୧୪ ଜିଲାରେ କାର୍ଯ୍ୟକାରୀ ହେବ ପେସା ରୁଲ୍‌: ୨୦୬୮ ପଞ୍ଚାୟତ ହାତରୁ ଯିବ କ୍ଷମତା, ସବୁ ଆଦିବାସୀ ଗ୍ରାମରେ ଗଠନ ହେବ ପରିଷଦ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ଗ୍ରାମ ପରିଷଦ(କାଉନ୍‌ସିଲ) ହାତରେ ରହିବ। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ ଜନଜାତିବହୁଳ ଜିଲାରେ କାର୍ଯ୍ୟକାରୀ ହେବ ପଞ୍ଚାୟତ ଏକ୍ସଟେନ୍‌ସନ ସିଡ୍ୟୁଲ ଏରିଆ(ପେସା) ନିୟମ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପେସା ରୁଲ୍‌-୨୦୧୯ ପ୍ରସ୍ତୁତ କରାଯାଇଛି। ଏହି ଚିଠା ବିଲ୍‌ ଆଇନ ବିଭାଗର ଅନୁମୋଦନ ଲାଭ କରିସାରିଛି। ଅବକାରୀ ଅଧିକାର ଗ୍ରାମଗୁଡ଼ିକୁ ଦିଆଯିବ କି ନାହିଁ ସେ ନେଇ ଅବକାରୀ ବିଭାଗର ମତାମତ ଲୋଡ଼ାଯାଇଛି। ଏହି ରୁଲ୍‌ର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି। ବିଧାନସଭାରେ କେବଳ ଏହାକୁ ଉପସ୍ଥାପନ କରି କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ କହିଛନ୍ତି।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଆଦି ୭ ଜିଲାରେ ସମ୍ପୂର୍ଣ୍ଣ ପେସା ରୁଲ୍‌ ଲାଗୁ ହେବାକୁଥିବା ବେଳେ ସମ୍ବଲପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ଦେବଗଡ଼, ବାଲେଶ୍ୱର, କେନ୍ଦୁଝର ଆଦି ଜିଲାରେ ଆଂଶିକ ଭାବେ ଏହି ରୁଲ୍‌ କାର୍ଯ୍ୟକାରୀ ହେବ। ମୋଟ ୧୨୨ ବ୍ଲକର ୨୦୬୮ଟି ଗ୍ରାମପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେବ। ଏହି ସବୁ ଜିଲାରେ ଥିବା ପଞ୍ଚାୟତଗୁଡ଼ିକରେ ୧୩ ହଜାର କାଉନ୍‌ସିଲ ଗଠନ କରାଯିବ। ପ୍ରତ୍ୟେକ ଅନୁସୂଚିତ ଜନଜାତି ଗ୍ରାମରେ ଗୋଟିଏ ଲେଖାଏଁ କାଉନ୍‌ସିଲ ରହିବ। ଗ୍ରାମସଭା ଦ୍ୱାରା ଗଠିତ ପ୍ରତ୍ୟେକ କାଉନସିଲ୍‌ରେ ଜଣେ ଅଧ୍ୟକ୍ଷ ଓ ୬ଜଣ ସଦସ୍ୟ ରହିବେ। ଏହି ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଶସ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ଷୁଦ୍ର ଜଳସେଚନ, ହିତାଧିକାରୀ ଚୟନ କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନଓ୍ବାଡି ଆଦିର ପରିଚାଳନା ଓ ଅନ୍ୟାନ୍ୟ ସ୍ଥାନୀୟ ବିଷୟରେ ଗ୍ରାମସଭା ପ୍ରସ୍ତାବ ଆଧାରରେ କାଉନ୍‌ସିଲ ନିଷ୍ପତ୍ତି ନେବ। ଏହା ଦ୍ୱାରା ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ। ଜଙ୍ଗଲ ଅଧିକାର ବିଷୟରେ ମଧ୍ୟ ଗ୍ରାମ ପରିଷଦ ନିଷ୍ପତ୍ତି ନେବ। ପେସା ଆଇନ କାର୍ଯ୍ୟକାରୀ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି କ୍ଷମତା ରହିବ ନାହିଁ। କେନ୍ଦ୍ର ସରକାର ୧୯୯୬ରେ ପେସା ଆଇନ କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ନିଜର ମୂଳ ବସତିରୁ ବିସ୍ଥାପିତ ହେବାକୁ ପଡୁଛି। ହଠାତ ହେଉଥିବା ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। ଫଳରେ ଯେତେ ଯୋଜନା କଲେ ମଧ୍ୟ ଆଦିବାସୀଙ୍କ ବିକାଶ ହୋଇପାରୁନାହିଁ। ସେମାନଙ୍କ ଜରିଆରେ ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ୧୧ଟି ଆଦିବାସୀବହୁଳ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।

ରାଜ୍ୟ ସରକାର ଦୀର୍ଘବର୍ଷ ପରେ ପେସା ରୁଲ୍‌ ଆଣିବାକୁ ଉଦ୍ୟମ କରୁଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖାଦେଇଛି। ଅନୁସୂଚିତ ଅଞ୍ଚଳର ପଞ୍ଚାୟତ ଗୁଡିକରେ ୫୦ ପ୍ରତିଶତ ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ତେବେ ଏହି ନୂଆ ରୁଲ୍‌ କାର୍ଯ୍ୟକରୀ ହେଲେ ସେହିସବୁ ଅଞ୍ଚଳରେ ପଞ୍ଚାୟତର କୌଣସି ଭୂମିକା ରହିବ ନାହିଁ। ସେହିସବୁ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ସରକାର ପେସା ରୁଲ୍‌କୁ ଯଦି କଡ଼ାକଡ଼ି ଭାବେ ଲାଗୁ କରିବେ ତେବେ ଅନୁସୂଚିତ ଅଞ୍ଚଳରେ ସରପଞ୍ଚଙ୍କର କୌଣସି କ୍ଷମତା ରହିବ ନାହିଁ। ଏ ନେଇ ପଞ୍ଚାୟତସ୍ତରରେ ବିଦ୍ରୋହ ହେବାର ମଧ୍ୟ ସମ୍ଭାବନା ରହିଛି। ସରକାର ଯଦି ରୁଲ୍‌ କରି ଲାଗୁ ନ କରନ୍ତି ତେବେ ଆଦିମ ଆଦିବାସୀମାନଙ୍କର ବିକାଶ ସମ୍ଭବ ହେବନାହିଁ। କେତେକ ମୁଷ୍ଟିମେୟ ଚତୁର ଆଦିବାସୀମାନେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ କ୍ଷମତାକୁ ପିଢ଼ି ପରେ ପିଢ଼ି ଉପଭୋଗ କରିଚାଲିବେ । ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା ଆଦିବାସୀମାନେ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇ ଚାଲିଛନ୍ତି। ପେସା ରୁଲ୍‌ ଲାଗୁ କରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀମାନଙ୍କ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ରୁଲ୍‌ କିପରି ଲାଗୁହେବ ତାହା ଉପରେ ରହିଛି ନଜର। ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଲା-ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ କି ଆଦିବାସୀବହୁଳ ଜିଲାରେ ଆଦିବାସୀମାନଙ୍କୁ ପଞ୍ଚାୟତସ୍ତରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri