନାଇକ, ସୁଜାତା ନାଏକ, କବିତା ନାଏକ, ରୀନା ନାଏକ, ସୁଲୋଚନା ସେଠୀ, ସମାରୀ ବିଶି, ଘୁଡ଼ି ନାଏକ, ବୁନ୍ଦାବତୀ ମାଝୀ, କାନ୍ତୀ ବିଶି, ପାଇକି ନାଏକ ଏନ୍‌ଥେଇ ୧୫ ଝନ୍‌କୁ ଘରଡ଼ିହ ପଟ୍ଟା ଦିଆଯାଇଛେ। ସେନ୍‌ତା ସିଂଘିଯୁବା ସର୍କଲରୁ କଳାବତୀ ଝରା, ବୁଢ଼ିଆଣି ଝରା, ପାନ ବଗର୍ତ୍ତି ଆର ସନ୍ତୋଷିନୀ ହାତୀ ସମେତ ୪ ଝନ୍‌କୁ ଘରଡ଼ିହ ପଟ୍ଟା ଦିଆଯାଇଛେ। ଏହେଦେ ଇ ୧୯ ଝନ୍‌ ହିତାଧିକାରୀ ଘରଡ଼ିହ ପଟ୍ଟା ପାଏଲା ଉତାରୁ ଆବାସ ଯୋଜନାର ଲାଭ ଉଠେଇ ପାରବେ। ସିଂଘିଯୁବା ଆର ସିନ୍ଦୁରପୁର ରାଜସ୍ବ ସରର୍କଲରେ ରହିଥିବାର ଅନେକ ସରକାରୀ ଜମିକେ ଜିଓଟେଗ୍‌ କରାଯାଇଛେ। ସେ ହିସାବେ ଆଗ୍‌କେ ଆହୁରି ଅନେକ ଭୂମିହୀନ ଘରଡ଼ିହ ପଟ୍ଟା ପାଏବାର ଆଶ୍‌ ରହିଛେ। ଇ ପଟ୍ଟା ବଁଟା କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା, ତହସିଲ ସୁପରଭାଇଜର ଦାରାସିଂ ବରିହା, ସିଂଘିଯୁବା ଆର୍‌ଆଇ ନୀଳମଣି କୁଅଁର, ସିନ୍ଦୁରପୁର ଆର୍‌ଆଇ ବିବେକାନନ୍ଦ ତ୍ରୀପାଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?