୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି ଜୟଦେନ ଏସ୍ପିନୋସା ନିଜ ପରିବାର ସଦସ୍ୟଙ୍କୁ ପାଟିକରି ଡାକିଥିଲେ। ଫଳରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଚାହଁଚାହୁଁ ପୁରା ଘର ଜଳିଯାଇଥିଲା। ସୂଚନାଯୋଗ୍ୟ, ରବିବାର ଭୋରରୁ ଏଭଳି ଘଟଣା ଘଟିଥିଲା। ଜୟଦେନ ନିଜ ରୁମ୍‌ ଝରକାରୁ ରୋଷେଇ ଘରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସାହସର ସହ ତୁରନ୍ତ ନିଜ ଜେେଜେ ମାଙ୍କ ପାଖକୁ ଯାଇ ରୋଷେଇ ଘରୁ ଧୂଆଁ ବାହାରୁଥିବାର କହିଥିଲେ। ଫଳରେ ସମସ୍ତେ ସତର୍କ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ।...

ମୋଦିଙ୍କ ସହ ସାକ୍ଷାତ୍‌ ପରେ ୨୫୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲେ ବାହାରିନ ସରକାର

ମନାମା,୨୫।୮: ଗୋଟିଏ ପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ୟୁଏଇର ସର୍ବୋଚ୍ଚ ନାଗରିକ...

କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା...

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

‘ବେଶି ଟେଷ୍ଟ ହେଲେ ଅଧିକ ସଂକ୍ରମିତ ବାହାରିବେ’

ୱାଶିଂଟନ,୭ା୬: କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଗ୍ରେ ରହିଛି ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାକୁ ବସିଥିବାବେଳେ ୧ ଲକ୍ଷ ୧୨ ହଜାର ଲୋକ...

ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌...

ଗୋଟିଏ କୋଣରେ ବସିରହିଲେ ଇମ୍ରାନ: ମୋଦି ହାତମିଳେଇଲେ ନାହିଁ କି କଥା ବି ହେଲେନି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି...

ସାହିତ୍ୟ ଲାଗି ହତ୍ୟା ଧମକ ମିଳିଥିଲା:ଓଲ୍‌ଗା ଟୋକାରଜୁକ

ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍‌ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *