Posted inଖେଳ

୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ ପାଳି ଖେଳିଥିଲେ। ଟେଷ୍ଟରେ ପ୍ରଥମ ଶତକ ହାସଲ କଲାପରେ ପଡ଼ିଆରେ ଭାବୁକ ହୋଇପଡିଥିଲେ ହନୁମା। ନିଜ ପ୍ରଥମ ଶତକ ସ୍ବର୍ଗତ ପିତାଙ୍କୁ ସେ ସମର୍ପିତ କରିଛନ୍ତି। ମାତ୍ର ୧୨ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠୁ ଜଣେ କ୍ରିକେଟର ହେବାର ସ୍ବପ୍ନ ଦେଖିଥିଲେ ହନୁମା। ଏହାକୁ ପୂରଣ କରିବା ପାଇଁ ଲାଗିପଡିଥିଲେ। ତାଙ୍କ ମା’ ପିଲାଙ୍କୁ ମଣିଷ କରିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡିଥିଲା। ଶତକ ହାସଲ ପରେ ହନୁମା କହିଛନ୍ତି, ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ୪୨ରନ୍‌ କରି ଅପରାଜିତ ରହିବା ପରେ, ସେଦିନ ରାତିରେ ମୋତେ ଆଉ ନିଦ ହୋଇ ନ ଥିଲା। ଏହି ପାଳିକୁ ବଡ଼ ସ୍କୋରରେ ପରିଣତ କରିବା କଥା ଭାବୁଥିଲେ। ଯାହା ଏବେ ପୂରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ

ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍‌ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ...

୧୧ ବଲ୍‌ରେ ୫ ଉଇକେଟ୍‌ ନେଇ ଦେଶକୁ ବିଶ୍ୱ ଚାମ୍ପିଅନ୍‌ କରାଇଥିଲେ ଏହି କ୍ରିକେଟର୍‌

କ୍ରିକେଟରେ ୧୯୬୦ ଏବଂ ୭୦ ଦଶକ ୱେଷ୍ଟଇଣ୍ଡିଜ ନାମରେ ନାମିତ ହୋଇଥିଲା। ଦ୍ରୁତ ବୋଲର ଏବଂ ଦୃଢ ବ୍ୟାଟ୍ସମ୍ୟାନ୍‌ଙ୍କ ଉପସ୍ଥିତିରେ ୱେଷ୍ଟଇଣ୍ଡିଜ ସେହି ସମୟରେ କ୍ରିକେଟ୍‌...

ବିବାହ ପରେ ସ୍କୁଟିରେ ଗଲେ କ୍ରିକେଟର

ବାଙ୍ଗାଲୋର,୯।୧୨- ଚଳିତ ବିବାହ ସିଜନରେ ଗୋଟିଏ ପରେ ଗୋଟିଏ କ୍ରିକେଟର ବିବାହ କରୁଛନ୍ତି। ନିକଟରେ ମନୀଷ ପାଣ୍ଡେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ଏବେ ବିବାହ...

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...

ସେଲ୍ଫ ଆଇସୋଲେଶନରେ ଅଷ୍ଟ୍ରେଲିଆ ଅଧିନାୟକ ପେନ୍‌

ସିଡ୍‌ନୀ: ଆଡିଲେଡ୍‌ରେ କୋଭିଡ୍‌ର ସାନି ପ୍ରକୋପ ଦେଖାଦେଇଛି। ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ସମସ୍ତ ଖେଳାଳି ତୁରନ୍ତ ସେଲ୍ଫ ଆଇସୋଲେଶେନରେ ରହିଛନ୍ତି।...

କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା

ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ...

୬ଟି ବଲ୍‌ରୁ ୬ଟି ଛକା ମାରିବାରେ ପ୍ରଥମ ଭାରତୀୟ ହୋଇଥିଲେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଜି ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୨୭, ୧୯୬୨ରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ। ରବି...

Advertisement
Archives

Model This Week