୧୪, ୬୦୦ ମାସ୍କ ବାଣ୍ଟିଲେଣି ଅର୍ଜୁନ

ଆଠମଲ୍ଲିକ, ୨୨ା୪(ଡି.ଏନ.ଏ.) – ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ଅଭିଯାନ ଚଳାଇଛନ୍ତି ଆଠମଲ୍ଲିକ ବ୍ଲକ ଓଳଥ ଗ୍ରାମର ସାମାଜିକ କର୍ମୀ ତଥା ବିଜେଡି ଯୁବ ନେତା ଅର୍ଜୁନ ସାହୁ। ସେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରୁଛନ୍ତି। ଇତିମଧ୍ୟରେ ସେ ପ୍ରାୟ ୧୪ ହଜାର ୬୦୦ ମାସ୍କ ବାଣ୍ଟି ସାରିଛନ୍ତି। ଗତ ୨ ତାରିଖରୁ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ଆଠମଲ୍ଲିକ ଉପଖଣ୍ତର ପ୍ରଶାସନିକ ଅଧିକାରୀ, ପୋଲିସ, ଉପଖଣ୍ତ ଚିକିତ୍ସାଳୟ କର୍ମଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତରେ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ବାଳଙ୍କ ଉପସ୍ଥିତିରେ ସେ ଆଠମଲ୍ଲିକ ଏନଏସିର ୧୧ଟି ୱାର୍ଡ ତଥା ବ୍ଲକର ଲୁହାସିଙ୍ଗା, ଜାମୁଡୋଲି, ଅଏଡା, ନଅଗାଁ, ଦରୁହା, ମାଳିସାହି, କରୋଡୋସିଙ୍ଗ, ତାଳପଦର, ତେନ୍ତୁଳିପଦର, ପତାକ, ଓଳଥ, ବାହାଳି, ତିତିଗାଁ, ଲିପୋଲଇ, ଠାକୁରଗଡ ଦୈନିକ ହାଟ, ଆଠମଲ୍ଲିକ ଏସ୍‌ବିଆଇ, ଇଣ୍ଡିଆନ୍‌ ବ୍ୟାଙ୍କରେ ମାସ୍କ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ହରିହର ସାହୁ, ପ୍ରଫୁଲ୍ଲ ବାହିନୀ ପତି, ଯୁବ ବିଜେଡି ନେତା ପିନା ପାଣିଗ୍ରାହୀ, ପ୍ରଦୀପ ସାହୁ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ। ଯୁବନେତା ଅର୍ଜୁନଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଞ୍ଚଳିକ ପରିବହନ ଅଫିସ ନିକଟରେ ଥିବା ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍‌ ଚୋରି...

ଦୀର୍ଘ ସମୟ ଧରି ଅଟକି ରହୁଛି ଯାନବାହନ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଟ୍ରାଫିକ ଏବେ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ରବିବାର ପିଆଇ କଲେଜ ନିକଟରେ ଓ ତହସିଲ ଯିବା ରାସ୍ତାରେ...

କାର୍‌ ଧକ୍କାରେ ବାଳକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା

ରାଇରଙ୍ଗପୁର,୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅନ୍ତର୍ଗତ ପାଶନା ଗ୍ରାମରେ ମଙ୍ଗଳବାର ଏକ କାର୍‌ ଦୁର୍ଘଟଣାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ...

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୪ ସରପଞ୍ଚ ଦେଲେ ୩ ମାସର ଭତ୍ତା

ସୋନପୁର,୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୋନପୁର ବ୍ଳକର ସମସ୍ତ ୧୪ପଞ୍ଚାୟତର ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ...

ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ,...

ଶିକ୍ଷକ ସମସ୍ୟା ନେଇ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ : ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଜମନକିରା,୬।୧୧(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ସରକାରୀ (ଏସ୍‌ଏସ୍‌ଡି) ହାଇସ୍କୁଲର ଶିକ୍ଷକ ସମସ୍ୟା ନେଇ ବୁଧବାର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ...

ଫେରିଛି ‘ତେଲିଙ୍ଗି ବାଜା’ଚମକ

ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍‌। ଜୀବନକୁ ଭିନ୍ନ...

Advertisement
Archives

Model This Week