୧୮ ବର୍ଷ ପରେ ଫେରୁଛି ଆମେରିକା ସେନା

୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ। ଦୀର୍ଘଦିନର ସଂଘର୍ଷ ମଧ୍ୟରେ ସେଠାରେ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
୨୦୦୧ ନଭେମ୍ବର: ଆଫଗାନିସ୍ତାନରେ ପହଞ୍ଚତ୍ଥିଲେ ୧୩୦୦ ଆମେରିକୀୟ ସୈନ୍ୟ।
୨୦୦୧ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ୨୫୦୦କୁ ବୃଦ୍ଧି ପାଇଥିଲା। ଯୁ୍‌ଦ୍ଧରେ ତାଲିବାନ କ୍ଷମତାଚ୍ୟୁତ ହେବା ସହ ପସ୍ତୁନ୍‌ ନେତା ହମିଦ୍‌ କାର୍ଜାଇଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା।
୨୦୦୨ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ୭୨୦୦କୁ ବୃଦ୍ଧି ପାଇଥିଲା।
୨୦୦୨ ଡିସେମ୍ବର: ଆମେରିକା ସୈନ୍ୟ ସଂଖ୍ୟା ବର୍ଷ ଶେଷରେ ୯୭୦୦ରେ ପହଞ୍ଚତ୍ଥିଲା।
୨୦୦୪ ଏପ୍ରିଲ: ପୁନର୍ଗଠନ କାର୍ଯ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଆମେରିକା ଏକ ସ୍ବତନ୍ତ୍ର ବାହିନୀ ଗଠନ କରିଥିଲା ଓ ମୋଟ ସୈନ୍ୟ ସଂଖ୍ୟା ୨୦,୩୦୦କୁ ବୃଦ୍ଧି ପାଇଥିଲା।
୨୦୦୬ ଡିସେମ୍ବର: ଇରାକ ଯୁଦ୍ଧ ଯୋଗୁ ଆଫଗାନିସ୍ତାନରୁ ଅଳ୍ପ ସଂଖ୍ୟକ ସେନା ଫେରାଇ ନେଇଥିଲା ଆମେରିକା।
୨୦୦୭ ଡିସେମ୍ବର: ପୁଣି ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସୈନ୍ୟ ସଂଖ୍ୟା ୨୫,୦୦୦କୁ ବୃଦ୍ଧି ପାଇଥିଲା।
୨୦୦୯ ମେ’: ଆଫଗାନିସ୍ତାନରେ ଅଲ୍‌କାଏଦା ଓ ତାଲିବାନ ବିରୋଧରେ ଆମେରିକା ଆକ୍ରମଣକୁ ଜୋରଦାର କରିଥିଲା। ଫଳରେ ସେଠାରେ ଆମେରିକା ସୈନ୍ୟସଂଖ୍ୟା ୫୦, ୦୦୦ ଟପିଥିଲା। ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ୬୭,୦୦୦ରେ ପହଞ୍ଚତ୍ଥିଲା। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଆଉ ୩୩,୦୦୦ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୦ ଅଗଷ୍ଟ: ଆଫଗାନିସ୍ତାନରେ ଆମେରିକା ସୈନ୍ୟ ସଂଖ୍ୟା ଲକ୍ଷେରେ ପହଞ୍ଚତ୍ଥିଲା।
୨୦୧୧ ମେ’: ଆମେରିକା ସେନାର ସ୍ବତନ୍ତ୍ର ଅପରେଶନରେ ପାକିସ୍ତାନର ଆବୋଟାବାଦରେ ଥିବା ଅଲ୍‌କାଏଦା ନେତା ଓସାମା ବିନ୍‌ ଲାଡେନ ନିହତ ହୋଇଥିଲେ।
୨୦୧୧ ଜୁନ୍‌: ଲକ୍ଷ୍ୟ ପୂରଣ ହେବା ପରେ ଓବାମା ସୈନ୍ୟ ପ୍ରତ୍ୟାହାର ଯୋଜନା ଘୋଷଣା କରିଥିଲେ। ସେହିବର୍ଷ ଶେଷ ସୁଦ୍ଧା ୧୦ ହଜାର ଯବାନ ପ୍ରତ୍ୟାହୃତ ହୋଇଥିଲେ। ୨୦୧୨ ସେପ୍ଟେମ୍ବରରେ ସୈନ୍ୟସଂଖ୍ୟା ୭୭,୦୦୦କୁ ହ୍ରାସ ପାଇଥିଲା।
୨୦୧୪ ମାର୍ଚ୍ଚ: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୩୪,୦୦୦ରେ ପହଞ୍ଚତ୍ଥିବାବେଳେ ରାଷ୍ଟ୍ରପତି ଓବାମା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଚାହିଁଥିଲେ। ତେବେ କାର୍ଜାଇ ଆମେରିକା ସହ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ପରେ ୨୦୧୬ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଓବାମା ଘୋଷଣା କରିଥିଲେ। ଏହି ଘୋଷଣା ପରେ ସୈନ୍ୟ ସଂଖ୍ୟା ୨୦୧୪ ଡିସେମ୍ବରରେ ୧୬,୧୦୦କୁ ହ୍ରାସ ପାଇଥିଲା।
୨୦୧୫ ଅକ୍ଟୋବର: ଆଫଗାନିସ୍ତାନରେ ଆମେରିକା ସୈନ୍ୟସଂଖ୍ୟା ୯୮୦୦କୁ ହ୍ରାସ ପାଇଥିବାବେଳେ ଆତଙ୍କବାଦ ନିରୋଧୀ ମିଶନ ପାଇଁ ଆଉ ଅଧିକ ସୈନ୍ୟ ଫେରାଇ ନ ନେବାକୁ ଓବାମା ନିଷ୍ପତ୍ତିି ନେଇଥିଲେ।
୨୦୧୬ ଜୁଲାଇ: ସେନା କମାଇବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ସୁରକ୍ଷା ସ୍ଥିତିକୁ ଲକ୍ଷ୍ୟ କରି ୨୦୧୭ ଜାନୁୟାରୀ ପର୍ଯ୍ୟନ୍ତ ସେଠାରେ ୮୪୦୦ ସୈନ୍ୟ ରଖିବାକୁ ଓବାମା ଘୋଷଣା କରିଥିଲେ।
୨୦୧୭ ଅଗଷ୍ଟ: ସେନା ପ୍ରତ୍ୟାହାରର ବିପଜ୍ଜନକ ପରିଣାମ ହୋଇପାରେ ବୋଲି ଜାଣିବା ପରେ ଏହାକୁ କମାଇବା ପରିବର୍ତ୍ତେ ୧୪,୦୦୦କୁ ବୃଦ୍ଧି କରିଥିଲା ଆମେରିକା।
୨୦୧୯ ସେପ୍ଟେମ୍ବର: ରାଜିନାମା ଚୂଡ଼ାନ୍ତ ହେଲେ ଆଫଗାନିସ୍ତାନରୁ ୧୩୫ ଦିନରେ ୫ ହଜାର ସୈନ୍ୟ ପ୍ରତ୍ୟାହାର ହେବେ ବୋଲି ଆମେରିକା ରାଷ୍ଟ୍ରଦୂତ ଖଲିଲଜାଦ୍‌ ଘୋଷଣା କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଲିବାନ ନେତା ଓ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ କ୍ୟାମ୍ପ ଡେଭିଡରେ ହେବାକୁ ଥିବା ବୈଠକ ବାତିଲ ହୋଇଥିଲା।
୨୦୨୦ ଫେବୃୟାରୀ ୨୯: ଆମେରିକା ଓ ତାଲିବାନ ମଧ୍ୟରେ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଛି।

