୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ ଭୁବନେଶ୍ୱର ବାଣିଜ୍ୟ ଓ ପରିବହନ ବିଭାଗକୁ ନିଯୁକ୍ତ ଦିଆଯିବା ସହ ରୋଡ୍‌ ସେଫ୍ଟି ସେଲ୍‌ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ସୋନପୁର ଡିଆଇବିରେ ଡିଏସ୍‌ପି ଥିବା ମନୋରଞ୍ଜନ ପ୍ରଧାନଙ୍କୁ ବଲାଙ୍ଗୀର ଅତିରିକ୍ତ ଏସ୍‌ପି, ବୌଦ୍ଧ ଡିଆଇବି ଡିଏସ୍‌ପି ଥିବା ବିପିନ ବିହାରୀ ବେହେରାଙ୍କୁ କନ୍ଧମାଳ ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। କମିଶନରେଟ ପୋଲିସରେ ଏସିପି ଥିବା ପ୍ରମୋଦ କୁମାର ରଥଙ୍କୁ ଅତିରକ୍ତ ଡିସିପିଭାବେ କମିଶନରେଟ ପୋଲିସରେ ଅବସ୍ଥାପିତ କରାଯାଇଛି। କଟକ ପିସିଆର ସେଲ୍‌ରେ ଥିବା ଇତିକାନ୍ତ ମହାପାତ୍ରଙ୍କୁ କଟକ ଏଚ୍‌ଆରପିସିକୁ ଅତିରିକ୍ତ ଏସ୍‌ପିଭାବେ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଡିଆଇବିରେ ଥିବା ସୁଦାମ ଚରଣ ସାହୁଙ୍କୁ ମୟୂରଭଞ୍ଜ ଜିଲାର ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ସୋନପୁର ଆଇୟୁସିଏଡବ୍ଲ୍ୟୁରେ ଥିବା ସୟଦ ମୁଜିବୁର ରହମାନଙ୍କୁ ବଣାଇକୁ ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀଙ୍କୁ ଇଓଡବ୍ଲ୍ୟୁକୁ ପୂର୍ବରୁ ବଦଳି ହୋଇଥିଲା। ତାହାକୁ ବାତିଲ କରାଯାଇ କମିଶନରେଟ ପୋଲିସରେ ଅତିରିକ୍ତ ଡିସିପିଭାବେ ଅବସ୍ଥାପିିତ କରାଯାଇଛି। ସେହି ପଦବୀରେ ଥିବା ଅମରେଶ କୁମାର ପଣ୍ଡାଙ୍କୁ ବଦଳି କରାଯାଇଛି। ଇଣ୍ଟେଲିଜେନ୍ସରେ ଥିବା ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ପଦୋନ୍ନତି ମିଳିବା ପରେ ଇଣ୍ଟେଲିଜେନ୍ସର ଅତିରିକ୍ତ ଏସ୍‌ପିଭାବେ ଅବସ୍ଥାପିତ କରାଯାଇଛି। ଇଣ୍ଟେଲିଜେନ୍ସିରେ ଥିବା ଡିଏସ୍‌ପି ରଶ୍ମିକାନ୍ତ ମିଶ୍ରଙ୍କୁ ଇଣ୍ଟେଲିଜେନ୍ସର ଅତିରିକ୍ତ ଏସ୍‌ପିଭାବେ ନିଯୁକ୍ତି ମିଳିଛି। ବଣାଇ ଏସ୍‌ଡିପିଓ ଥିବା ଅବକାଶ ରାଉତରାୟଙ୍କୁ ରାଉରକେଲା ଅତିରିକ୍ତ ଏସ୍‌ପି, ସୁନ୍ଦରଗଡ ଡିଆଇବିରେ ଥିବା ରାମପ୍ରସାଦ ସାହୁଙ୍କୁ ରାୟଗଡା ଆଇୟୁସିଏଡବ୍ଲ୍ୟୁକୁ ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ଇଣ୍ଟେଲିଜେନ୍ସରେ ଡିଏସ୍‌ପି ଥିବା ଭବାନୀକାନ୍ତ ପଟ୍ଟନାୟକଙ୍କୁ ଯାଜପୁର ଅତିରିକ୍ତ ଏସ୍‌ପି, କମିଶନରେଟ ପୋଲିସରେ ଅତିରିକ୍ତ ଡିସିପି ଥିବା ଅମରେଶ କୁମାର ପଣ୍ଡାଙ୍କୁ ଅତିରିକ୍ତ ଏସ୍‌ପି ଭାବେ ସମ୍ବଲପୁରକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୨୫।୫ : ଶ୍ରୀମନ୍ଦିରରେ ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥି ଅବସରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିଲାଗି ଅପରାହ୍ନ ୪ଟାରୁ...

