୧୦ କୃଷି ପାଣିପାଗ ଅଞ୍ଚଳ ପାଇଁ ଆପତ୍‌କାଳୀନ ଯୋଜନା ପ୍ରସ୍ତୁତ

ପୁରୀ ଅଫିସ/କଟକ ଅଫିସ, ୧୧।୭: ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ ଘରୋଇ ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି। ପୁରୀ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି। ଜିଲା ପ୍ରଶାସନ ଓ ପୋଲିସର ଅପାରଗତାକୁ ସୋସିଆଲ ମିଡିଆରେ ଜନସାଧାରଣ ଦାୟୀ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ବସ୍‌ (ନଂ. ଓଡ଼ି୧୩ ଏଚ୍‌-୯୪୭୭)ର ସମସ୍ତ ରୁଟ୍‌ ପର୍‌ମିଟ୍‌କୁ ସାମୟିକ ସ୍ଥଗିତ ରଖାଯାଇଛି। ବସ୍‌ ଡ୍ରାଇଭର ରମେଶ ପଲାଇ ଓ ହେଲପର ନାରାୟଣ ମଲିକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯାଇଛି।
ବିରୋଧୀଙ୍କ ସମାଲୋଚନା ପରେ ଘଟଣାର ତଦନ୍ତ ରିପୋର୍ଟ ୨୪ଘଣ୍ଟା ମଧ୍ୟରେ ଦାଖଲ କରିବା ଲାଗି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ସମ୍ପୃକ୍ତ ବସ୍‌ର ପରମିଟ୍‌କୁ ସାମୟିକ ସ୍ଥଗିତ ରଖିବା ଏବଂ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପରିବହନ କମିଶନର ଅନିଲ କୁମାର ସାମଲ ପୁରୀ ଆର୍‌ଟିଓକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବସ୍‌ ମାଲିକ ବିଭୂତି ଭୂଷଣ ଛୋଟରାୟଙ୍କୁ କାହିଁକି ଉକ୍ତ ବସ୍‌ର ସ୍ଥାୟୀ ପରମିଟ୍‌କୁ ରଦ୍ଦ କରା ନ ଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ଉକ୍ତ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି। ଅନ୍ୟପଟେ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି ଯେ, ସମ୍ପୃକ୍ତ ବସ୍‌ ହେଲ୍‌ପରଙ୍କ ଉପରେ ବିଶ୍ୱାସ କରି ପୀଡ଼ିତା ବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୀଡ଼ିିତାଙ୍କ ବୟାନ ରେକର୍ଡ କରାଯିବା ସହ ଅଭିଯୁକ୍ତ ନାରାୟଣ ମଲିକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ଚାର୍ଜଶିିଟ୍‌ ୪ଦିନ ମଧ୍ୟରେ କୋର୍ଟକୁ ପଠାଯିବ। ଅଭିଯୁକ୍ତ ହେଲ୍‌ପର ଯେପରି କୌଣସି ବସ୍‌ରେ କାମ କରିପାରିବେ ନାହିଁ, ସେଥିଲାଗି ଆର୍‌ଟିଓ ଏବଂ ବସ୍‌ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯିବ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାର୍କିଂସ୍ଥାନ ଓ ବସ୍‌ଷ୍ଟାଣ୍ଡରେ ପ୍ରତି ୨ରୁ ୩ଘଣ୍ଟାରେ ଚେକିଂ କରାଯିବ। କୌଣସି ସ୍ଥାନରୁ ଏଭଳି ଅଭିଯୋଗ ଆସିଲେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ କ୍ଷତିପୂରଣ ଆଇନ ୨୦୧୮ ଅନୁଯାୟୀ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ତୁରନ୍ତ ୭ଲକ୍ଷ ଟଙ୍କା ପ୍ରଦାନ, ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସଚେତନ ନାଗରିକ ମଞ୍ଚ ସଭାପତି ତଥା ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଦାବି କରିଛନ୍ତି। ଏ ନେଇ ସେ ବୁଧବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିଆର୍‌ପିସି)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ, ସେଥିଲାଗି ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆୟୋଗଙ୍କୁ ଦାଶ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri