ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏହାକୁ ମାର୍ଚ୍ଚ ୨୯ ଯାଏ ମୁଲତବୀ ଘୋଷଣା କରାଯାଇଛି। ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ଏଯାବତ୍‌ ଓଡ଼ିଶାରେ କରୋନା ନମୁନା ପଜିଟିଭ ମିଳିନାହିଁ। ଏହାସତ୍ତ୍ୱେ ସରକାରଙ୍କ ଦ୍ୱାରା ବିଧାନସଭା ମୁଲତବୀ ଘୋଷଣା କରାଗଲା। ଏହା ପରିତାପର ବିଷୟ, ଗଣତନ୍ତ୍ର ପାଇଁ ଏକ ଉପହାସ। ଏବେ ପ୍ରଶ୍ନ ଉଠୁଛି କରୋନା ସରକାରଙ୍କୁ ଫାଇଦା ଦେଇଛି ନା ଆକ୍ରାନ୍ତ କରିଛି। କରୋନା ଆଳରେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ବଳି ଦିଆଯାଉଛି। ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା ହୋଇଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଭାରତରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିରୋଧ କରିଥିବା ବେଳେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ସହ ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍‌ମା ଥେରାପି

ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ...

ମାଟିତଳେ ମନ୍ଦିର ଭଗ୍ନାବଶେଷ

ପୁରୁଣା ଭୁବନେଶ୍ୱର,୨୯।୧(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ମିଳିତ ଟିମ୍‌ ପକ୍ଷରୁ ଉଚ୍ଛେଦ ଓ ଖନନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଲିଙ୍ଗରାଜ...

ଆରମ୍ଭ ହେଲା ଇ-ଚେକ୍‌ଗେଟ୍‌ ବ୍ୟବସ୍ଥା: ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ଲୋକେ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍‌ ଫୋନ୍‌ ଆପ୍ଲିକେଶନ (ଆପ୍‌) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍‌। ଲୋକେ...

ଝାରସୁଗୁଡାରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ କରିବାକୁ ରାଜ୍ୟ ସରକାର ସ୍ମାର୍ଟ ହେଲଥ୍‌ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ସ୍ମାର୍ଟ ହେଲଥ୍‌ କାର୍ଡ ବିତରଣ ମଧ୍ୟ...

ଓଇଆର୍‌ସି ଅଫିସ ଘେରିଲା କଂଗ୍ରେସ

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ପୂର୍ବାଞ୍ଚଳ ବିମାନବନ୍ଦରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ବୁଧବାର ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବିମାନବନ୍ଦର ସମ୍ମିଳନୀ...

ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା ବାତିଲ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ବୋର୍ଡ ଦ୍ୱାରା ପରିଚାଳିତ ଦଶମ (ଆଇସିଏସ୍‌ଇ) ଓ...

ରାଜା ବାହାଦୁର ନିଷ୍ଠାପର ଜନସେବକ ଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪-୧(ବ୍ୟୁରୋ):ଖଲ୍ଲିକୋଟର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ। ଉଭୟ ରାଜତନ୍ତ୍ର ଏବଂ ଗଣତନ୍ତ୍ରରେ ସେ ସଫଳତାର ସହ ଦାୟିତ୍ୱ...

Advertisement
Archives

Model This Week