୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି। ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରାତି ପ୍ରାୟ ସାଢ଼େ ୧୧ଟାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ। ଅନଶନ ଭାଙ୍ଗିବା ପରେ ବିଧାୟକ ଭଙ୍ଗାଯାଇଥିବା ମୋହରିଙ୍କ ଚାଳିଆକୁ ବୁଲି ଦେଖିଥିଲେ।

ପ୍ରକାଶ ଯେ, କଚେରୀ ପରିସରରେ ମୋହରିଆମାନେ ଦୀର୍ଘଦିନ ହେବ ଚାଳିଆ କରି ବସୁଥିଲେ। ହେଲେ ଶୁକ୍ରବାର ପୂର୍ବାହ୍ନରେ ତହସିଲଦାର ଟୁଡୁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ପହଞ୍ଚି ଜେସିବି ମେଶିନ ଲଗାଇ ଉକ୍ତ ଚାଳିଆକୁ ଭାଙ୍ଗିଥିଲେ। ଖବର ପାଇ ବିଧାୟକ ନାୟକ ଘଟଣାସ୍ଥଳରେ ପହଞ୍ଚି ମୋହରିଆଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଓକିଲ, ମୋହରିଙ୍କ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଏ ନେଇ ନୀଳଗିରି ଥାନାରେ ପୃଥକ ପୃଥକ ୪ଟି ମାମଲା ରୁଜୁ ହୋଇଥିବା ଏସ୍‌ଡିପିଓ ସୁଦାମ ଚରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁକାବିଲା ପାଇଁ ସଚେତନତାକୁ ଗୁରୁତ୍ୱ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଏଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିିଧିମାନଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌କୁ ଓଡ଼ିଶାବାସୀଙ୍କ ସମର୍ଥନ: ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ ଲୋକେ ଘରୁ ନ ବାହାରିବାକୁ ନେଲେ ଶପଥ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ଜୋରଦାର୍‌ ଉଦ୍ୟମ ଚଳାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ ବାର୍ତ୍ତା ଦେଇ ଘରୁ ନ...

ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ...

ସାଙ୍ଗମାନଙ୍କ ସହ ଶ୍ରେଣୀଗୃହରେ ବସି ପାଠପଢ଼ିଲେ ସିଏମ୍‌ସି ଡେପୁଟି ମେୟର

କଟକ ଅଫିସ,୧୯ା୪- କଟକ ମହାନଗର ନିଗମ(ସିଏମ୍‌ସି) ଡେପୁଟି ମେୟର ଦମୟନ୍ତୀ ମାଝି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ.କମ ଦ୍ୱିତୀୟ ବର୍ଷର ଛାତ୍ରୀ। ସାଧାରଣ ଯୁବତୀରୁ ଡେପୁଟି ମେୟର...

ଲକ୍‌ଡାଉନ୍‌: ୩୦ ହଜାର ଲୋକଙ୍କ ଭରସା ଆହାର କେନ୍ଦ୍ର

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ବର୍ତ୍ତମାନ ଲକ୍‌ଡାଉନ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସାହାରା ଆହାର କେନ୍ଦ୍ର। ରାଜ୍ୟରେ ୩୦ଟି ଜିଲାରେ ଡାକ୍ତରଖାନା ପରିସର ଓ ଏହାର ଆଖପାଖରେ...

୨୧ରୁ ରାଜଧାନୀରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜଧାନୀରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବା ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା...

ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ

ଫୁଲବାଣୀ ଅଫିସ, ୭ା୪: କନ୍ଧମାଳ ଜିଲାରେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଅଞ୍ଚଳର କୋଲାମ୍ପରା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ...

ଲାଞ୍ଜିଗଡ଼ରେ ୨୦ ବର୍ଷର ଗଡ଼ ଭାଙ୍ଗିଲା

ଲାଞ୍ଜିଗଡ,୧୨।୩(ଡି.ଏନ.ଏ.): ଦୀର୍ଘ ୨୦ବର୍ଷ ପର୍ଯ୍ୟନ୍ତ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ କବଜାରେ ରହିଥିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପଦବୀ । ହେଲେ ଶନିବାର ବ୍ଲକ ଅଧ୍ୟକ୍ଷା...

Advertisement
Archives

Model This Week