ସେନା ପ୍ରତ୍ୟାହାରକୁ ବିରୋଧ କରିଥିଲେ କୂଟନୀତିଜ୍ଞ

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାରକୁ ଆମେରିକାର କେତେଜଣ କୂଟନୀତିଜ୍ଞ ପୂର୍ବରୁ ବିରୋଧ କରିଥିଲେ। ଏହାଦ୍ୱାରା ସେଠାରେ ଗୃହଯୁଦ୍ଧ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ଚିଠା ରାଜିନାମା ଘୋଷଣା ହେବା ପରେ ଆମେରିକାର ଜଣେ ପୂର୍ବତନ ଡେପୁଟି ପରରାଷ୍ଟ୍ର ସଚିବଙ୍କ ସମେତ ୯ ଜଣ କୂଟନୀତିଜ୍ଞ କହିଥିଲେ, ଆଫଗାନିସ୍ତାନ ସହ ଶାନ୍ତି ଆଲୋଚନାକୁ ସେମାନେ ସମର୍ଥନ କରନ୍ତି। ତେବେ ସେନା ପ୍ରତ୍ୟାହାର ହେଲେ ସେଠାରେ ତାଲିବାନ ପୁଣି ସକ୍ରିୟ ହେବ ଏବଂ ହିଂସା ବଢ଼ିବ ବୋଲି ସେମାନେ ସତର୍କ କରାଇଦେଇଥିଲେ। କାରଣ ବୁଝାମଣାକାରୀମାନେ ଆଫଗାନ ସରକାରଙ୍କୁ ବାହାରେ ରଖି ପୂର୍ଣ୍ଣ ଶାନ୍ତି ଚୁକ୍ତିନାମା ପୂର୍ବରୁ ଆମେରିକା ସେନା ଫେରାଇନେବାକୁ ଯୋଜନା କରିଥିଲେ। ବାସ୍ତବ ଶାନ୍ତି ସ୍ଥାପନ ପରେ ସେନା ପ୍ରତ୍ୟାହାର ହେବାକୁ ମହିଳାମାନେ ଚାହୁଁଥିଲେ ବୋଲି ଆଟଲାଣ୍ଟିକ୍‌ କାଉନସିଲ ପକ୍ଷରୁ ପ୍ରକାଶିତ ଏକ ଖୋଲାଚିଠିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ

ଓ୍ବାଶିଂଟନ,୨୭।୭: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା...

ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା

ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି।...

ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍‌

ଇସ୍‌ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍‌ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର...

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri