୧୧ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରେ ଆଉ ଗ୍ରୀଷ୍ମର ପ୍ରକୋପ ବଢ଼ିବ ନାହିଁ। ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ରହିବ। ଉପକୂଳରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଏବଂ ଆଭ୍ୟରୀଣ ଓଡ଼ିଶାରେ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଆସନ୍ତା ୩ତାରିଖ ଯାଏ ତାତି ବଢ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ବିଭିନ୍ନ ଜିଲାରେ ଝଡ଼ବର୍ଷା ଲାଗି ରହିବ। ତାମିଲନାଡ଼ୁ ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାୟୁ ପ୍ରବାହର ଦିଗ ଦକ୍ଷିଣ ପଶ୍ଚିମକୁ ରହୁଛି। ଏଥି ସହିତ ଓଡ଼ିଶା ଉପରିଭାଗରେ ଏକ ବାୟୁ ପ୍ରବାହ ହେଉଛି। ରାଜ୍ୟକୁ ପ୍ରଚୁର ଜଳୀୟ ବାଷ୍ପ ଆସୁଛି ଓ ବର୍ଷା କରାଉଛି। ବର୍ଷା ଯୋଗୁ ଗ୍ରୀଷ୍ମର ପ୍ରକୋପ ହ୍ରାସ ପାଇଛି। ଗତ ଦୁଇ ତିନିଦିନ ହେବ ଝଡ଼ବର୍ଷା ଲାଗି ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲାର ବାରକୋଟଠାରେ ସବର୍ର୍ାଧିକ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଅନୁଗୋଳର ଛେଣ୍ଡିପଦାରେ ୮, ପାଲଲହଡ଼ା ୮, ରାଇରଙ୍ଗପୁର ୭, ରିଆମାଳ ୭, ବିଷମ କଟକ ୭, କୋରେଇ ୫, ତିର୍ତ୍ତୋଲରେ ୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡା ରାଜ୍ୟର ଅନ୍ୟାନ୍ୟ ଭାଗରେ ୩ରୁ ୪ ସେଣ୍ଟିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ପୁରୀ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ଏସବୁ ସ୍ଥାନଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ନିିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ ଅଫିସ ୨୫ା୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ରଥଖଳାରେ ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ତିନିରଥର ବେଦୀ ସିଂହାସନ...

ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଭେଟେରାନ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।...

ଘରକୁ ବାହୁଡ଼ିଲେ ତୁଫାନୀ

ଢେଙ୍କାନାଳ ଅଫିସ, ୨।୧୧ ନିଖୋଜର ଦୀର୍ଘ ୯ମାସ ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଛନ୍ତି ବୃଦ୍ଧ ତୁଫାନୀ। ଏଥିପାଇଁ ସେ ମହର୍ଷି ଦୟାନନ୍ଦ ମିଶନ...

‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ’

ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍‌ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍‌ ସମସ୍ୟାରେ ପୀଡିତ ହେଉଛନ୍ତି ।...

ଖାଦ୍ୟ ଚାହିଦା ପୂରଣ କରିବ ନୂଆ ଚାଷ ପ୍ରଣାଳୀ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଖାଦ୍ୟ ଚାହିଦା ପୂରଣ କରିବାକୁ ହେଲେ କୃଷିକ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ...

ଆଜି କରୋନାରେ ଆଖି ବୁଜିଲେ ୨ ଆକ୍ରାନ୍ତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର କରୋନାରେ ରାଜ୍ୟରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ନୂଆପଡ଼ା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ...

ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ

ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ...

Advertisement
Archives

Model This Week