୧୦ ଏକ ଫସଲ ନଷ୍ଟ କଲେ ହାତୀପଲ

ବଇଣ୍ଡା,୨୪।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବାମୁର ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ବିଶେଷ କରି ରେଢାଖୋଲ ବନାଞ୍ଚଳରୁ ୨୨ଟି ହାତୀ ଏହି ରେଞ୍ଜକୁ ପଳାଇ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କଦଳୀମୁଣ୍ଡା ପଞ୍ଚାୟତ ଭେଜିଡ଼ିହ ଗ୍ରାମରେ ଶୁକ୍ରବାର ଓ ଶନିବାର ରାତିରେ ହାତୀମାନେ ଧାନ କିଆରିରେ ପଶି ଫସଲ ନଷ୍ଟ କରିବାସହ ବିଭିନ୍ନ ଗଛ ଡାଳ ଭାଙ୍ଗି ଦେଇଛନ୍ତି। ଭେଜିଡ଼ିହ ଗ୍ରାମର କନ୍ଦୁରୀ ଦେହୁରି, ଭଜମନ ପ୍ରଧାନ, ଅଲେଖ ଭୋଇ, ସୁଦାମ ଭୋଇ ପ୍ରମୁଖଙ୍କ ୧୦ ଏକରରୁ ଊର୍ଦ୍ଧ୍ୱ ଫସଲ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଉ ନ ଥିବାବେଳେ ହାତୀ ଉପଦ୍ରବ ରୋକିବା ପାଇଁ ଏକ ସ୍ଥାୟୀ ପ୍ରତିକାର କରିବା ପାଇଁ ସାଧାରଣରେ ଦାବି ହୋଇଛି। ତୁରନ୍ତ ବନବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା...

ଭିଜିଲାନ୍ସର ରେକର୍ଡପତ୍ର ଯାଞ୍ଚ: ସ୍ବୀକାର କଲେ ଅଧ୍ୟକ୍ଷ

ପୁରୀ ଅଫିସ,୧୯ା୧୦: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷ ଭଡା ବାବଦ ଆଦୟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି। ଗତ ସେପ୍ଟେମ୍ବର ୧୧ରେ ଏନେଇ...

ସାମାଜିକ ଦୂରତ୍ୱ, ମାସ୍କକୁ ପୋଲିସର ଗୁରୁତ୍ୱ

କେନ୍ଦୁଝର, ୨୯ା୫ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲଢେଇକୁ କଠୋର କରିବା ଲାଗି ଲକ୍‌ ଡାଉନର ପ୍ରଥମ ପର୍ଯ୍ୟାୟରେ ପୋଲିସ ହାତରେ ଧରିଥିଲା ଲାଠି। ଠିକ ଏଭଳି...

ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ନିଅଁ।

ବାଲେଶ୍ୱର ଅଫିସ, ୧୦ା୧୨-ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ସୋମବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ନିଅଁ। ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଅଁ। ଲାଗିଥିବା ଦେଖି ଅଗ୍ନିଶମ...

ଜାଣନ୍ତୁ ୪ ଦିନରେ ଓଡ଼ିଶାରୁ ପଠାଗଲା କେତେ ଅକ୍ସିଜେନ

କଟକ ଅଫିସ,୨୬।୪: କୋଭିଡ୍‌ କାୟାରେ ସାରା ଭାରତବର୍ଷ। ଏ ନେଇ ବର୍ତ୍ତମାନ ସମୟରେ ଅମ୍ଳଜାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇ...

ପିଇଓଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ୱ

ବରଗଡ଼ ଅଫିସ୍‌,୨୫।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର...

ଅଣ୍ଡା ଦୁର୍ନୀତି: ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୪୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ଅଚାନକ ବଦଳି କରାଯାଇଛି। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।...

ବସ୍‌ ଚକ ତଳେ ଜୀବନ ଗଲା

ଖଣ୍ଡପଡ଼ା,୧ା୪: ସାମାନ୍ୟ ଅସାବଧାନତା ଯୋଗୁ ବସ୍‌ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ...

Advertisement
Archives

Model This Week