୧୨ ହଜାର କର୍ମଚାରୀ ଛଟେଇ କରିବ କଗ୍‌ନିଜାଣ୍ଟ

ନୂଆଦିଲ୍ଲୀ,୧-୧୧: ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଖର୍ଚ୍ଚ କାଟ ଯୋଜନାରେ କମ୍ପାନୀ ଏଭଳି ପଦକ୍ଷେପ ନେବ ବୋଲି ଗୁରୁବାର ସୂଚନା ଦେଇଛି। ଆମେରିକା ଭିତ୍ତିକ ଏହି ଟେକ୍ନୋଲୋଜି କମ୍ପାନୀ ଏହାର ମୋଟ ଶ୍ରମଶକ୍ତି ମଧ୍ୟରୁ ଅଧିକାଂଶ ଅଂଶ ଭାରତରେ କାର୍ଯ୍ୟ କରୁଛି। ଗତ କିଛି ମାସ ଧରି ବିଭିନ୍ନ କୌଶଳରେ ପରିବର୍ତ୍ତନ କରାଯାଉଥିବା କମ୍ପାନୀର ସିଇଓ ବ୍ରାଏନ ହମ୍ଫ୍ରିିଏସ୍‌ କହିଛନ୍ତି। ପ୍ରତିଦ୍ୱନ୍ଦ୍ୱିତାତ୍ମକ ଉପସ୍ଥିତିକୁ ଆହୁରି ଉନ୍ନତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। କମ୍ପାନୀର ପରିଚାଳନା ମଡେଲକୁ ସରଳୀକରଣ, ଖର୍ଚ୍ଚକାଟ କାର୍ଯ୍ୟକ୍ରମ ଏବଂ ଅଭିବୃଦ୍ଧିକୁ ଧ୍ୟାନରେ ରଖି ପୁଞ୍ଜି ଖର୍ଚ୍ଚ ଯୋଜନା ରହିଛି। ଏହି ଆଧାରରେ ସାରା ବିଶ୍ୱରେ କମ୍ପାନୀର ୧୦ରୁ ୧୨ ହଜାର ମଧ୍ୟମରୁ ବରିଷ୍ଠ ସ୍ତରର ଆସୋସିଏଟଙ୍କୁ ଛଟେଇ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨% ବା ୫ରୁ ୭ ହଜାର କର୍ମଚାରୀଙ୍କଙ୍କୁ ତୁରନ୍ତ ଭିତ୍ତିରେ ଛଟେଇ କରିବ। ସେହିଭଳି ପୁନଃ କୁଶଳୀ ଏବଂ ନିଯୁକ୍ତି ବର୍ଗରେ ଆଉ ୫ ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଜଣାପଡିଛି। କେଉଁ ଦେଶରୁ କେତେ କର୍ମଚାରୀ ଛଟେଇ ହେବେ ସେ ନେଇ କଗ୍‌ନିଜାଣ୍ଟ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ। ମାତ୍ର ଭାରତରେ କମ୍ପାନୀର ମୋଟ ଶ୍ରମଶକ୍ତିର ଏକ ଆଖିଦୃ୍‌ଶିଆ ଅଂଶ କାର୍ଯ୍ୟ କରୁଥିବାରୁ ଏଠାରେ ଛଟେଇର ପ୍ରଭାବ କର୍ମଚାରୀଙ୍କ ଉପରେ ଅଧିକ ମାତ୍ରାରେ ପଡିବ ବୋଲି ଆଶଙ୍କା କରାଯାଉଛି। ସେପ୍ଟେମ୍ବର ୨୦୧୯ ସୁଦ୍ଧା କଗ୍‌ନିଜାଣ୍ଟରେ ମୋଟ ୨.୮୯ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କେବଳ ଭାରତରେ କମ୍ପାନୀର ୨ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ରହିଛନ୍ତି। ଏଭଳି ସ୍ଥିତିରେ କମ୍ପାନୀର ସିଇଓ କହିଛନ୍ତି ଯେ, ଅନୁଷ୍ଠାନର ପୂର୍ଣ୍ଣ ଅଭିବୃଦ୍ଧି କ୍ଷମତା ହାସଲ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଇଟି ସେବା କ୍ଷେତ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଧ୍ୟାନରେ ରଖି କଗନିଜାଣ୍ଟକୁ ଏକ ଉନ୍ନତସ୍ଥାନରେ ପହଞ୍ଚାଇବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ତ୍ରୈମାସ ଲାଗି କମ୍ପାନୀର ନେଟ୍‌ ଲାଭ ୪.୧% ବଢି ୪୯୭ ନିୟୁତ ଡଲାର ରହିଛି। କମ୍ପାନୀ ଗତ ବର୍ଷ ସମାନ ସମୟରେ ୪୭୭ ନିୟୁତ ଡଲାର ନେଟ ଲାଭ ହାସଲ କରିଥିଲା। ୨୦୧୯ ବର୍ଷ ଲାଗି କମ୍ପାନୀ ରାଜସ୍ବ ଅଭିବୃଦ୍ଧି ପୂର୍ବାନୁମାନକୁ ୪.୬ରୁ ୪.୯%କୁ ବଢାଇଛି। ତୃତୀୟ ତ୍ରୈମାସରେ କମ୍ପାନୀର ଲାଭ ୪.୨% ବଢି ୪.୨୫ ବିଲିୟନ ଡଲାର ରହିଛି। ଏହା ଗତବର୍ଷ ସମାନ ସମୟରେ ୪.୦୭ ବିଲିୟନ ଡଲାର ରହିଥିବା କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ୨୦୨୧ ସୁଦ୍ଧା କମ୍ପାନୀ ଖର୍ଚ୍ଚକାଟରୁ ୫୫୦ ନିୟୁତ ଡଲାର ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri