୧୯ରେ ମାଟ୍ରିକ ପରୀକ୍ଷା: ଚାପ ଯୋଗୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ, ୧୭ା୨: ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଚାପଗ୍ରସ୍ତ ହେଉଛନ୍ତି। ଏପରି କି କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। ଜିଲାରେ ୧୫ ଦିନ ମଧ୍ୟରେ ୩ଜଣ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି। ଏହା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ମାସରେ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଥିଲେ। ସୌଭାଗ୍ୟ ପୋଲିସ ତାଙ୍କୁ ଉଦ୍ଧାର କରିଛି। ସମ୍ପୃକ୍ତ ନାବାଳିକା ତାଙ୍କ ପ୍ରେମିକଙ୍କ ସହ କୁଆଡେ ଚାଲି ଯାଇଥିବା ପୋଲିସ ଅନୁଧ୍ୟାନରୁ ଜଣାଯାଇଛି। କହିବାକୁ ଗଲେ ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କ ମନରେ ବିଭିନ୍ନ ଆଡୁ ଭୟ ରହୁଛି। ଭଲ ମାର୍କ ରଖିବାକୁ କଠିନ ପରିଶ୍ରମ ପାଇଁ ଅଭିଭାବକଙ୍କ ତାଗିଦ୍‌, ଟ୍ୟୁଶନ୍‌ ବା କୋଚିଂ ସେଷ୍ଟରର ଚାପ, ପ୍ରେମ ଉପରେ ଭରସା ନ ରହିବା ଆଦି କାରଣରୁ ଜିଲାର ୩ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ଗତମାସ ୩୧ ତାରିଖରେ ସ୍ଥାନୀୟ ଚାଟରା ଗନ୍ତବସ୍ତିର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀଙ୍କ ମା’ଙ୍କ ୧୦ ବର୍ଷ ପୂର୍ବରୁ ଓ ବାପାଙ୍କ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଛି। ଦାରିଦ୍ର୍ୟତାର କଷାକାଠିରେ ପ୍ରତି ମୁହୂର୍ତ୍ତ ଛଟଛଟ ହେଉଥିବା ନାବାଳିକାଙ୍କ ଉପରେ ଅନେକ ଚାପ ଥିଲା। ପ୍ରେମ ଯେଉଁଠି ଥିଲା ବିବାହ ଉପରେ ଭରସା ନ ଥିଲା। ସାନ ଭାଇର ଯନତ୍ଠାରୁ ଘରର ସମସ୍ତ ଦାହିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ମାଟ୍ରିକ ପରୀକ୍ଷାର ଚାପ ମଧ୍ୟ ତାଙ୍କ ମାନସିକସ୍ଥିତିକୁ ଦୋହଲାଇ ଦେଇଥିଲା। ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ସେହିପରି ଗତ ୧୧ ତାରିଖରେ ବାଲିକୁଦା ଥାନା ଚଷାପଡ଼ାର ଜଣେ ୧୪ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ଜଣାଯାଇଥିଲା ଯେ, ନାବାଳିକା ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କର କିଛି ଦିନ ମୋବାଇଲ କଥାବାର୍ତ୍ତାରେ ବାଧା ସୃଷ୍ଟି ହୋଇଥିଲା। ଯୁବକଜଣକ ଶେଷକୁ ଆତ୍ମହତ୍ୟା କରି ଦେଇଥିଲେ। ଏହି ଖବର ପାଇ ନାବାଳିକା ଆତ୍ମହତ୍ୟା କରି ଦେଇଥିବା ପୋଲିସ ଜାଣିପାରିଛି। ଅନୁରୂପ ଭାବେ ଗତ ୧୫ ତାରିଖରେ ଜୟବଡ଼ରେ ଭଡାରେ ରହୁଥିବା ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ୧୦ମ ଶ୍ରେଣୀର ଝିଅ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଓ ମାଙ୍କ ମଧ୍ୟରେ ସମ୍ପର୍କ ସେଭଳି ନ ଥିଲା। ପ୍ରେମ ଓ ମାଟ୍ରିକ ପରୀକ୍ଷା ଚାପ ସମ୍ପୃକ୍ତ ଛାତ୍ରୀଙ୍କ ମାନସିକସ୍ଥିତିକୁ ଅସନ୍ତୁଳନ କରି ଦେବାରୁ ସେ ଆତ୍ମହତ୍ୟା କରି ଦେଇଥିବା ପୋଲିସ ତଦନ୍ତରୁ ଜାଣିପାରିଥିବା ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri