୧୪୪୦ ସ୍ବାବ୍‌ ନମୁନାରୁ ୧୦୨୮ ରିପୋର୍ଟ ଆସିଛି

ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡ଼ା ଜିଲାର ଜଣେ ଯୁବତୀ ଓ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ସୋମବାର ଉଭୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଛି ା ତେବେ ଅଦ୍ୟାବଧି ୧୪୪୦ ଜଣଙ୍କଠାରୁ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା । ସେଥିମଧ୍ୟରୁ ୧୦୨୮ ଜଣଙ୍କ ରିପୋର୍ଟ ଆସିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି, ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱର ଆଇସିଏମଆରକୁ ପଠାଯାଉଛି। ସେଠାରେ ଅନ୍ୟାନ୍ୟ କାମ ଲାଗି ରହିଥିବାରୁ ଅନ୍ୟମାନଙ୍କ ରିପୋର୍ଟ ଆସିବାରେ ବିଳମ୍ବ ଘଟିଛି। ସେହିପରି ଜିଲାର ବ୍ରଜରାଜନଗରର ବୁଢ଼ୀଜାମ ଅଞ୍ଚଳ ଓ ଲଖନପୁର ବ୍ଳକ ଡହଲଡେରା ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ହେଲେ ସଂପୃକ୍ତ ଅଞ୍ଚଳ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣରେ ପ୍ରଶାସନ ବିଫଳ ହୋଇଛି ବୋଲି ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡା ଜିଲାପାଳଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: କମିଛି ହେନ୍ତାଳବଣ, ବଢ଼ିଛି ଚିଙ୍ଗୁଡ଼ି ଘେରି

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୧ ବର୍ଷ ବିତିଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଏଥିରେ କେନ୍ଦ୍ରାପଡ଼ା ଜିଲାରେ ୨,୯୭,୮୧୪...

ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ...

ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କସୁନାଚେନ ଲୁଟ୍‌

ତିର୍ତ୍ତୋଲ,୧୭ା୯(ଡି.ଏନ.ଏ.): ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଶ୍ରେଣୀଗୃହରେ ପଢାଉଥିବାବେଳେ ଦୁର୍ବୃତ୍ତ...

୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ...

୧୭ ଜାନୁୟାରୀରେ ବିଶାଳ ଗଣ ବିକ୍ଷୋଭ

ଅନୁଗୋଳ ଅଫିସ, ୨୭ା୧୨: ଅନୁଗୋଳ ଜିଲାର ୯୨ଟି ରାଜସ୍ବ ଗ୍ରାମକୁ ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ...

ବାଗଡେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଆଉ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼,୧।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛ। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗାଁ ନିକଟରେ ଘଟିଥିବା ହତ୍ୟାକାଣ୍ଡର...

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ।...

ଜେସିବିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ...

Advertisement
Archives

Model This Week