୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି ଯାଇଛି। ଭାଇରସ ଜନିତ ମୃତ୍ୟୁସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚାଇନାରେ ଜଣେ ଡାକ୍ତରଙ୍କ ବିବାହ ମାତ୍ର ୧୦ ମିନିଟରେ ସମ୍ପନ୍ନ ହୋଇଛି। ଡାକ୍ତର ଲି. ଝିକଆଙ୍ଗ ଏବଂ ୟୁ.ହଙ୍ଗୟାନଙ୍କ ବିବାହ ଜାନୁୟାରୀ ୩୦ ତାରିଖରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏବେ କରୋନା ଯୋଗୁ ହସ୍ପିଟାଲରେ ଡାକ୍ତରଙ୍କ ଉପସ୍ଥିତି ନିହାତି ଜରୁରୀ ହୋଇପଡିଛି। କୌଣସି ପରିସ୍ଥିତି ମଧ୍ୟ ସେମାନଙ୍କୁ ଛୁଟି ଦିଆଯାଉନାହିଁ। ଫଳରେ ଝିକଆଙ୍ଗଙ୍କ ବିବାହ ପୂର୍ବରୁ ନିର୍ଘଣ୍ଟ ହୋଇଥିବାରୁ ସେ କମ୍‌ ସମୟ ମଧ୍ୟରେ ବିବାହ କରିବେ ବୋଲି ତାଙ୍କ ଭାବି ସ୍ତ୍ରୀଙ୍କୁ ଜଣାଇଥିଲେ। ଏଥିରେ ସେ ରାଜି ହେବାରୁ ଉଭୟଙ୍କ ବିବାହ ମାତ୍ର ୧୦ ମିନିଟ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଏହି ବିବାହ କାର୍ଯ୍ୟକ୍ରମରେ ମାତ୍ର ୩ ଜଣ ଅତିଥି ସାମିଲ ହୋଇଥିଲେ। ବିବାହ ପରେ ଝିକଆଙ୍ଗ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର...

ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ...

ସଂସଦରେ ପ୍ରଥମ ଥର ପାଇଁ ମହିଳା ରୋବୋଟଙ୍କ ଭାଷଣ…

ଲଣ୍ଡନ,୧୨।୧୦ : ବ୍ରିଟେନ ସଂସଦରେ ମଙ୍ଗଳବାର ଏକ ବିଶେଷ ଦିନ ଥିଲା। ପ୍ରକୃତରେ, ପ୍ରଥମ ଥର ପାଇଁ ହ୍ୟୁମାନୋଇଡ ମହିଳା ରୋବୋଟ ସଂସଦକୁ ସମ୍ବୋଧିତ କରିଥିଲେ।...

ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଓରିଅନ ପୃଥିବୀ ମୁହାଁ…

ଓ୍ବାଶିଂଟନ,୭।୧୨ : ଆମେରିକୀୟ ସ୍ପେସ ଏଜେନ୍ସି (ନାସା) ର ଓରିଅନ ମହାକାଶଯାନ ଚନ୍ଦ୍ର ମିଶନକୁ ସମାପ୍ତ କରିଛି। ସୋମବାର ଦିନ ଓରିଅନ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ...

କ୍ୱାଡ ଶିଖର ସମ୍ମିଳନୀରେ ମୋଦିଙ୍କ ପ୍ରଶଂସା, ବାଇଡେନ କହିଲେ ଭାରତ ସଫଳ ଚାଇନା ଫେଲ

ଟୋକିଓ,୨୪ ।୫: ଟୋକିଓ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ ମହାମାରୀକୁ ଲୋକତାନ୍ତ୍ରୀକ ଭାବେ ସଫଳ ଭାବେ ସାମ୍ନା କରିିଥିବାରୁ...

ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ...

ଜି-୨୦ ସମ୍ମିଳନୀରେ ଭାରତର କଠୋର ଆଭିମୁଖ୍ୟ: ପଳାତକ ଅପରାଧୀଙ୍କୁ ଅଙ୍କୁଶ ଲଗାଅ

ଓସାକା,୩୦ା୬(ପି.ଟି.): ପଳାତକ ଆର୍ଥତ୍କ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜି-୨୦ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀରେ ଭାରତ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ...

ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର

ଇଣ୍ଡୋନେସିଆର ଗାଁ ବେଙ୍ଗ୍‌କଲା। ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ। କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି। ତେଣୁ...

Advertisement
Archives

Model This Week