୧୦ଦିନ ହେଲା ସ୍କୁଲରେ ତାଲା

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର କରଡ଼ାପାଳ ପ୍ରାଥମିକ ବିଦ୍ୟାଳୟରେ ଆଜିକୁ ୧୦ଦିନ ହେବ ତାଲା ପକାଇ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ବିରୋଧ କରି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କାରଣରୁ ଛାତ୍ରୀଛାତ୍ର ଗଛମୂଳେ ପାଠ ପଢୁଥିବା ବେଳେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ ରହିଛି। ଏହାର ସମାଧାନ ନିମନ୍ତେ କୌଣସି ଅଧିକାରୀ ବିଦ୍ୟାଳୟକୁ ଆସି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ବାଉଁଶପାଣି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଗତ ଅକ୍ଟୋବର ୨୪ତାରିଖରେ କରଡାପାଳ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ସେ ୧ ମାସ ପରେ ଅର୍ଥାତ ନଭେମ୍ବର ୨୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ବାଉଁଶପାଣି ବିଦ୍ୟାଳୟରେ ଥିବା ସମୟରେ ସେଠାକାର ଗ୍ରାମବାସୀ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଆଣି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପୂର୍ବ ସ୍କୁଲରେ ତାଙ୍କ ନାମରେ ଅଭିଯୋଗ ଥିବାରୁ କରଡାପାଳବାସୀ ତାଙ୍କ ନିଯୁକ୍ତିକୁ ବାତିଲ କରିବାକୁ ଠାକୁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କରଡାପାଳ ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟମାନେ ଗତ ୨୬ ତାରିଖଠାରୁ ବିଦ୍ୟାଳୟରେ ତାଲା ପକାଇ ରଖିଛନ୍ତି। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମୋଟ ୬୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ଫାଟକରେ ତାଲା ଝୁଲୁଥିବାରୁ ବିଦ୍ୟାଳୟରେ ନିଯୁକ୍ତ ଥିବା ଅନ୍ୟ ୨ଜଣ ଶିକ୍ଷକ ସ୍କୁଲ ସମ୍ମୁଖରେ ଥିବା ଗଛମୂଳେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି । ଜଣେ ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ନେଇ ୧୦ ଦିନ ହେଲା ବିଦ୍ୟାଳୟରେ ତାଲା ପଡ଼ିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଗ୍ରାମବାସୀ ଓ ପରିଚାଳନା କମିଟି ସହିତ ଆଲୋଚନା କରି ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକଙ୍କୁ ପଚାରିବାରୁ ଉକ୍ତ ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ବିରୋଧ କରିବା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ତାଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ବିଦ୍ୟାଳୟରେ ତାଲା ପଡିଥିବା ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାଇ ଫର୍ମରେ ବାଲି ଜାଲିଆତି

କଟକ ଅଫିସ, ୧୪ା୧୨: କଟକ ଜିଲାର ବିଭିନ୍ନ ନଦୀରୁ ବାଲି ଚୋରାଚାଲାଣ ହେଉଛି। ଏହି ଚୋରାଚାଲାଣ କାର୍ଯ୍ୟରେ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ଓ ଗ୍ୟାଙ୍ଗଷ୍ଟରଙ୍କ...

କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ...

ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ...

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା...

ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି...

ଭିଜିଲାନ୍ସ ଜାଲରେ ୯ ଆଇଏଏସ୍‌, ୨୨୭ ଓଏଏସ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ...

ବୌଦ୍ଧ ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି

ବୌଦ୍ଧ,୩।୯(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ସହର। ମଙ୍ଗଳବାର ସକାଳ ୯ଟା ସମୟରେ ବିରାଟ...

ବଢୁଛି ପୋଲିସର ଅତ୍ୟାଚାର:ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ପରିବାର

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଗଞ୍ଜାମ ଜିଲା ସଲପତଇଲା ଗ୍ରାମରେ ରହୁଥିବା କେତେକ ଆଦିବାସୀ ପରିବାର ଉପରେ ପୋଲିସର ନିର୍ଯାତନା ବଢିବାରେ ଲାଗିଛି। ତାରସିଂ ଥାନା ପୋଲିସ ମିଥ୍ୟା ମାମଲାରେ ଲୋକଙ୍କୁ...

Advertisement


Archives

Model This Week

Why Dharitri