୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ ନୀତି ଆୟୋଗ ସର୍ଭେ କରିବ। ପ୍ରତି ୨-୩ ସପ୍ତାହରେ ସର୍ବେକ୍ଷଣ କରାଯାଇ ସରକାରୀ କଳ ପ୍ରତି ଜିଲା ସ୍ତରରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ।
କେନ୍ଦ୍ର ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ଦେଶର ୧୧୨ ଜିଲାରେ ଏକ ସର୍ଭେ କରିବାକୁ ଯାଉଛି। ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକେ ସହରୀଙ୍କ ଭଳି ସାମାଜିକ ଦୂରତ୍ୱ ଅବଲମ୍ବନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବ। ମିଳିଥିବା ସୂଚନାନୁସାରେ ସର୍ଭେ ବେଳେ ଲୋକଙ୍କୁ ମୋଟ ୫୭ଟି ପ୍ରଶ୍ନ କରାଯିବ। ସାମାଜିକ ଦୂରତ୍ୱ କ’ଣ ଏବଂ ଏହାକୁ ଗାଁଗୁଡ଼ିକରେ ଥିବା ନିଜ ନିଜ ଘରେ ସେମାନେ ପାଳନ କରୁଛନ୍ତି କି ବୋଲି ପଚରାଯିବ। ଅନ୍ୟ ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି ପ୍ରତ୍ୟେକ ପରିବାରରେ କେତେ ସଂଖ୍ୟକ ସଦସ୍ୟ ଅଛନ୍ତି, ଘରେ କେତୋଟି ରୁମ୍‌ ଅଛି, ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ସେମାନେ ମାନୁଛନ୍ତି କି ନାହିଁ, ଯଦି ହଁ ତେବେ କିପରି ଏବଂ ସେମାନେ ନିଜ ହାତକୁ ବାରମ୍ବାର ସାନିଟାଇଜ୍‌ କରୁଛନ୍ତି କି ନାହିଁ? ସେହିପରି ଗାଁଗୁଡ଼ିକ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ପାଳନ କରୁଛନ୍ତି କି, ଜିଲାକୁ ବାହାରୁ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରାଯାଇଛି କି, ଆଶା କର୍ମୀଙ୍କ ଭଳି ସ୍ବାସ୍ଥ୍ୟକର୍ମୀ ଓ ସହାୟିକା ନର୍ସ (ଏଏନ୍‌ଏମ୍‌) ଘର ଘର ବୁଲୁଛନ୍ତି କି, ସମସ୍ତଙ୍କ ପାଖରେ ରାଶନ କାର୍ଡ ଅଛି କି ଏବଂ ସେମାନେ ଏମ୍‌ଜିଏନ୍‌ଆର୍‌ଇଜିଏ ସହ ସମ୍ପୃକ୍ତ କି ଆଦି ପ୍ରଶ୍ନ ମଧ୍ୟ କରାଯିବ।
ଜିଲାଗୁଡ଼ିକୁ କିପରି ବଛାଯିବ
ନୀତି ଆୟୋଗର ବିକାଶ ସହଯୋଗୀ ଟାଟା ଟ୍ରଷ୍ଟସ୍‌ ଏବଂ ଆଇଡି ଇନ୍‌ସାଇଟ୍‌ଙ୍କୁ ନେଇ ଆକାଂକ୍ଷୀ ଜିଲାଗୁଡ଼ିକରେ ଥିବା ଗାଁର ଘରଗୁଡ଼ିକରେ ନମୁନା ସର୍ଭେ କରାଯିବ। ୨୦୧୮ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସ୍‌ପିରେଶନାଲ ଡିଷ୍ଟ୍ରିକ୍ଟସ୍‌ ଲଞ୍ଚ କରିଥିଲେ। ଏଥିରେ ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତଭୁକ୍ତୀକରଣ ଓ ଦକ୍ଷତା ବିକାଶ, ମୌଳିକ ଭିତ୍ତିଭୂମି ଆଦିକୁ ସାମାଜିକ ସୂଚକାଙ୍କ ଭାବେ ନିଆଯାଇଛି। ଏହି କ୍ଷେତ୍ରଗୁଡ଼ିକ ପ୍ରତ୍ୟକ୍ଷ ଭାବେ ମାନବ ବିକାଶ ସୂଚକାଙ୍କକୁ ପ୍ରଭାବିତ କରିଥାଏ।
ସର୍ଭେ ପରିଣାମର ତାତ୍ପର୍ଯ୍ୟ
ଏହି ସର୍ଭେରୁ ମିଳିବାକୁ ଥିବା ପରିଣାମ ଜିଲାପାଳମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ କ୍ଷମତା ପ୍ରଦାନ କରିବ। ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଲୋକେ କୋଭିଡ୍‌-୧୯ ଉପରେ କେନ୍ଦ୍ର ସରକାରଙ୍କ ସନ୍ଦେଶକୁ କିପରି ଗ୍ରହଣ କରୁଛନ୍ତି ଓ ସେମାନଙ୍କ ପ୍ରତିକ୍ରିୟା ନେଇ ମଧ୍ୟ ଅନୁଧ୍ୟାନ କରାଯିବ। ବିଶେଷକରି ଗତମାସରେ ହୋଇଥିବା ଦାଦନ ଶ୍ରମିକଙ୍କ ଗଣପଳାୟନ ଆଦି ବିଷୟରେ ଲୋକଙ୍କ ମତାମତ ନିଆଯିବ। ଏନେଇ ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ଗୋଟିଏ ସର୍ଭେ ଏତେ ବଡ଼ ଦେଶ ପାଇଁ ଫଳପ୍ରଦ ହେବ ନାହିଁ। ଏକ ଉପଯୁକ୍ତ ଧାରଣା ଲାଗି ଲଗାତର ଭିନ୍ନ ଭିନ୍ନ ସର୍ବେକ୍ଷଣ କରାଯିବା ଜରୁରୀ।
ଜିଲା ପ୍ରଶାସନକୁ କିପରି ସହାୟକ ହେବ
ଜିଲା ପ୍ରଶାସନଗୁଡ଼ିକ ନିକଟକୁ ନୀତି ଆୟୋଗ ପକ୍ଷରୁ ଏକ ପତ୍ର ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ଦୁଇରୁ ତିନି ସପ୍ତାହରେ ମୋବାଇଲ୍‌ ଫୋନ୍‌ ସର୍ଭେ କରାଯିବ। ଲୋକେ କ’ଣ ଭାବୁଛନ୍ତି, ସେମାନଙ୍କ ଅନୁଭୂତି ଆଦି ସମ୍ପର୍କରେ ପଚରାଯାଇ କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ଓ ଜନମଙ୍ଗଳକାରୀ ନୀତି ସମ୍ପର୍କରେ ଫିଡ୍‌ବ୍ୟାକ୍‌ ମିଳିବ। ଏହା ଜିଲାସ୍ତରର ଅଧିକାରୀମାନଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ବିବେଚନା କରାଯାଉଛି।
ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ
କେନ୍ଦ୍ରର ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟ ମାନବ ବିକାଶ ସୂଚକାଙ୍କ ସୂଚକଗୁଡ଼ିକରେ ପଛରେ ପଡ଼ିଯାଇଥିବା ଜିଲାଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନୀତି ଆୟୋଗ ଲକ୍ଷ୍ୟ ରଖିଛି। ଗତ ଜାନୁୟାରୀରେ ଜାରି ହୋଇଥିବା ର଼୍ୟାଙ୍କିଙ୍ଗ୍‌ ଅନୁସାରେ ଆସ୍‌ପିରେଶନାଲ ଡିଷ୍ଟ୍ରିକ୍ଟସ୍‌ରେ ଉତ୍ତରପ୍ରଦେଶର ଚନ୍ଦୋଲି ଜିଲା ସବୁଠୁ ଆଗରେ ରହିଥିଲା। ଏହା ପଛକୁ ଓଡ଼ିଶାର ବଲାଙ୍ଗୀର ଓ ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ ଜିଲା ରହିଥିଲା।
ମିଳିଥିବା ସୂଚନାନୁସାରେ କେନ୍ଦ୍ର ସରକାର ଏକ ଟେଲି ସର୍ଭେ କଲିଙ୍ଗ୍‌ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏଥିରେ ନାଗରିକମାନଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରାଯାଇ କୋଭିଡ୍‌-୧୯ ଲକ୍ଷଣ ଓ ସଂକ୍ରମଣ ନେଇ ଫିଡ୍‌ବ୍ୟାକ୍‌ ନିଆଯିବ। ନ୍ୟାଶନାଲ ଇନ୍‌ଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି)ର ଫୋନ୍‌ ନମ୍ବର ୧୯୨୧ରୁ ଦେଶବ୍ୟାପୀ ଲୋକଙ୍କୁ ଫୋନ୍‌ କରାଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିୟମିତ ଭାବେ କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟଗୁଡ଼ିକରୁ ଫିଡ୍‌ବ୍ୟାକ୍‌ ନିଆଯାଉଛି। ଏଥିସକାଶେ ରାଜ୍ୟ ସରକାରମାନେ ଜିଲାଗୁଡ଼ିକରୁ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri