୧୦୫ ଟଙ୍କା ପେଟ୍ରୋଲ ପାଇଁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ରାଜଧାନୀରେ କଥା କଥାକେ ଗର୍ଜୁଛି ଚୋରା ବନ୍ଧୁକ। ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ସୋମବାର ରାତିରେ ଏଭଳି ଏକ ଘଟଣା ଘଟିଛି ସୁନ୍ଦରପଦା ରୋଡରେ ଥିବା ଅନିଲ ପାଇକରାୟଙ୍କ ପେଟ୍ରୋଲ ପମ୍ପରେ। ୩ଜଣ ଯୁବକ ବାଇକରେ ଆସି ୧୦୫ଟଙ୍କାର ପେଟ୍ରୋଲ ପକାଇଥିଲେ। କିନ୍ତୁ ଟଙ୍କା ଦେବା ବଦଳରେ ଦେଖାଇଥିଲେ ବନ୍ଧୁକ। ଏହି ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି।
ସୂଚନା ମୁତାବକ ହୋଲିରେ ପମ୍ପ ବନ୍ଦ ରହୁଥିବାରୁ ଗ୍ରାହକମାନଙ୍କ ପାଇଁ ପୂର୍ବ ରାତି ଅର୍ଥାତ୍‌ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାହା ଖୋଲା ଥିଲା। ରାତି ପ୍ରାୟ ସାଢେ ୧୧ଟା ବେଳକୁ ଅଭିଯୁକ୍ତମାନେ ଆସି ବାଇକ୍‌ରେ ପେଟ୍ରୋଲ ପକାଇଥିଲେ। ଟଙ୍କା ଦେବା ପରିବର୍ତ୍ତେ ସେମାନେ ଏଟିଏମ୍‌ କାର୍ଡ ଦେଇଥିଲେ। ବିଳମ୍ବିତ ରାତିରେ କାର୍ଡ ପେମେଣ୍ଟ ହୋଇପାରିବ ନାହିଁ ବୋଲି ପମ୍ପ କର୍ମଚାରୀ କହିଥିଲେ। ଫଳରେ ବାଇକ୍‌ ମଝିରେ ବସିଥିବା ଜଣେ ଯୁବକ ହଠାତ୍‌ ଅଣ୍ଟାରୁ ଏକ ପିସ୍ତଲ କାଢ଼ି ଦେଖାଇଥିଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। ଏ ନେଇ ପେଟ୍ରୋଲ ପମ୍ପ ମାଲିକଙ୍କ ସମ୍ପର୍କୀୟ ସୁନୀଲ ପାଇକରାୟ ବୁଧବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୮/୨୦ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଏୟାରଫିଲ୍ଡ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି। ଜଟଣୀର କେତେଜଣ ଯୁବକ ଏଥିରେ ସମ୍ପୃକ୍ତ ଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, କିଛିଦିନ ତଳେ ଭାଲେଣ୍ଟାଇନ୍ସ ସପ୍ତାହରେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଥିବାବେଳେ ଗତ ବୁଧବାର ଜଣେ ମ୍ୟାନେଜମେଣ୍ଟ ଛାତ୍ର ଅସୀମ କାଲସୀଙ୍କୁ କାଟେଣୀ ଛକସ୍ଥିତ ଜଙ୍ଗଲ ଭ୍ୟୁ ଢାବାରେ ଗୁଳିମାଡ଼ ହୋଇଥିଲା। ସେ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ। ଏହି ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କ ସମ୍ପର୍କରେ କୌଣସି ଟେର ପାଇପାରିନାହିଁ କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri