Posted inଜାତୀୟ

୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ

ଥିରୁଭାନନ୍ତପୁରମ୍‌, ୧୮।୪: ୧୫ଦିନ ଶିଶୁର ଜୀବନ ବଞ୍ଚାଇବା ପାଇଁ କେରଳ ସରକାର ଓ ସାଧାରଣ ଲୋକେ ମିଶି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମରୁ ହୃଦ୍‌ରୋଗରେ ପୀଡିତ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନିର୍ଦ୍ଦେଶରେ ଏକ ଗ୍ରୀନ କରିଡର ନିର୍ମାଣ କରାଯାଇଥିଲା। ଏହି କରିଡରରେ ୫ଘଣ୍ଟା ୫୦ମିନିଟରେ ୪୦୦ କିଲୋମିଟର ଆମ୍ବୁଲାନ୍ସ ଚାଲିଥିଲା। ସୂଚନାଯୋଗ୍ୟ, ଉତ୍ତର କାସରଗୋଡ ଜିଲାର ଏକ ଡାକ୍ତରଖାନାରେ ୧୫ଦିନ ତଳେ ଶିଶୁଟିଏ ଜନ୍ମ ନେଇଥିଲେ। ଜନ୍ମ ପରେ ଶିଶୁଟିକୁ ନିଃଶ୍ୱାସ ନେବାରେ କଷ୍ଟ ହେବା ସହ ସେ ନିମୋନିଆ, କିଡନୀଜନିତ ରୋଗରେ ପୀଡିତ ଥିଲେ। ପରେ ତାଙ୍କୁ ମାଙ୍ଗାଲୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏଠାରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ନ ଥିବାରୁ ଖୁବଶୀଘ୍ର ଶିଶୁଟିକୁ କୋଚି ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। କିନ୍ତୁ ଏତେ ବାଟ ଶିଶୁଟିକୁ ଆମ୍ବୁଲାନ୍ସରେ ନେବା ସହଜ ନ ଥିବାରୁ ଶିଶୁଟିର ମାତାପିତା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାର ପଦକ୍ଷେପ ନେଇ ଫେସବୁକରେ କେରଳ ଜନତାଙ୍କୁ ରାସ୍ତାରେ ବେଶୀ ଭିଡ ନ ଜମାଇବା ପାଇଁ ଅପିଲ କରିଥିଲେ। ଶେଷରେ ପୋଲିସ ପ୍ରଶାସନ, ସ୍ଥାନୀୟ ଲୋକେ ଓ ସରକାରଙ୍କ ଉପଯୁକ୍ତ ତାଳମେଳରେ ଏହି ମିଶନ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପେପର ଲିକ୍‌ ମାମଲାରେ CBIକୁ ବଡ଼ ସଫଳତା, ପୋଖରୀରୁ ମିଳିଲା ୭ ଫୋନ୍‌

ଧନବାଦ,୨୭।୦୭: ନିଟ୍‌ ପେପର ଲିକ୍‌ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍‌ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ...

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri