୧୭ ଜୀବନ ନେଲାଣି କରୋନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆୟତ୍ତ କରିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ ଆପଣେଇ ଥିଲେ। ଯଦିଓ ଇତିମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏବେ ସୁଦ୍ଧା କରୋନାରେ ୫ ଜିଲାର ୧୭ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ମଙ୍ଗଳବାର କଟକରେ ୨ଜଣଙ୍କ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୭ ଛୁଇଁଛି। ତେବେ ଗଞ୍ଜାମ ଜିଲାରେ ସର୍ବାଧିକ ୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧାରେ ୪, କଟକରେ ୩, ପୁରୀ ଓ ବରଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଜିଲାରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ୨ ଆକ୍ରାନ୍ତଙ୍କ କରୋନା ସହ ଅନ୍ୟ ରୋଗ ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ କରୋନା ଯୋଗୁ ହୋଇ ନ ଥିବା ବିଭାଗ କହିଛି। ଜଣେ ୭୧ ବର୍ଷୀୟ ବୃଦ୍ଧ ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ ୫୫ ବର୍ଷୀୟ ପୁରୁଷ ମଧ୍ୟ ମଧୁମେହ କବଳରେ ଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବିଭାଗ କହିଛି। କିନ୍ତୁ ତୃତୀୟ ଆକ୍ରାନ୍ତ ୮୦ ବର୍ଷୀୟ ବ୍ୟକ୍ତି ଜଣକ କରୋନା ଯୋଗୁ ନୁହଁ, ବରଂ ଏକାଧିକ ରୋଗରେ ପୀଡ଼ିତ ଥିବା ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଛି। ରାଜ୍ୟରେ ଏବେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇସାରିଲାଣି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ୨ଜଣ ଥିବାବେଳେ କଟକ, ବାଲେଶ୍ୱର, ପୁରୀ, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ଜଣେ ଲେଖାଏ ରହିଛନ୍ତି।
ମଙ୍ଗଳବାର ୧୬୭ ନୂଆ ପଜିଟିଭ୍‌ ଚିହ୍ନଟ ହେହାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରୁ ଠାବ କରାଯାଇଥିବାବେଳେ ୧୭ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ନୂୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ ୪୧, ଗଞ୍ଜାମରୁ ୩୦, ଜଗତସିଂହପୁରରୁ ୧୯, ମୟୂରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୩, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡ଼ାରୁ ୭, ରାୟଗଡ଼ା ଓ ଯାଜପୁରରୁ ୫ଜଣ ଲେଖାଏ, ସୁନ୍ଦରଗଡ଼ରୁ ୪ଜଣ ରହିଛନ୍ତି। ସେହିପରି କଟକ, ଝାରସୁଗୁଡ଼ାରୁ ୩ଜଣ ଲେଖାଏ ଥିବାବେଳେ ନୟାଗଡ଼ରୁ ୨, ବରଗଡ଼, ପୁରୀ, ବଲାଙ୍ଗୀର, କୋରାପୁଟରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି। ମଙ୍ଗଳବାର ଆଉ ୧୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୯୮୮ରେ ପହଞ୍ଚିଛି। ବର୍ତ୍ତମାନ ୧୪୫୮ ଜଣ ସକ୍ରିୟ ରୋଗୀ ରହିଛନ୍ତି।

ସେବାୟତ କରୋନା ପଜିଟିଭ ଚିହ୍ନଟ:

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ରହିବ। ପୁରୀ ରଥଯାତ୍ରାକୁ ଏମିତି କିଛି ସର୍ତ୍ତ ରଖି ଅନୁମତି ଦେଇଥିଲେ ସୁପ୍ରିମ୍‌କୋର୍ଟ। ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରିଥିଲା। ପୂର୍ବରୁ ୭୦୦ରୁ ଊର୍ଦ୍ଧ୍ୱ ସେବାୟତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସୋମବାର ୧୧୪୩ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ସକାଳେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଚାଲୁଥିବାବେଳେ ଏହା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ପ୍ରଶାସନ ସମ୍ପୃକ୍ତ ସେବକଙ୍କୁ ବାହାରକୁ ନେଇଆସି ତାଙ୍କୁ ଆମ୍ବୁଲାନ୍ସରେ କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲା। ଏଥିପାଇଁ ସୁଆରସାହି ଛକରୁ ନାରାୟଣୀ ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ମଙ୍ଗଳବାର ସକାଳୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି। ମହାମାରୀ କରୋନା ପାଇଁ ଏଥର ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହାକୁ ବିରୋଧ କରି କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ପରେ ପିଟିଶନ ଦାଏର ହେଲା। ଶେଷରେ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ମିଳିଲା। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ ସହ ଭକ୍ତଶୂନ୍ୟ ରଥଯାତ୍ରା କରିବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ାଏହାପରେ ସୋମବାର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୧୧୪୩ ସେବାୟତଙ୍କ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସେବାୟତଙ୍କ ପଜିଟିଭ ବାହାରିଥିବା ବେଳେ ଅନ୍ୟ ସମସ୍ତଙ୍କର ନେଗେଟିଭ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri