୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠାଯାଇଥିବା ୧୬୦ଟି ରକ୍ତ ନମୁନାରୁ ଘୋଷଣା ହୋଇଥିବା ୧୯ଟି ନମୁନା ନେଗେଟିଭ ରହିଛି। ଜିଲାର ୧୪ ବ୍ଲକ, ୪ ପୌରପରିଷଦରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଇଛି। ସୁନାବେଡ଼ା ପୌରାଞ୍ଚଳରେ ଥିବା ୨୫ଟି ୱାର୍ଡ ପାଇଁ ପୌର କଲ୍ୟାଣ ମଣ୍ଡପ, ଏଡିଏଭି ହାଇସ୍କୁଲ, ହାଲ୍‌ କଲ୍ୟାଣ ମଣ୍ଡପ, ଭି.ଏସ୍‌. ବିଦ୍ୟାଳୟ, ଏ.ସି. ଆଣ୍ଡ ଏ. ମହାବିଦ୍ୟାଳୟ, ସେମିଳିଗୁଡ଼ା ଦକ୍ଷତା ତାଲିମ କେନ୍ଦ୍ର ଓ ସୀତମ ମହାବିଦ୍ୟାଳୟରେ ଏହି ଅସ୍ଥାୟୀ କେନ୍ଦ୍ର କରାଯାଇ ୫୦୦ ଶଯ୍ୟାର ବ୍ୟବସ୍ଥା ରହିଛି। ସବୁଠି ୨୪ଘଣ୍ଟିଆ ବିଜୁଳି, ପାନୀୟ ଜଳ, ପରିମଳ ସେବା ଯୋଗାଇ ଦିଆଯାଇଛି। ପ୍ରତ୍ୟେକ କେନ୍ଦ୍ର ପାଇଁ ୪ ଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ନୋଡାଲ ଅଫିସର ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ୩ଟି ସ୍ବତନ୍ତ୍ର ଟିମ୍‌ ଉକ୍ତ କେନ୍ଦ୍ର ତଦାରଖ କରୁଛନ୍ତି। ୭ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରତିଦିନ ୨୪୦ରୁ ଅଧିକ ଗରିବ ଓ ଯାଯାବରଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ପୌର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୁରୁବାର ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସାଇବର ପୋଲିସ ଷ୍ଟେଶନ କେସ୍‌ ନଂ....

ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା...

କଣ୍ଟେନମେଣ୍ଟ ଜୋନ -୧, ଜୋନ -୨ ରେ ସ୍ବାସ୍ଥ୍ୟ ବିଭାଗର ସର୍ଭେ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବୁଧବାର ଅଗ୍ନିଶମ ବିଭାଗ...

ଅନୁଗୋଳ ସିଡିଏମ୍‌ଓଙ୍କ ଖବରଦାତା ସମ୍ମିଳନୀ: ଦଲାଲଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌

ଅନୁଗୋଳ ଅଫିସ, ୩୧।୮- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲଙ୍କୁ ଧରିବାକୁ ପଦକ୍ଷେପ ନେବ ମେଡିକାଲ ପ୍ରଶାସନ। ଏଥିପାଇଁ ଗଠନ କରାଯିବ ଏକ...

ଅଦିନିଆ ଝଡ଼ରେ ଉଡ଼ିଲା ସ୍କୁଲ ଛପର

କପ୍ତିପଦା,୧୪ା୩(ଡି.ଏନ୍‌.ଏ.):  ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତ ଅଞ୍ଚଳରେ ଶନିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ଥାନୀୟ ସରକାରୀ ଉଚ୍ଚ...

ବିମାନ, ଟ୍ରେନ୍‌ରୁ ଏକାଥରକେ ଓହ୍ଲାଇବେନି ଯାତ୍ରୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରେଳ ବା ବିମାନ ଯୋଗେ ଫେରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବିମାନ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୧୯ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ...

Advertisement
Archives

Model This Week