୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଭବାନୀଭବନ ପଡିଆଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ହକିର ପ୍ରଚାର ପ୍ରସାର ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ସୁନ୍ଦରଗଡ଼ ଜିଲାରେ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛି। ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ପାରମ୍ପାରିକ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ବିଜେଡିର ନେତୃତ୍ୱାଧୀନ ସରକାର ରାଜନୀତିରେ ନୁହେଁ, ଲୋକଙ୍କ ସେବାରେ ବିଶ୍ୱାସ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ବର୍ତ୍ତମାନ ୧୫ଶହ କୋଟିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରେ ଆଗାମୀ ଦିନରେ ଜିଲାର ଆହୁରି ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲାବାସୀଙ୍କୁ ଉତ୍ତମ ଓ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ୍‌ଶୀଘ୍ର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଜିଲା ବିଜୁ ଜନତା ଦଳ ସଭାପତି ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିଶାନ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ରାଜ୍ୟସଭା ଏମ୍‌ପି ଦିଲ୍ଲୀପ ତିର୍କୀ, ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ, ସୁନ୍ଦରଗଡ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ୪୬ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିଲା

ବରଗଡ଼ ଅଫିସ,୧୯।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଜିଲାରୁ ପୁଣି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

ଗଞ୍ଜାମ ଏନ୍‌ଏସି: ନିଷ୍କାସନ ହୋଇପାରୁନି ବର୍ଷାଜଳ

ଗଞ୍ଜାମ,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ଗଞ୍ଜାମ ଅଞ୍ଚଳରେ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲା। ଉକ୍ତ ବର୍ଷା ପାଣି ସହରର ବିଭିନ୍ନ ସ୍ଥାନରେ ଜମି ରହିଛି। ଏନ୍‌ଏସି...

ଭୟରେ ଓଲଟିଲା ମାଛ ଗାଡ଼ି

ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି...

ଆଜି ହେବ ଦୀପିକା,ଦିନେଶ ମାମଲାର ଶୁଣାଣି

ଭୁବନେଶ୍ୱର, ୧୪ ।୧୦(ବ୍ୟୁରୋ): ବ୍ରହ୍ମପୁରର ଚର୍ଚ୍ଚିତ ଦୀପିକା ଓ ଦିନେଶ ମାମଲାର ଶୁଣାଣି ଶୁକ୍ରବାର ମହିଳା କମିଶନଙ୍କ ନିକଟରେ ହେବ । ପୂର୍ବରୁ ଦୀପିକା ମହିଳା...

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଛାତରୁ ଗଳିଲା ବର୍ଷାପାଣି

ଆନନ୍ଦପୁର,୧୨।୫(ସ୍ବ.ପ୍ର.): ବାତ୍ୟା ପ୍ରଭାବରେ ବୁଧବାର ସକାଳେ ସାମାନ୍ୟ ବର୍ଷାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଭିତରେ ପାଦବୁଡ଼ା ପାଣି ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀ ସହାୟକମାନେ ଯିବାଆସିବା...

ସୋମବାର କଟକ ଡିସିପି ଭାବେ ଦାୟିତ୍ୱ ନେବେ ପିନାକ ମିଶ୍ର

କଟକ ଅଫିସ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରୁ...

ଯାତ୍ରାକୁ ମିଳିଲା ଅନୁମତି

ଭୁବନେଶ୍ୱର,୨୭।୨: କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଅଞ୍ଚଳରେ ସଂକ୍ରମଣକୁ ଦେଖି ଜିଲାପାଳ, ସ୍ଥାନୀୟ...

‘ମମିତାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦରଦ ନାହିଁ’

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବିଧାନସଭାରେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଛଳନାପୂର୍ଣ୍ଣ ଭିଡିଓ ବିବୃତି ଦେଇଛନ୍ତି। ମମିତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା...

Advertisement
Archives

Model This Week