୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ ନୀତି ଆୟୋଗ ସର୍ଭେ କରିବ। ପ୍ରତି ୨-୩ ସପ୍ତାହରେ ସର୍ବେକ୍ଷଣ କରାଯାଇ ସରକାରୀ କଳ ପ୍ରତି ଜିଲା ସ୍ତରରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ।
କେନ୍ଦ୍ର ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ଦେଶର ୧୧୨ ଜିଲାରେ ଏକ ସର୍ଭେ କରିବାକୁ ଯାଉଛି। ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକେ ସହରୀଙ୍କ ଭଳି ସାମାଜିକ ଦୂରତ୍ୱ ଅବଲମ୍ବନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବ। ମିଳିଥିବା ସୂଚନାନୁସାରେ ସର୍ଭେ ବେଳେ ଲୋକଙ୍କୁ ମୋଟ ୫୭ଟି ପ୍ରଶ୍ନ କରାଯିବ। ସାମାଜିକ ଦୂରତ୍ୱ କ’ଣ ଏବଂ ଏହାକୁ ଗାଁଗୁଡ଼ିକରେ ଥିବା ନିଜ ନିଜ ଘରେ ସେମାନେ ପାଳନ କରୁଛନ୍ତି କି ବୋଲି ପଚରାଯିବ। ଅନ୍ୟ ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି ପ୍ରତ୍ୟେକ ପରିବାରରେ କେତେ ସଂଖ୍ୟକ ସଦସ୍ୟ ଅଛନ୍ତି, ଘରେ କେତୋଟି ରୁମ୍‌ ଅଛି, ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ସେମାନେ ମାନୁଛନ୍ତି କି ନାହିଁ, ଯଦି ହଁ ତେବେ କିପରି ଏବଂ ସେମାନେ ନିଜ ହାତକୁ ବାରମ୍ବାର ସାନିଟାଇଜ୍‌ କରୁଛନ୍ତି କି ନାହିଁ? ସେହିପରି ଗାଁଗୁଡ଼ିକ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ପାଳନ କରୁଛନ୍ତି କି, ଜିଲାକୁ ବାହାରୁ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରାଯାଇଛି କି, ଆଶା କର୍ମୀଙ୍କ ଭଳି ସ୍ବାସ୍ଥ୍ୟକର୍ମୀ ଓ ସହାୟିକା ନର୍ସ (ଏଏନ୍‌ଏମ୍‌) ଘର ଘର ବୁଲୁଛନ୍ତି କି, ସମସ୍ତଙ୍କ ପାଖରେ ରାଶନ କାର୍ଡ ଅଛି କି ଏବଂ ସେମାନେ ଏମ୍‌ଜିଏନ୍‌ଆର୍‌ଇଜିଏ ସହ ସମ୍ପୃକ୍ତ କି ଆଦି ପ୍ରଶ୍ନ ମଧ୍ୟ କରାଯିବ।
ଜିଲାଗୁଡ଼ିକୁ କିପରି ବଛାଯିବ
ନୀତି ଆୟୋଗର ବିକାଶ ସହଯୋଗୀ ଟାଟା ଟ୍ରଷ୍ଟସ୍‌ ଏବଂ ଆଇଡି ଇନ୍‌ସାଇଟ୍‌ଙ୍କୁ ନେଇ ଆକାଂକ୍ଷୀ ଜିଲାଗୁଡ଼ିକରେ ଥିବା ଗାଁର ଘରଗୁଡ଼ିକରେ ନମୁନା ସର୍ଭେ କରାଯିବ। ୨୦୧୮ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସ୍‌ପିରେଶନାଲ ଡିଷ୍ଟ୍ରିକ୍ଟସ୍‌ ଲଞ୍ଚ କରିଥିଲେ। ଏଥିରେ ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତଭୁକ୍ତୀକରଣ ଓ ଦକ୍ଷତା ବିକାଶ, ମୌଳିକ ଭିତ୍ତିଭୂମି ଆଦିକୁ ସାମାଜିକ ସୂଚକାଙ୍କ ଭାବେ ନିଆଯାଇଛି। ଏହି କ୍ଷେତ୍ରଗୁଡ଼ିକ ପ୍ରତ୍ୟକ୍ଷ ଭାବେ ମାନବ ବିକାଶ ସୂଚକାଙ୍କକୁ ପ୍ରଭାବିତ କରିଥାଏ।
ସର୍ଭେ ପରିଣାମର ତାତ୍ପର୍ଯ୍ୟ
