Posted inଜାତୀୟ

୧୧୨ ଡାଏଲ କଲେ ପୋଲିସ ପହଞ୍ଚାଉଛି ଖାଦ୍ୟ

ନୋଏଡ଼ା,୨୭।୩- ଯଦି କାହା ଘରେ ଖାଦ୍ୟପେୟର କୌଣସି ଅସୁବିଧା ଅଛି ତେବେ ୧୧୨ ଡାଏଲ କଲେ କିଛି ସମୟ ପରେ ଖାଦ୍ୟ ପହଞ୍ଚାଇବ ପୋଲିସ। ଲକ୍‌ଡାଉନ ସମୟରେ ବଜାର ସହର ସବୁ ବନ୍ଦ ରହିଥିବାରୁ ଅନେକ ଗରିବ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। ଅନେକଙ୍କ ଘରେ ଖାଇବାକୁ ନ ଥିବା ଜାଣି ଏଭଳି ପଦକ୍ଷେପ ନେଇଛି ନୋଏଡ଼ା ପୋଲିସ। ତାଲାବନ୍ଦ ସମୟରେ ପୋଲିସ ଦ୍ୱାରା ଯୋଗାଇ ଦିଆଯାଉଥିବା ଏହି ସହାୟତା ସମ୍ପର୍କରେ ନୋଏଡା ପୋଲିସ କମିଶନର ଆଲୋକ ସିଂ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଅନେକ ଲୋକ ୧୧୨ ଡାଏଲ କରି ପୋଲିସର ସହାୟତା ଲୋଡ଼ିବା ପରେ ନୋଏଡ଼ା ପୋଲିସ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥିବା ସିଂ କହିଛନ୍ତି। ଗତ ୨୫ ତାରିଖରେ ନୋଏଡ଼ାସ୍ଥିତ ଏକ ବସ୍ତିରେ ପ୍ରାୟ ୮୨ ଜଣ ଲୋକ ଖାଦ୍ୟାଭାବରୁ ବିଚଳିତ ହୋଇପଡ଼ିଥିଲେ। ଏହାପରେ ୧୧୨କୁ କେହି କଲ୍‌ କରି ପୋଲିସର ସହାୟତା ଲୋଡ଼ିବା ପରେ ପୋଲିସ ସେମାନଙ୍କ ନିକଟରେ ୫୦ କେଜି ଚାଉଳ ଓ ୫୦ କେଜି ଡାଲି ଯୋଗାଇ ଦେଇଥିଲା। ସେହିଭଳି ପୋଲିସ କର୍ମଚାରୀମାନେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି। ଏହି ଘଡ଼ିସନ୍ଧି ସମୟରେ ପୋଲିସର ଭୂମିକା ସେଠାରେ ବେଶ୍‌ ପ୍ରଶଂସନୀୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଟ୍ରେନ୍‌ ଯାତ୍ରା

ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫...

ଭାଜପା ଯୁବ ନେତା ଅର୍ଜୁନଙ୍କ ମୃତଦେହର ଆର୍ମି କମାଣ୍ଡ ହସ୍ପିଟାଲରେ ହେବ ପୋଷ୍ଟ ମଟର୍ମ: ହାଇକୋର୍ଟ

କୋଲକାତା,୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଯୁବ ନେତା ଅର୍ଜୁନ ଚୌରାସିଆଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ମୃତଦେହର ପୋଷ୍ଟ ମର୍ଟମ...

ମହାରାଷ୍ଟ୍ରର ସୀମାବର୍ତ୍ତି ଗାଁ ବିଲୟର ପ୍ରସଙ୍ଗ ଉଠାଇଲେ କେସିଆର, କହିଲେ ଲୋକେ ଚାହୁଁଛନ୍ତି…

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ଭାରତ ରାଷ୍ଟ୍ର ସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ(କେସିଆର) ଦଳର ରାଷ୍ଟ୍ରୀୟ ସମ୍ପ୍ରସାରଣରେ ବ୍ୟସ୍ତ ଅଛନ୍ତି। କେସିଆରଙ୍କର ନଜର ପଡୋଶୀ...

ବଡଗାମରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ରାହୁଲ ଭଟ୍ଟ-ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଜଣଙ୍କ ଉପରେ ନଜର

ଜମ୍ମୁ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ବୁଧବାର ସକାଳୁ ସୁରକ୍ଷା କର୍ମୀ ପ୍ରବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ/ଲସ୍କର-ଏ-ତୋଏବାର ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ଜମ୍ମୁ-କଶ୍ମୀର...

ଜି -୨୦ ସମ୍ମିଳନୀର ପ୍ରଥମ ଦିବସ: ଉଦଘାଟନ ସମାରୋହରେ ମରକ୍କୋ ଭୂ୍‌କମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାର (ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ପ୍ରଥମ ଦିନର ଶୁଭାରମ୍ଭ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା...

‘ମୁସଲମାନ ବୋଲି ଟାର୍ଗେଟ କରାଯାଉଛି’

ନୂଆଦିଲ୍ଲୀ, ୨୯ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ...

ଓମିକ୍ରନ୍‌ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍‌ଏ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

Advertisement
Archives

Model This Week