ନଚାଇଲା ଫ୍ୟୁଜନ ଟ୍ରାକ୍‌

ସନ୍ଧ୍ୟା ହେଉ ହେଉ ପ୍ରଦର୍ଶନୀ ପଡ଼ିଆକୁ ଛୁଟିଥିଲା ଲୋକଙ୍କ ସୁଅ। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରୁ ଆରମ୍ଭ ହୋଇଥିଲା ଡଟ୍‌ ଫେଷ୍ଟର ୯ମ ଦିନ। ହିନ୍ଦୀ...

କାଲି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଗୁରୁବାର ହେବ। ଏ ନେଇ ଗତକାଲି ପ୍ରଚାର ମଧ୍ୟ ସରିଯାଇଛି। ଶେଷ ପର୍ଯ୍ୟାୟରେ...

ଜିଲାସ୍ତରୀୟ ଛତୁଚାଷୀ ସମ୍ମିଳନୀ :ଚାଷୀଙ୍କୁ ନିୟମିତ ରୋଜଗାର ଦେବା ଲକ୍ଷ୍ୟ

ଓଡ଼ଗାଁ,୨୪ା୧୨(ସ୍ବ.ପ୍ର.): ସମ୍ପ୍ରତି ଛତୁ ଏକ ପ୍ରମୁଖ ଖାଦ୍ୟ ସାମଗ୍ରୀ ହିସାବରେ ସମସ୍ତଙ୍କ ଗ୍ରହଣୀୟ ହୋଇପାରିଛି ା ଦିନ ଥିଲା ଏହା କେବଳ ଋତୁ ଅନୁସାରେ ଉପଲବ୍ଧ...

ମେଧାବୀଙ୍କ ମନ ଊଣା

ଅନୁଗୋଳ ଅଫିସ, ୧୬।୪ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ...

ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍‌ସିବି ପଠାଗଲା

ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର...

ମନ୍ତ୍ରୀଙ୍କୁ ମାରି ଚାକିରିରୁ ବିଦା ହେଲେ ଏଏସ୍‌ଆଇ ଗୋପାଳ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଚନ୍ଦ୍ର ଦାସଙ୍କୁ ସୋମବାର ଚାକିରିରୁ ବିଦା କରାଯାଇଛି। ଝାରସୁଗୁଡ଼ା ଏସ୍‌ପି ଚାକିରିରୁ ତାଙ୍କୁ ବରଖାସ୍ତ...

କୁସୁମୀ ସେତୁ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବ ନେଇ ଅସନ୍ତୋଷ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦସା ଗ୍ରାମ ନିକଟସ୍ଥ ରାଣୀଛେଲି ପଞ୍ଚାୟତସ୍ଥ କଳପଙ୍ଗୀ ଗ୍ରାମକୁ ସଂଯୋଗ କରୁଥିବା କୁସୁମୀ ନଦୀ ଉପରେ ଆପ୍ରୋଚ ରାସ୍ତା ନିର୍ମାଣରେ...

Advertisement
Archives

Model This Week