ଏହି ସର୍ଭେରୁ ମିଳିବାକୁ ଥିବା ପରିଣାମ ଜିଲାପାଳମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ କ୍ଷମତା ପ୍ରଦାନ କରିବ। ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଲୋକେ କୋଭିଡ୍‌-୧୯ ଉପରେ କେନ୍ଦ୍ର ସରକାରଙ୍କ ସନ୍ଦେଶକୁ କିପରି ଗ୍ରହଣ କରୁଛନ୍ତି ଓ ସେମାନଙ୍କ ପ୍ରତିକ୍ରିୟା ନେଇ ମଧ୍ୟ ଅନୁଧ୍ୟାନ କରାଯିବ। ବିଶେଷକରି ଗତମାସରେ ହୋଇଥିବା ଦାଦନ ଶ୍ରମିକଙ୍କ ଗଣପଳାୟନ ଆଦି ବିଷୟରେ ଲୋକଙ୍କ ମତାମତ ନିଆଯିବ। ଏନେଇ ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ଗୋଟିଏ ସର୍ଭେ ଏତେ ବଡ଼ ଦେଶ ପାଇଁ ଫଳପ୍ରଦ ହେବ ନାହିଁ। ଏକ ଉପଯୁକ୍ତ ଧାରଣା ଲାଗି ଲଗାତର ଭିନ୍ନ ଭିନ୍ନ ସର୍ବେକ୍ଷଣ କରାଯିବା ଜରୁରୀ।
ଜିଲା ପ୍ରଶାସନକୁ କିପରି ସହାୟକ ହେବ
ଜିଲା ପ୍ରଶାସନଗୁଡ଼ିକ ନିକଟକୁ ନୀତି ଆୟୋଗ ପକ୍ଷରୁ ଏକ ପତ୍ର ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ଦୁଇରୁ ତିନି ସପ୍ତାହରେ ମୋବାଇଲ୍‌ ଫୋନ୍‌ ସର୍ଭେ କରାଯିବ। ଲୋକେ କ’ଣ ଭାବୁଛନ୍ତି, ସେମାନଙ୍କ ଅନୁଭୂତି ଆଦି ସମ୍ପର୍କରେ ପଚରାଯାଇ କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ଓ ଜନମଙ୍ଗଳକାରୀ ନୀତି ସମ୍ପର୍କରେ ଫିଡ୍‌ବ୍ୟାକ୍‌ ମିଳିବ। ଏହା ଜିଲାସ୍ତରର ଅଧିକାରୀମାନଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ବିବେଚନା କରାଯାଉଛି।
ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ
କେନ୍ଦ୍ରର ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟ ମାନବ ବିକାଶ ସୂଚକାଙ୍କ ସୂଚକଗୁଡ଼ିକରେ ପଛରେ ପଡ଼ିଯାଇଥିବା ଜିଲାଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନୀତି ଆୟୋଗ ଲକ୍ଷ୍ୟ ରଖିଛି। ଗତ ଜାନୁୟାରୀରେ ଜାରି ହୋଇଥିବା ର଼୍ୟାଙ୍କିଙ୍ଗ୍‌ ଅନୁସାରେ ଆସ୍‌ପିରେଶନାଲ ଡିଷ୍ଟ୍ରିକ୍ଟସ୍‌ରେ ଉତ୍ତରପ୍ରଦେଶର ଚନ୍ଦୋଲି ଜିଲା ସବୁଠୁ ଆଗରେ ରହିଥିଲା। ଏହା ପଛକୁ ଓଡ଼ିଶାର ବଲାଙ୍ଗୀର ଓ ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ ଜିଲା ରହିଥିଲା।
ମିଳିଥିବା ସୂଚନାନୁସାରେ କେନ୍ଦ୍ର ସରକାର ଏକ ଟେଲି ସର୍ଭେ କଲିଙ୍ଗ୍‌ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏଥିରେ ନାଗରିକମାନଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରାଯାଇ କୋଭିଡ୍‌-୧୯ ଲକ୍ଷଣ ଓ ସଂକ୍ରମଣ ନେଇ ଫିଡ୍‌ବ୍ୟାକ୍‌ ନିଆଯିବ। ନ୍ୟାଶନାଲ ଇନ୍‌ଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି)ର ଫୋନ୍‌ ନମ୍ବର ୧୯୨୧ରୁ ଦେଶବ୍ୟାପୀ ଲୋକଙ୍କୁ ଫୋନ୍‌ କରାଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିୟମିତ ଭାବେ କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟଗୁଡ଼ିକରୁ ଫିଡ୍‌ବ୍ୟାକ୍‌ ନିଆଯାଉଛି। ଏଥିସକାଶେ ରାଜ୍ୟ ସରକାରମାନେ ଜିଲାଗୁଡ଼ିକରୁ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?