୧୮,୦୩୬ ପ୍ରକଳ୍ପକୁ ଅନୁମୋଦନ

ଢେଙ୍କାନାଳ ଅଫିସ, ୯।୩: ରାଜ୍ୟ ସରକାର ଚାଷୀ ଓ ଚାଷର ବିକାଶ ଲାଗି ଫୋକସ କରୁଛନ୍ତି। କୃଷିକ୍ଷେତ୍ରରେ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲାଗି ଆମ କୃଷି ଯୋଜନା କାର୍ଯ୍ୟକାରୀ କରାଯାଇଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସକ୍ରିୟ ହେଲେ କୃଷିଭିତ୍ତିକ ଯୋଜନାର ସୁଫଳ ମିଳିବ। ଯୋଜନା ପ୍ରଣୟନ ବେଳେ ଅଧିକାରୀମାନେ ସ୍ବଚ୍ଛତା ପ୍ରତି ସଚେତନ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ଆମ କୃଷି କାର୍ଯ୍ୟକ୍ରମର ସ୍ବତନ୍ତ୍ର ସାଧାରଣ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ ଏଥିରେ ଅଧ୍ୟକ୍ଷତା କରି ଆମ କୃଷି ଯୋଜନାର ସଫଳ ରୂପାୟନ ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ଏହି ଅବସରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ଆର୍ଥତ୍କ ବର୍ଷ ପାଇଁ ୩୮୩୮୨.୧୨ କୋଟି ଟଙ୍କା ବ୍ୟୟରେ ୧୮,୦୩୬ ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ସେହିପରି ମହାତ୍ମା ଗାନ୍ଧୀ ଗ୍ରାମ୍ୟ ସଡ଼କ ଯୋଜନାର ଫେଜ୍‌-୩ ଅଧୀନରେ ବସ୍ତି, ଗ୍ରାମୀଣ କୃଷି ବଜାର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଫାର୍ମ ପଣ୍ଡ୍‌ ମାଧ୍ୟମରେ ଚାରାରୋପଣ, ପରିବା ଚାଷ, ଗୋ-ସମ୍ପଦର ଅଭିବୃଦ୍ଧି, ଘାସଚାଷ, କୁକୁଡ଼ା ଚାଷ, ଛେଳି ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୫୦% ସବ୍‌ସିଡି ଦିଆଯାଉଛି। ଜିଲାର ୮୦ ସମବାୟ ସମିତି ମାଧ୍ୟମରେ ବିହନ, ଧାନ ବଣ୍ଟାଯାଉଛି। ରାସ୍ତା କଂକ୍ରିଟ କରିବାକୁ ପ୍ରତି ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିବାକୁ କ୍ଷମତା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା। ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଚାଷୀଙ୍କୁ ଠିକ୍‌ ସମୟରେ ବିହନ ଯୋଗାଇଦେବା, ମାଛ ଯାଅଁାଳ ଚାଷ କରିବାକୁ ଅଗ୍ରାଧିକାର ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ପ୍ରମୁଖ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋକପାତ କରିଥିଲେ। ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କରୋନା ସଂକ୍ରମଣ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ଉପରେ ସୂଚନା ଦେଇଥିଲେ।
ବୈଠକରେ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସମବାୟ ସମିତି ଉପନିବନ୍ଧକ ସଂଗ୍ରାମ କେଶରୀ ରାଉତ, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଆଶିଷ ବିଶ୍ୱାଳ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଭଗବାନ ଦାସ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ୍ଲ ପଢିଆରୀ, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଜିଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ: ୨୪ରେ ବନ୍ଦ ଡାକରା

ଝାରସୁଗୁଡା ଅଫିସ/ଲଖନପୁର,୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ର ସରକାର କୋଲ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ଟ୍ରେଡ୍‌ ଯୁନିୟନ ବିରୋଧ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ...

ଆଜି ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ପୁରୀ ଅଫିସ,୭।୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି କରାଯାଉଛି। ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ...

କୁକୁଡ଼ାଖଣ୍ଡିରେ ଝାମି ଯାତ୍ରା ପାଳିତ

କୁକୁଡ଼ାଖଣ୍ଡି,୯ା୩(ଡି.ଏନ୍‌.ଏ.)-କୁକୁଡ଼ାଖଣ୍ଡି ତୁଟାସାହିରେ ଥିବା ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ତଥା ଚଳିତ ବର୍ଷର ଶେଷ ଯାତ୍ରା ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ...

ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ :ନାଲକୋ ଚାମ୍ପିୟନ

ଦେବଗଡ଼଼,୧୩ା୧(ଡି.ଏନ.ଏ.): ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଫାଇନାଲ ମ୍ୟାଚ ଅନୁଗୋଳ ଜିଲା ନାଲକୋ...

ଡ୍ରେନ୍‌ ଭିତରେ ପାଏନ୍‌ ପାଇପ୍‌, ରୋଗ୍‌ ଆଶଁକା

ମନମୁଣ୍ଡା, ୭।୬ (ଡି.ଏନ.ଏ): ବୌଦ୍ଧ ଜିଲା ମନମୁଣ୍ଡାକେ ବହୁତ ବଛର ହେଲା ପାଇପ୍‌ ପାଏନ୍‌ ଯୁଗାବାର ବେବସ୍‌ତା ହେଇଛେ। ହେଲେ କମ୍‌ ପାଓ୍ବାରର ମୋଟର ଲାଗି...

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ଆଶ୍ରମରୁ ବାବାଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ଅତାବିରା,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ସୋମବାର ଜଣେ ସାଧୁସନ୍ଥଙ୍କ ମୃତଦେହ...

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ମାଧପୁର,୧୭।୮(ମନୋଜ ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ଟୁସର ନିକଟରେ ଗୁରୁବାର ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week