୧୩ ଶ୍ରମିକ ଉଦ୍ଧାର : କେନ୍ଦ୍ରାପଡ଼ାରୁ ଯାଉଥିଲେ ଛତିଶଗଡ଼

ଢେଙ୍କାନାଳ ଅଫିସ, ୧୪।୪
କେନ୍ଦ୍ରାପଡ଼ାରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ଜଣ ଶ୍ରମିକଙ୍କୁ ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ରୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଛତିଶଗଡ଼ ନଉଗଁା ଅଞ୍ଚଳର ସମ୍ପୃକ୍ତ ଶ୍ରମିକମାନେ ଦୀର୍ଘଦିନ ହେଲା କେନ୍ଦ୍ରାପଡ଼ାରେ ରହି ଇଟାଭାଟିରେ କାମ କରି ଆସୁଥିଲେ। କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଘୋଷଣା କରାଯିବା ପରେ ସେମାନେ ଫସି ରହିଥିଲେ। ହାତରେ କାମ ନ ଥିବାରୁ ପେଟକୁ ଦାନା ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ିଥିଲା। ଏହାପରେ ସେମାନେ ଭିଟାମାଟିକୁ ଫେରିଯିବାକୁ ମନସ୍ଥ କରିଥିଲେ। ହେଲେ ଗାଡ଼ିମୋଟର ଯାତାୟାତ କରୁ ନ ଥିବାରୁ ପାଦରେ ଚାଲିଚାଲି ଯିବାକୁ ବାହାରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା କଡ଼ାକଡ଼ି ଯାଞ୍ଚ ସତ୍ତ୍ୱେ ସମ୍ପୃକ୍ତ ଶ୍ରମିକମାନେ କେନ୍ଦ୍ରାପଡ଼ାରୁ ସାଲେପୁର, କଟକ ଦେଇ ୫୫ନଂ. ଜାତୀୟ ରାଜପଥରେ ଢେଙ୍କାନାଳ ପହଞ୍ଚତ୍ବା ଚର୍ଚ୍ଚାର ବିଷୟ ହୋଇଛି। ଉଦ୍ଧାର ଶ୍ରମିକଙ୍କୁ ସ୍ଥାନୀୟ ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି। ସେମାନଙ୍କୁ ପୌରସଂସ୍ଥା ପକ୍ଷରୁ ଖାଦ୍ୟପାନୀୟ ଦିଆଯିବା ବ୍ୟବସ୍ଥା କରାଯାଇଥିବା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଏବଂ ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ରାସ୍ତା ସିଲ୍‌

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ତାମ୍ପରା ବୋଟ କ୍ଲବ ସମ୍ମୁଖ ଜାତୀୟ ରାଜପଥରେ ବୁଧବାର ସକାଳେ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି...

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ...

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୨୨।୯(ଅନିଲ ଦାସ): ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ...

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୋଟ୍‌ ୧୩ ସୁସ୍ଥ

ଭୁବନେଶ୍ୱର,୧୩ା୪(ବ୍ୟୁରୋ) : ରାଜ୍ୟବାସୀଙ୍କ ପାଇଁ ଏକ ପୁଣି ଏକ ଖୁସି ଖବର ଆସିଛି। କଳାହାଣ୍ଡିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏନେଇ...

ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ...

ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ ଏବଂ ଓ୍ବାନ ଜିବି ଡାଟା ମିଳିବ ବୋଲି ସମୀକ୍ଷା ବୈଠକ...

ଆବାସ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୩୧ା୧ – ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ବତନ୍ତ୍ର...

Advertisement
Archives

Model This Week