୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗରିବ, ନିଃସହାୟ, ଦିନ ମଜୁରିଆଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ସାମାଜିକ ଦୂରତା ବଜାୟ ରଖି ବଣ୍ଟନ କରାଯାଇଛି। ଏଥିରେ ମୋଟ ୭ହଜାର ୬୭୩ ଜଣଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ବୟସ୍କ ୬ହଜାର ୪୩୫ ଜଣ ଥିବା ବେଳେ ୧୨୩୮ଜଣ ପିଲା ରହିଛନ୍ତି। ଏହା ବ୍ୟତୀତ ଜିଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ପାଖରେ ରହୁଥିବା ସହାୟକଙ୍କୁ ମଧ୍ୟ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲାର ୪ଟି ପୌରାଞ୍ଚଳରେ ମୋବାଇଲ ଆହାର ସେବା ଯୋଗାଇ ଦିଆଯାଇଛି। ବାହାର ଜିଲାରୁ ଆସି ଏହି ଅଞ୍ଚଳରେ ଫସି ରହିଥିବା ଶ୍ରମିକ ତଥା ଅନ୍ୟ କାରଣରୁ ଫସି ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆ ଯାଇଛି। ସେହିପରି ଭଦ୍ରକ ପୌରପାଳିକା ପକ୍ଷରୁ ବୁଲା ଗାଈଗୋରୁଙ୍କ ପାଇଁ କାଞ୍ଜିଆହୁଦା କରାଯାଇ ସେଠାରେ ବୁଲୁଥିବା ଗୋରୁଙ୍କୁ ନେଇ ରଖା ଯାଇଛି। ଏହି କାଞ୍ଜିଆହୁଦା ପୌରପାଳିକାର ୨୩ ନମ୍ବର ୱାର୍ଡରେ କରାଯାଇଛି। ଗୋରୁଙ୍କୁ ପୌରପାଳିକା ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଯେଉଁମାନଙ୍କ ଗୋରୁ ବୁଲୁଛନ୍ତି ସେମାନଙ୍କ ମାଲିକମାନଙ୍କୁ ସୂଚାଇ ଦିଆଯାଇଛି କି ନିଜ ଗୋରୁଙ୍କୁ ନିଜ ତତ୍ତ୍ବାବଧାନରେ ରଖିବେ ନଚେତ କାଞ୍ଜିଆହୁଦାକୁ ନିଆଯିବ ଏବଂ ପରବର୍ତ୍ତୀ ସମୟରେ ମାଲିକମାନେ ଜରିମାନା ଦେଇ ଗୋରୁ ମୁକୁଳାଇବେ। ମାଲିକମାନେ ଗୃହପାଳିତ ପଶୁଙ୍କୁ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ: ଅଧା ତିଆରି ରାସ୍ତାରେ ପଡିଲା ପିଚୁ

ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସୁବାଷ ବୋସ ଛକ ଠାରୁ ଦୈନିକ ବଜାର ଓ ପୁରୁଣା ଥାନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଛକ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ...

ଜଙ୍ଗଲ ବିବାଦରେ ୭ ରେଳ ପ୍ରକଳ୍ପ

ଯାଜପୁର ଅଫିସ, ୨୨।୧୧: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଫରେଷ୍ଟ ରାଇଟ୍‌ ଆକ୍ଟ (ଏଫ୍‌ଆର୍‌ଏ) ସାର୍ଟିଫିକେଟ,...

ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଭି-କିଶୋର ଯୋଡି ପ୍ରଥମ

ସୋନପୁର,୧୩।୧୧(ନି.ପ୍ର.)-କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋନପୁର ସହର ନିକଟସ୍ଥ ମହାନଦୀର ଲଙ୍କେଶ୍ୱରୀ ଗଣ୍ଡ ନିକଟରେ ରାଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୮ଟି ଦଳ...

ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ

ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪)...

ଅଧିକାରୀଙ୍କ ଅନୁପସ୍ଥିତି ନେଇ ଏନ୍‌ଏସି କାର୍ଯ୍ୟାଳୟରେ ତାଲା

ବାଲିଗୁଡ଼ା,୧୫ା୧୦(ଡି.ଏନ୍‌.ଏ.)-ବାଲିଗୁଡ଼ା ଏନ୍‌ଏସିରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ସୋମବାର କାଉନ୍‌ସିଲରମାନେ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ବିଭିନ୍ନ କାର୍ଯ୍ୟନେଇ ଲୋକମାନେ ଏନ୍‌ଏସିକୁ ଆସୁଥିଲେ। କିନ୍ତୁ ସେଠାରେ ନିୟମିତ କାର୍ଯ୍ୟନିର୍ବାହୀ...

ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସମୀପ ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ ଲାଗିଛି। ବନ ବିଭାଗ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ...

ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ଅଇଁଠାପାଲି ପିଏଚଡି ପଡିଆଠାରେ ଚାଲିଥିବା ସମ୍ବଲପୁର ମହୋତ୍ସବ-୨୦୧୯ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ପ୍ରୀତିନନ୍ଦା...


Coronavirus Update

Archives

Model This Week

Why Dharitri