୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’: ଅଂଶଗ୍ରହଣ କରିବେ ୩ ହଜାର ଶିକ୍ଷାର୍ଥୀ

ଭୁବନେଶ୍ୱର, ୧୨।୧୧:(ବ୍ୟୁରୋ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପୀ ଏହି ମହୋତ୍ସବ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପ୍ରତ୍ୟେକ ଶିକ୍ଷାମଣ୍ଡଳରୁ ପ୍ରତି ବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକମାନେ ମନୋନୀତ କରି ପ୍ରାୟ ୩ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି। ମହୋତ୍ସବରେ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହାସହ ୩୦ଜିଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତୃତା, କୁଇଜ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି।
ମହୋତ୍ସବର ପ୍ରଥମ ଦିନ ସକାଳେ ‘ଶିକ୍ଷା ସଚେତନତା’ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ସ୍ଥାନୀୟ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରୁ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଅତିକ୍ରମ କରିବ। ଏଥିରେ ୬ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗନେବେ। ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓସେପା, ଶିକ୍ଷା ଓ ଶିକ୍ଷକ ତାଲିମ ନିର୍ଦ୍ଦେଶାଳୟ ଆଦି ସରକାରୀ ବିଭାଗୀୟ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଷ୍ଟଲ ଥାଇ ପ୍ରଦର୍ଶନୀ, ଶିକ୍ଷାର୍ଥୀଙ୍କ ଦ୍ୱାରା ଛାୟା ବିଧାନସଭା, ସୃଜନାତ୍ମକ ଲେଖା ପ୍ରସ୍ତୁତି, କଳା ଓ ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ, ଗଣିତ କଳିକା, ମୃଣ୍ମୟ ପ୍ରକାଶନ/ପ୍ରସାରଣ ନିମନ୍ତେ ଗଣମାଧ୍ୟମ ପାଇଁ ସୂଚନା କଳାକୃତି, ବିଜ୍ଞାନ କର୍ମଶାଳା, କାଗଜ ଭାଙ୍ଗ କଳାକୃତି ଓ କଣ୍ଢେଇ ନାଚ, ଚିତ୍ରକଳା, ବର୍ଜ୍ୟବସ୍ତୁରୁ ସୃଜନକଳା ଆଦି କର୍ମଶାଳାମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଶିଶୁ ଉତ୍ସବରେ ସ୍ବତନ୍ତ୍ର ଭାବେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହି ରାଜ୍ୟସ୍ତରୀୟ ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଶ୍ରେଷ୍ଠ ବିବେଚିତ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯିବ। ଉତ୍ସବ ପ୍ରସ୍ତୁତି କମିଟି ପକ୍ଷରୁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦାନ ନିମନ୍ତେ ମନୋନୀତ ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ଦେଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ୟସ୍ତରରେ ଗଠିତ ପ୍ରସ୍ତୁତି କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ମୁଖ୍ୟ ସଞ୍ଚାଳକ ରହିଛନ୍ତି। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ବରିଷ୍ଠ ପଦାଧିକାରୀଙ୍କ ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’ ଆୟୋଜନ କରାଯାଇଛି। ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀ ମୋଦି ଅଭିମନ୍ୟୁ ନୁହଁନ୍ତି, ବରଂ ଅର୍ଜୁନ’ ବିରୋଧୀଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦେଲେ ଏମିତି ବୟାନ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଶ୍ରୀ କଲ୍କି ଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ…

ଆମେ ଚାହିଁଲେ ଏକ ସୁନ୍ଦର ସବୁଜ ପରିବେଶ ଗଢ଼ିପାରିବା

ଭୁବନେଶ୍ୱର,୨।୧୧: ଆମେ ପରିବେଶ ପ୍ରଦୂଷଣ ବଢ଼ୁଛି ବୋଲି କହୁଛେ। ହେଲେ ପରିବେଶ ସୁରକ୍ଷା ପାଇଁ ଆମେ କେତେ ଉତ୍ତରଦାୟୀ ହେଉଛୁ? ସତରେ ଆମେ ପରିବେଶ ସୁରକ୍ଷା ଦିଗରେ…

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୧: ସୋମବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ…

୧୩୪ ବର୍ଷ ବିଦ୍ୟାଳୟର ନାହିଁ ନିଜସ୍ବ ଜମି: ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ନାହାନ୍ତି ବିଜ୍ଞାନ ଶିକ୍ଷକ

ବାଲିପାଟଣା,୨ା୧୧(ଅଭିମନ୍ୟୁ ନାୟକ): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକର ବିଶ୍ୱନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୯୨ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ ଚଳିତବର୍ଷ ୧୩୪ ବର୍ଷରେ ପଦାର୍ପଣ କରିଛି। ଏହି…

ଆଇପିଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଗୃହବିଭାଗ ପକ୍ଷରୁ ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ କାରାଗାର…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବଡ଼ ବୟାନ ଦେଲେ ଗୌତମ ଗମ୍ଭୀର; ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨।୧୧: ଭାରତ T20 ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଛି। ସିରିଜର ଶେଷ ଦୁଇଟି ମ୍ୟାଚରେ ଭାରତୀୟ ଦଳକୁ କଠୋର ବାସ୍ତବତାର ସାମ୍ନା କରିବାକୁ ପଡ଼ିଥିଲା ଏବଂ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ, ହେଲେ ଦଳର ୩ ବଡ଼ ଦୁର୍ବଳତା ଆସିଲା ସାମ୍ନାକୁ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ (T20I) ସିରିଜକୁ ୩-୨ରେ ଜିତି ନେଇଛି। ପ୍ରଥମ ତିନୋଟି ମ୍ୟାଚ ଜିତିବା ପରେ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ଏତିକି ଗାଡ଼ିକୁ ପ୍ରବେଶ ଅନୁମତି…

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?