ପୁରୀ ଅଫିସ,୩ା୬: ଶ୍ରୀଲୋକନାଥ ମନ୍ଦିରରେ ମଙ୍ଗଳବାର ପ୍ରଭୁ ଶ୍ରୀଲୋକନାଥଙ୍କ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଲୋକନାଥ ୧୦୦୮ ଗରା ସୁବାସିିତ ଜଳରେ ସ୍ନାନ କରିଥିଲେ। ପରେ ଠାକୁରଙ୍କ ସପ୍ତ ମଙ୍ଗଳା ନୀତି ସମ୍ପନ୍ନ ହୋଇଥିଲା। ମନ୍ଦିରର ପୂଜକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରାତଃରୁ ଦ୍ୱାରଫିଟା ଯାଇ ଠାକୁରଙ୍କ ମଙ୍ଗଳ ଆଳତି ଏବଂ ଅନ୍ୟାନ୍ୟ ନୀତି ବଢିଥିଲା। ଦ୍ୱିପହର ଧୂପ ବଢିବା ପରେ ଜଳାଶାୟୀ ନୀତି ଆରମ୍ଭ ହୋଇଥିଲା। ବ୍ରାହ୍ମଣ ସେବାୟତମାନେ ଲୋକନାଥ ମନ୍ଦିର ପରିସରସ୍ଥ ଯମୁନା କୁଅରୁ ୧୦୦୮ ଗରା ଜଳ ଆଣିଥିଲେ। ଏହି ଜଳକୁ ସଂସ୍କାର କରାଯାଇ ଏଥିରେ ଅଗୁର, ଚନ୍ଦନ ଆଦି ପକାଯାଇଥିଲା। ଏହି ସୁବାସିିତ ଜଳରେ ଶ୍ରୀଲୋକନାଥ ଏବଂ ପାର୍ଶ୍ୱ ଦେବଦେବୀ ସ୍ନାନ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି କରାଯାଇଥିଲା। ସନ୍ଧ୍ୟା ଧୂପ ନୀତି ପରେ ସପ୍ତମଙ୍ଗଳା ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରୀଲୋକନାଥ ଶ୍ରୀମନ୍ଦିର ଭଣ୍ଡାର ଘରକୁ ବିଜେ କରିଥିଲେ।
Posted inଆମ ଜିଲା ଖବର, ପୁରୀ View All
ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍ ଆକ୍ରମଣ କଲା ବାର୍ହା, ଆଉ ତା’ପରେ ଘଟିଲା…
ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…
ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ
ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…
ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

