୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି ଚିକିତ୍ସକ କହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୀତା ମଞ୍ଜୁନାଥ ନାମକ ଜଣେ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ପକ୍ଷରୁ ‘ନିରାମଇ’ ଡିଭାଇସ୍‌ ତିଆରି କରାଯାଇଛି। ଏହା ସହାୟତାରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ସ୍ତନକର୍କଟ ଚିହ୍ନଟ କରାଯାଇପାରୁଛି। ଏହି ଥର୍ମାଲ ସେନସର ଡିଭାଇସ୍‌ ୫ ମିଲିମିଟର ଆକାରର ଟ୍ୟୁମରକୁ ସହଜରେ ଚିହ୍ନଟ କରିପାରୁଛି। ଏହାଦ୍ୱାରା ଇତିମଧ୍ୟରେ ୨୫ ହଜାର ମହିଳାଙ୍କ ସ୍ତନକର୍କଟ ଚିହ୍ନଟ ହୋଇପାରିଛି। ଏହା ୩୦ରୁ ଅଧିକ ହସ୍ପିଟାଲରେ ଉପଲବ୍ଧ ହେଉଛି। ନିଜ ଦାଦା ଝିଅ ଭଉଣୀଙ୍କର ସ୍ତନକର୍କଟରେ ମୃତ୍ୟୁ ହେବା ପରେ ଗୀତା ଏଭଳି ଡିଭାଇସ୍‌ ତିଆରି କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ସମ୍ପ୍ରତି ଭାରତରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରେ ୨୬ ଜଣ ସ୍ତନକର୍କଟରେ ପୀଡ଼ିତ। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଏହାର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରି ନ ଥାଏ। ସେହିପରି ୬୬ ପ୍ରତିଶତ ଏଥିରୁ ଚିକିତ୍ସା ପରେ ସୁସ୍ଥ ହୋଇଥାନ୍ତି। ଅପରପକ୍ଷରେ ପୃଥିବୀର ବିଭିନ୍ନ ବିକଶିତ ରାଷ୍ଟ୍ରରେ ୯୦ ପ୍ରତିଶତ ମହିଳା ଚିକିତ୍ସା ପରେ ସ୍ତନକର୍କଟରୁ ମୁକ୍ତ ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଚଲାଇଲେ

ଜୟପୁର, ୨୩ା୧୦(ପି.ଟି.) : ମୁହଁରେ କଳା ବୋଳିଲେ। ଜୋତାମାଳ ପିନ୍ଧାଇ ବିଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ବୁଲାଇଲେ। କୌଣସି ଅନ୍ୟ ଦଳର ନେତାଙ୍କୁ ନୁହେଁ ବରଂ ବିଏସ୍‌ପି...

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ...

କ୍ରୋଧରେ କହିଥିଲି: ସତ୍ୟପାଲ୍‌

ଶ୍ରୀନଗର,୨୩ା୭(ପି.ଟି.)-ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ନ ମାରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଗୁଳି କରିବା ଉଚିତ ବୋଲି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜୟପୁରରେ ସମ୍ବିଧାନ ବଚାଓ ରାଲି

ଜୟପୁର, ୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଏନ୍‌ଆରସିକୁ ବିରୋଧ କରି ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଜୟପୁରରେ ବିଶାଳ ଶୋଭାଯାତ୍ରା...

ଆଗକୁ ମିଳିବନି ପର୍ଯ୍ୟାପ୍ତ ଅର୍ଥ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ସଙ୍କେତ

ନୂଆଦିଲ୍ଲୀ,୨୦ା୫: କେନ୍ଦ୍ର ସରକାର ଟ୍ୟାକ୍ସ ଓ ଅନ୍ୟ ଦେୟଗୁଡ଼ିକ ଏଯାଏ ଦେଇନାହାନ୍ତି ବୋଲି ରାଜ୍ୟ ସରକାରମାନେ ଅଭିଯୋଗ ଆଣୁଥିବାବେଳେ ସଂଗୃହୀତ ଟିକସର ୧୧୦% ଗତ ଏପ୍ରିଲରେ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ମୃତ୍ୟୁସଂଖ୍ୟା ୧୦୦ ଟପିଲା

ଗୁଆହାଟୀ, ୨୧ା୭(ପି.ଟି.) : ଆସାମ୍‌ରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଖେଳାଇଛି। ଶନିବାର ଏଥିରେ ପୁଣି ୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧୦୧ରେ ପହଞ୍ଚିଛି। ଉଦଲ୍‌ଗୁଡ଼ିି,...

ଶେଷରେ ମାନିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୭।୮:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଭୟ ଦେଶ ମଧ୍ୟରେ ସୀମା...

Coronavirus Update


Archives

Model This Week

Why Dharitri