୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର

ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଆମେରିକାରୁ। ଆମେରିକାର ଓହିଓରେ ଏକ ଯୋଡି ଶହେ ବର୍ଷ ବୟସରେ ବି ନିଜ ପ୍ରେମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ଓହିଓରେ ରହୁଥିବା ୧୦୦ ବର୍ଷୀୟ ଜୋନ ଓ ୧୦୨ ବର୍ଷୀୟ ଫିଲିସ୍‌ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ବର୍ଷ ଏକ କାର୍ଯ୍ୟକ୍ରମ ଜରିଆରେ ଦୁଇଜଣଙ୍କ ଭେଟ ହୋଇଥିବା ବେଳେ ଉଭୟ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଜନ୍‌ ଫିଲିସ୍‌ଙ୍କୁ ବିବାହ କରିଛନ୍ତି। ସୂଚନାମୁତାବକ, ଜନ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ କରିଥିବା କୁହାଯାଉଛି। ପ୍ରାୟ ୧୦ ବର୍ଷ ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଅପରପକ୍ଷରେ ଫିଲିସ୍‌ଙ୍କ ସ୍ବାମୀଙ୍କ ମୃତ୍ୟୁ ୧୫ ବର୍ଷ ପୂର୍ବରୁ ହୋଇଥିଲା। ଏହାପରେ ସେ ବୃଦ୍ଧାଶ୍ରମରେ ରହୁଥିଲେ। ଭର୍ଜିନିଆରେ ରହୁଥିବା ଫିଲିସ୍‌ଙ୍କୁ ଚଳିତ ବର୍ଷ ଅଗଷ୍ଟ ୮ରେ ୧୦୩ ବର୍ଷ ଚାଲିବ। ତେବେ ଜନ୍‌ ଓ ଫିଲିସଙ୍କ ବିବାହ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri