୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଗ ସହ ଜିମ୍‌ ଯାଉଥିବା ବେଳେ ଲଗାତାର କଠିନ ପରିଶ୍ରମ କରୁଛନ୍ତି। ଏହାରି ଭିତରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ଯୁବକ ଫିଟ୍‌ନେସ୍‌କୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଇନ୍ଦୋରର ଗଣେଶ ନଗରରେ ରହୁଥିବା ଫିଜିକାଲ ଟ୍ରେନର ନିରଜ ମାଲବିୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ନିରଜ ନିଜ ବିବାହକୁ ସ୍ମୃତି କରି ରଖିବାକୁ ଓ ଫିଟ୍‌ନେସ୍‌କୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଇଥିଲେ। ବିବାହକୁ ସ୍ବତନ୍ତ୍ର କରିବା ଲାଗି ବରାଯାତ୍ରୀରେ ଲୋକେ ଦୌଡି ଦୌଡି ଯିବା ପାଇଁ ନିରଜ ଯୋଜନା କରିଥିଲେ। ଏହି ଯୋଜନା ପ୍ରଥମେ ଘରଲୋକଙ୍କୁ ଚକିତ କରିଦେଇଥିଲା। ହେଲେ ଏହା ପଛରେ ଥିବା ନିରଜଙ୍କ ମୂଳ ଉଦ୍ଦେଶ୍ୟକୁ ଜାଣିପାରି ତାଙ୍କ କଥାରେ ଘରଲୋକ ମଧ୍ୟ ସହମତି ପ୍ରକାଶ କରିଥିଲେ। ଏହାପରେ ତାଙ୍କ ବରଯାତ୍ରୀରେ ସମସ୍ତେ ଦୌଡିକି ଯାଇଥିଲେ। ଏପରିକି ନିଜେ ନିରଜ ମଧ୍ୟ ଶେରଓ୍ବାନି ପିନ୍ଧି ଦୀର୍ଘ ୧୧କିଲୋମିଟର ଦୌଡ଼ି ଦୌଡି ବିବାହ କରିବା ପାଇଁ ଝିଅ ଘରେ ପହଞ୍ଚିଥିଲେ। ତାଙ୍କ ବରଯାତ୍ରୀ ଦଶହରା ମୈଦାନରୁ ବାହାରି ସଙ୍ଗମ ନଗର ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏଥିରେ ୫୦ଜଣ ସାମିଲ ହୋଇଥିଲେ।

ସବୁଠାରୁ ବଡ଼ କଥା ହେଲା ଏଥିରେ ୧୮ ବୟସରୁ ଆରମ୍ଭ କରି ୭୦ ବର୍ଷ ବୟସ୍କ ପର୍ଯ୍ୟନ୍ତ ବ୍ୟକ୍ତି ସାମିଲ ହୋଇଥିଲେ। ତେବେ ରାସ୍ତାରେ ବର ଶେରଓ୍ବାନି ପିନ୍ଧି ଦୌଡୁଥିବା ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷେ ନିରଜଙ୍କ ଏଭଳି ପଦକ୍ଷେପକୁ କନ୍ୟାପକ୍ଷ ପ୍ରଶଂସା କରିଥିବା ବେଳେ କନ୍ୟା ନୀକିତା ବିଲୋରେ ମଧ୍ୟ ନୀରଜଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ ଇଣ୍ଡିଆ ସ୍ଳୋଗାନରୁ ପ୍ରେରିତ ହୋଇ ଫିଟ୍‌ନେସ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିରଜଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ବାଗତ ଜଣାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ/ନ୍ୟୁୟର୍କ,୭।୨: ଆଜିକାଲି ପାକିସ୍ତାନ ଏହାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହା ସତ୍ତ୍ୱେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟ...

ଲୋକାଲ ଟ୍ରେନ୍‌ରେ ଫିଲ୍ମ-ଟିଭି ଶୋ ଦେଖିପାରିବେ ଯାତ୍ରୀ…

ମୁମ୍ବାଇ, ୧୨।୨ : ଏଣିକି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ଫିଲ୍ମ ଏବଂ ଟିଭି ଶୋ ଦେଖିପାରିବେ। ଭାରତୀୟ ରେଳ ଅଧିକାରୀ...

ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨...

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ...

ଯୁବବର୍ଗ ପୁରୁଷଙ୍କ ମଧ୍ୟରେ ସଚେତନତା ଦ୍ୱାରା ମହିଳା ସଶକ୍ତି କରଣ ସମ୍ଭବ…

ନୂଆଦିଲ୍ଲୀ,୧।୧୧: ମହିଳା ସଶକ୍ତି କରଣ ଅବା ମହିଳା ଅଧିକାର ନେଇ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବବର୍ଗ ପୁରୁଷଙ୍କ...

ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯିବ

କୋଲକାତା, ୨୫ା୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରସ୍ଥିତ...

କୁତବ ମିନାର ପରିସରରେ ପୂଜା ଅଧିକାର, ୯ ଜୁନରେ ରାୟ…

ନୂଆଦିଲ୍ଲୀ, ୨୪।୫ : ଦେଶର ରାଜଧାନୀ ଦିଲ୍ଲୀର ମେହେରୁଲିଠାରେ କୁତବ ମିନାର କମ୍ପ୍ଲେକ୍ସରେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କିତ ଏକ ଆବେଦନ...

ଥରେ ନୁହେଁ ଦୁଇ ଥର ଟିଏମ୍‌ସି ଛାଡ଼ିଲେ ବିଧାୟକ

କୋଲକାତା,୨।୩ : ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଭାଜପା ମଧ୍ୟରେ ଟଣାଓଟରା ଜାରି ରହିଛି। ପଣ୍ଡେଶ୍ୱର ବିଧାୟକ...

Advertisement
Archives

Model This Week